ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ଖଲିକୋଟ ଥାନାରେ କର୍ତ୍ତବ୍ୟରତ ପୋଲିସ ଏଏସ୍ ଆଇ ସୁଜିତ କୁମାର ପାଣିଗ୍ରାହୀ ଜନୈକ ବ୍ୟକ୍ତିଙ୍କ କୌଣସି କାମରେ ଅର୍ଥ ଦାବି କରିଥିଲେ। କିନ୍ତୁ ଅସହାୟ ବ୍ୟକ୍ତି ଜଣକ ଲାଞ୍ଚ ଟଙ୍କା ଦେବାକୁ ଅସମର୍ଥ ହୋଇ ଦୁର୍ନୀତି ନିବାରଣ ବିଭାଗର ଦ୍ଵାରସ୍ଥ ହୋଇଥିଲେ। ଏ ଏସ୍ ଆଇ ବାବୁଙ୍କୁ ଅସହାୟ ବ୍ୟକ୍ତି ଜଣକ ଲାଞ୍ଚ ଦେବା ବେଳେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଅଧିକାରୀ ଓ କିଛି କର୍ମଚାରୀ ତାଙ୍କୁ କାବୁ କରି ଲାଞ୍ଚ ଟଙ୍କା ଜବତ କରିବା ସହ ଏକ ମାମଲା ରୁଜୁ କରିଥିଲା। ଏ ଏସ୍ ଆଇ ପାଣିଗ୍ରାହୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସୁଚନା ମିଳିଛି।


