Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଯୌତୁକ ପାଇଁ ନବବଧୂଙ୍କୁ ବିଷ ଦେଇ ହତ୍ୟା ଅଭିଯୋଗ: ସ୍ବାମୀ ଅଟକ
ଅପରାଧ

ଯୌତୁକ ପାଇଁ ନବବଧୂଙ୍କୁ ବିଷ ଦେଇ ହତ୍ୟା ଅଭିଯୋଗ: ସ୍ବାମୀ ଅଟକ

September 28, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ଯୌତୁକ ପାଇଁ ନବବଧୂଙ୍କୁ ଘାସମରା ବିଷ ଦେଇ ହତ୍ୟା ଅଭିଯୋଗ: ସ୍ବାମୀ ଅଟକ

ବାଲେଶ୍ୱର: ଯୌତୁକ ନିର୍ଯାତନାରୁ ନବବଧୂଙ୍କୁ ବିଷ ଦେଇ ହତ୍ୟା କରାଯାଇଥିବା ଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବାଲେଶ୍ଵର ଜିଲ୍ଲା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଶାସନବାଡ଼ ଗାଁରେ ଏହି ସମ୍ବେଦନଶୀଳ ଘଟଣା ଘଟିଛି। ମୃତକ ହେଲେ ପୁରୁଣା ବାଲେଶ୍ଵର ଅଞ୍ଚଳର ଅମ୍ବିକା ସ୍ୱାଇଁ।

ମିଳିଥିବା ସୂଚନା ଅନୁଯାୟୀ, ପ୍ରାୟ ଦେଢ଼ ବର୍ଷ ପୂର୍ବେ ଅମ୍ବିକାଙ୍କ ବିବାହ ଶାସନବାଡ଼ ଗାଁର ଓମ ପ୍ରକାଶ ସ୍ୱାଇଁଙ୍କ ସହ ହୋଇଥିଲା। ତେବେ ବିବାହ ପରଠାରୁ ଶାଶୁଘର ଲୋକେ ଅଧିକ ଯୌତୁକ ଦାବି କରି ତାଙ୍କୁ କ୍ରମାଗତ ଭାବେ ଆନସିକ ଓ ଶାରୀରିକ ନିର୍ଯାତନା ଦେଇଆସୁଥିଲେ, ଯାହାକୁ ନେଇ ପରିବାରରେ ନିୟମିତ ଅଶାନ୍ତି ଲାଗିରହୁଥିଲା। ଶେଷରେ ଶାଶୁଘର ଲୋକେ ତାଙ୍କୁ ଘାସମରା ବିଷ ଦେଇ ହତ୍ୟା କରିଥିବା ନେଇ ଅମ୍ବିକାଙ୍କ ବାପାଘର ଲୋକେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି।

ବିଷକ୍ରିୟା ଯୋଗୁଁ ଅସୁସ୍ଥ ହୋଇପଡ଼ିବାରୁ ପ୍ରଥମେ ତାଙ୍କୁ ବାଲେଶ୍ଵରସ୍ଥିତ ଫକୀର ମୋହନ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ସ୍ୱାସ୍ଥ୍ୟାବସ୍ଥା ଅଧିକ ସଙ୍କଟାପୂର୍ଣ୍ଣ ହେବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ଏହି ଘଟଣାରେ ପରିବାର ଲୋକଙ୍କ ଅଭିଯୋଗକୁ ଆଧାର କରି ବାଲେଶ୍ଵର ଶିଳ୍ପାଞ୍ଚଳ ଥାନା ପୋଲିସ ମୃତକଙ୍କ ସ୍ୱାମୀ ଓମ ପ୍ରକାଶ ସ୍ୱାଇଁଙ୍କୁ ଅଟକ ରଖି ପଚରାଉଚରା କରୁଛି। ପୋଲିସ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

newlywed's murder poisoning
Share. Facebook Twitter LinkedIn Email WhatsApp Copy Link

Related Posts

IDBI Bank Sale Controversy: ଆଡିବିଆଇ ବ୍ୟାଙ୍କ ବିକିବା ପ୍ରସ୍ତାବକୁ ବିରୋଧ କରି କର୍ମଚାରୀ ସଂଘର ଧର୍ମଘଟ ଆହ୍ବାନ

October 18, 2026

ପ୍ରାଚୀନ ଅଷ୍ଟଶମ୍ଭୁ ମନ୍ଦିରରୁ ଐତିହାସିକ ପୁରାତନ ବୀରଶିଳା ଆବିଷ୍କୃତ

October 18, 2026

Twin City Durga Puja: କଟକ ଭୁବନେଶ୍ବରରେ ଧୂମଧାମରେ ଚାଲିଛି ଦୁର୍ଗାପୂଜା, ଚାରିଆଡେ ଉତ୍ସବର ପରିବେଶ

October 18, 2026

Durga Puja in Assam: ଆସାମର ବାରକ ଉପତ୍ୟକାର ଦୁର୍ଗା ପାଲଟିଛି ଏକ ବିରଳ ଉଦାହରଣ

October 18, 2026
Latest News

IDBI Bank Sale Controversy: ଆଡିବିଆଇ ବ୍ୟାଙ୍କ ବିକିବା ପ୍ରସ୍ତାବକୁ ବିରୋଧ କରି କର୍ମଚାରୀ ସଂଘର ଧର୍ମଘଟ ଆହ୍ବାନ

October 18, 2026

ପ୍ରାଚୀନ ଅଷ୍ଟଶମ୍ଭୁ ମନ୍ଦିରରୁ ଐତିହାସିକ ପୁରାତନ ବୀରଶିଳା ଆବିଷ୍କୃତ

October 18, 2026

Vedanta Investment: ଜିଙ୍କ୍ ଉତ୍ପାଦନ ଦ୍ୱିଗୁଣିତ କରିବା ପାଇଁ ୬୦୦ ନିୟୁତ ଡଲାର ନିବେଶ କରିବ ବେଦାନ୍ତ

October 18, 2026

Twin City Durga Puja: କଟକ ଭୁବନେଶ୍ବରରେ ଧୂମଧାମରେ ଚାଲିଛି ଦୁର୍ଗାପୂଜା, ଚାରିଆଡେ ଉତ୍ସବର ପରିବେଶ

October 18, 2026

Durga Puja in Assam: ଆସାମର ବାରକ ଉପତ୍ୟକାର ଦୁର୍ଗା ପାଲଟିଛି ଏକ ବିରଳ ଉଦାହରଣ

October 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.