ରଞ୍ଜିତ୍‌ ବଚ୍ଚନ ହତ୍ୟାକାଣ୍ଡର ଖୁଲାସା କଲା ପୋଲିସ୍‌

Published: Feb 6, 2020, 4:53 pm IST

ଲକ୍ଷ୍ନୌ :ପରିଶେଷରେ ପୋଲିସ୍‌ ବିଶ୍ବ ହିନ୍ଦୁ ମହାସଭାର ଅଧ୍ୟକ୍ଷ ରଞ୍ଜିତ୍‌ ବଚ୍ଚନଙ୍କ ହତ୍ୟାର ଖୁଲାସା କରିଛି । ଏହି ହତ୍ୟା ଘଟଣାର ଷଡଯନ୍ତ୍ର ପଛରେ କେହି ନୁହେଁ ବରଂ ରଞ୍ଜିତ୍‌ଙ୍କ ଦ୍ବିତୀୟ ପତ୍ନୀ ଓ ତାଙ୍କ ବୟଫ୍ରେଣ୍ଡଙ୍କ ହାଥ ରହିଛି । ପୋଲିସ୍‌ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି । ସ୍ମୃତି ରଞ୍ଜିତଙ୍କ ଦ୍ବିତୀୟ ପତ୍ନୀ ଅଟନ୍ତି । ରଞ୍ଜିତ୍‌ ଓ ସ୍ମୃତିଙ୍କ ମଧ୍ୟରେ ଛାଡପତ୍ରର ମାମଲା ଅମୀମାଂସିତ ହୋଇ ରହିଥିଲା । ସ୍ମୃତି ଏହାକୁ ନେଇ ବେଶ୍‌ ବିବ୍ରତ ରହୁଥିଲେ । ଏହି ସମୟରେ ସେ ତାଙ୍କ ଏକ ବନ୍ଧୁଙ୍କ ସହ ଏଭଳି ଏକ ଷଡଯନ୍ତ୍ର ରଚନା କରିଥିଲେ ।

ଲକ୍ଷ୍ନୌ ପୋଲିସ୍‌ରେ ଏହି ମାମଲାର ଖୁଲାସା କରି କହିଛନ୍ତି ଯେ, ରଞ୍ଜିତ୍‌ ବଚ୍ଚନଙ୍କ ଦ୍ବିତୀୟ ପତ୍ନୀ ସ୍ମୃତି ବେଶ୍‌ ବ୍ୟସ୍ତ ରହୁଥିଲେ । ଦୁହେଁ ଅଲଗା ରହୁଥିଲେ । ଦୁହିଁଙ୍କ ଛାଡପତ୍ରର ମାମଲା କୋର୍ଟରେ ଚାଲିଥିବାବେଳେ ଏହାର ସମାଧାନ ହୋଇପାରୁନଥିଲା । ଅପରପକ୍ଷେ ସ୍ମୃତି ଅନ୍ୟତ୍ର ବିବାହ କରିବାକୁ ଚାହୁଁଥିଲେ । କିନ୍ତୁ ଛାଡପତ୍ର ମାମଲାର ସମାଧାନ ନ ହେବା କାରଣରୁ ସେ ବିବାହ କରିପାରୁନଥିଲେ । ଏଥିରେ ସେ ବ୍ୟତିବ୍ୟସ୍ତ ହୋଇ ଏପରି ଏକ କାଣ୍ଡ ଘଟାଇଛନ୍ତି ବୋଲି ପୋଲିସ୍‌ ସୂଚନା ଦେଇଛି । (ଏଜେନ୍ସି)

Related posts