ନୂଆଦିଲ୍ଲୀ: ଆମେରିକାର ଜିମ୍ନାଷ୍ଟିକ୍ସ କୋଚ୍ ସିନ୍ଗାର୍ଡନରଙ୍କୁ ନାବାଳିକାଙ୍କ ନଗ୍ନ ଭିଡିଓ ପ୍ରସ୍ତୁତ କରିବା ଏବଂ ଅନ୍ୟାନ୍ୟ ମାମଲାରେ ୯୦ ବର୍ଷର ଜେଲ୍ଦଣ୍ଡାଦେଶ ଶୁଣାଯାଇଛି। ୟୁଏସ୍ ଡିଷ୍ଟ୍ରିକ୍ଟ ଜଜ୍ କ୍ରିଷ୍ଟ୍ରି ଜନ୍ସନ୍ ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ମିସିସିପିର ଏକ ଜିମ୍ରେ ନାବାଳିକା ଛାତ୍ରୀମାନେ ପୋଷାକ ବଦଳାଉଥିବା ଓ ଶୌଚାଳୟ ବ୍ୟବହାର କରୁଥିବା ସମୟରେ ସେ ଗୁପ୍ତରେ ସେମାନଙ୍କର ଭିଡିଓ ରେକର୍ଡିଂ କରୁଥିଲେ। ଏହି ମାମଲା ଜଣାପଡ଼ିବା ପରେ ସମଗ୍ର ଆମେରିକା କ୍ରୀଡ଼ା ଜଗତରେ ବଡ଼ ଆଲୋଡ଼ନ ସୃଷ୍ଟି ହୋଇଥିଲା।
ଆମେରିକା ଜିଲ୍ଲା ଜଜ୍ କ୍ରିଷ୍ଟି ଜନସନ୍ ଗାର୍ଡନରଙ୍କୁ ନିୟମାନୁସାରେ ସର୍ବାଧିକ ସମ୍ଭାବ୍ୟ ଦଣ୍ଡାଦେଶ ଦେଇଛନ୍ତି। ଚାଇଲ୍ଡ ପୋର୍ନୋଗ୍ରାଫି ପ୍ରସ୍ତୁତି ସଂକ୍ରାନ୍ତୀୟ ୩ଟି ଫେଡେରାଲ୍ ଅଭିଯୋଗରେ ୩୯ ବର୍ଷୀୟ ସିନ୍ ଗାର୍ଡନର ନିଜର ଦୋଷ ସ୍ୱୀକାର କରିଥିଲେ। ପ୍ରତ୍ୟେକ ଅଭିଯୋଗ ପାଇଁ ତାଙ୍କୁ ୩୦ ବର୍ଷ ଲେଖାଏଁ ମୋଟ ୯୦ ବର୍ଷର ଜେଲ୍ ଦଣ୍ଡାଦେଶ ଦିଆଯାଇଛି, ଯାହା ବାସ୍ତବରେ ତାଙ୍କ ପାଇଁ ଆଜୀବନ କାରାଦଣ୍ଡ ସଦୃଶ।


