Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ତିର୍ତ୍ତୋଲରେ ବଢୁଛି ଚୋରା ମାଦକଦ୍ରବ୍ୟ କାରବାର, ତେଜୁଛି ଅସନ୍ତୋଷ, ସନ୍ଦେହରେ ଅବକାରୀ ବିଭାଗ
ଅପରାଧ

ତିର୍ତ୍ତୋଲରେ ବଢୁଛି ଚୋରା ମାଦକଦ୍ରବ୍ୟ କାରବାର, ତେଜୁଛି ଅସନ୍ତୋଷ, ସନ୍ଦେହରେ ଅବକାରୀ ବିଭାଗ

February 10, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି

ଜଗତସିଂହପୁର: ଛତୁ ଫୁଟିଲା ପରି ମଦ ଦୋକାନ ଖୋଲିବାରେ ଲାଗିଛି। ଦୋକାନୀଙ୍କ ଟାର୍ଗେଟ୍ ପୂରଣ କରିବା ପାଇଁ ଅବକାରୀ ବିଭାଗର କେତେକ କର୍ମଚାରୀ ଦୋକାନୀଙ୍କ ପ୍ରତିନିଧି ସାଜି କାର୍ଯ୍ୟ କରୁଥିବା ଅଭିଯୋଗ ଶୁଣିବାକୁ ମିଳୁଛି। ଜଗତସିଂହପୁର ଅବକାରୀ ବିଭାଗ ସମୟେ ସମୟେ ଚୋରା ମଦ ବ୍ୟବସାୟୀଙ୍କ ଉପରେ ଚଢାଉ କରି ବାହା ବାହା ନେଉଥିଲା ବେଳେ ତିର୍ତ୍ତୋଲ, ରାହାମା ଅଂଚଳରେ ଏକ ଚୋରା ମାଦକଦ୍ରବ୍ୟ କାରବାର ଚିନ୍ତାଜନକ ପରିସ୍ଥିତି ସୃଷ୍ଟିକରିଛି। କଟକ-ପାରାଦ୍ୱୀପ ମୁଖ୍ୟ ରାସ୍ତା କଡରେ ଥିବା ତିର୍ତ୍ତୋଲ ବଜାର ଓ ରାହାମା ବଜାର ବ୍ୟବସାୟର ମୁଖ୍ୟ ପେଣ୍ଠସ୍ଥଳି ହୋଇଥିବାରୁ ଏହି ବଜାର ମଧ୍ୟରେ ଚୋରା ମାଦକଦ୍ରବ୍ୟ କାରବାର ବୃଦ୍ଧି ପାଇବାରେ ଲାଗିଛି। ଏମିତିକି ତିର୍ତ୍ତୋଲରେ ଅବକାରୀ ଅଫିସ୍ ଥିବା ସତ୍ତ୍ୱେ ନିକଟସ୍ଥ ତିର୍ତ୍ତୋଲ ବଜାରରେ ଏବେ ଦିନରାତି ବେଧଡକ ଭାବେ ଚାଲିଛି ଖୁଲମଖୁଲ୍ଲା ଚୋରା ମଦବ୍ୟବସାୟ। ସନ୍ଧ୍ୟା ହେବା କ୍ଷଣି ବଜାରରେ ଆରମ୍ଭ ହେଉଛି ମଦୁଆଙ୍କ ତାଣ୍ଡବ। ଏନେଇ ବଜାର ବ୍ୟବସାୟୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।

ପାରାଦୀପ ଓ ତିର୍ତ୍ତୋଲ ଅବକାରୀ ଅଫିସ୍ ଅଂଚଳରେ ଥିବା ପ୍ରତ୍ୟେକ ଗାଁ ଓ ଛକ ବଜାରରେ ଚୋରାମଦ ଓ ଗଞ୍ଜେଇ ପସରା ମେଲିଥିବା ଦେଖିବାକୁ ମିଳୁଛି। ଏପରିକି ପାରାଦୀପର ଜନୈକ ଅବକାରୀ ଅଫିସର ଅତିରିକ୍ତ ଦାୟିତ୍ୱ ଭାବେ ଏବେ ତିର୍ତ୍ତୋଲ ଅବକାରୀ ଅଫିସ୍ ଚାର୍ଜ ନେବାପରେ ତିର୍ତ୍ତୋଲ ଅଂଚଳରେ ଚୋରା ମାଦକଦ୍ରବ୍ୟ କାରବାର ବୃଦ୍ଧି ପାଇବା ସହିତ ତାଙ୍କର କାରନାମା ଏବେ ଅଂଚଳରେ ଡିବି ଡିବି ହୋଇ ବାଜୁଛି।

ସୂଚନାନୂଯାୟୀ ଏହି ଅବକାରୀ ଏସ୍.ଆଇ ଜଣକ କିଛିମାସ ପୂର୍ବେ ପାରାଦୀପଗଡ଼ ଅଂଚଳର ଜନୈକ ଚୋରା ଗଞ୍ଜେଇ ବ୍ୟବସାୟୀଙ୍କ ଘରକୁ ରେଡ୍ କରିବାକୁ ଯାଇଥିବା ବେଳେ ଚୋରା ଗଞ୍ଜେଇ ସହିତ ୯୨ହଜାର ଟଙ୍କା ଜବତ କରିଥିଲେ। ତେବେ ଏହି ଅବକାରୀ ଅଧିକାରୀଜଣକ କେସ୍ ରେକର୍ଡରେ ଟଙ୍କା ଜବତ ହେବା କଥା ଉଲ୍ଲେଖ ନ କରି ଉକ୍ତ ୯୨ହଜାର ଟଙ୍କାକୁ ଏସ୍.ଆଇ ଜଣକ ଚଳୁ କରିଦେଇଥିବା କଥା ଉକ୍ତ ଗଞ୍ଜେଇ ବେପାରୀ ଜଣକ ଜାଣିବାପରେ ବିଭାଗୀୟ ଜିଲ୍ଲା ଅଧିକାରୀଙ୍କୁ ଅଭିଯୋଗ କରିବାରୁ ଉପର ଅଫିସରଙ୍କ ଚାପରେ ଏସ୍.ଆଇ ଜଣଙ୍କ ବାଧ୍ୟହୋଇ ଉକ୍ତ ଲୋକକୁ ୪୦ ହଜାର ଟଙ୍କା ଫେରାଇ ଅବଶିଷ୍ଟ ୫୨ ହଜାର ଟଙ୍କା ନିଜେ ହଜମ କରିଦେଇଥିଲେ ବୋଲି କୁହାଯାଉଛି। ସେହିପରି ରାହାମା ଅଂଚଳର ଜନୈକ ଚୋରା ମଦ ବେପାରୀଙ୍କ ପୁଅ ମଦ ସହ ଧରାହେଇଥିବା ବେଳେ ପୁଅକୁ ଛାଡିଦେବାକୁ କହି ଉକ୍ତ ଦକ୍ଷ ଏସ୍.ଆଇ ଜଣଙ୍କ ବାପାଠାରୁ ୨୦ହଜାର ଟଙ୍କା ଚଳୁ କରିଦେଇଥିଲେ ବୋଲି ସେତେବେଳେ ରାହାମା ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଥିଲା। ଏପରିକି ଏବେ ଏହି ଅବକାରୀ ଅଫିସର ଜଣକ ତିର୍ତ୍ତୋଲ ଦାୟିତ୍ୱ ନେବାପରେ ଉକ୍ତ ଦକ୍ଷ ଏସ୍.ଆଇଙ୍କର ଏହିପରି ଅନେକ କାରନାମା ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଏମିତିକି ମାର୍ଚ୍ଚ ମାସ ମଧ୍ୟରେ ବିଭାଗର କେସ୍ ଟାର୍ଗେଟ୍ ପୁରଣ କରିବା ପାଇଁ ଏହି ଦକ୍ଷ ଏସ୍.ଆଇ ଜଣଙ୍କ ବଡମାଛ ଛାଡି ଦଣ୍ଡିକିରି ଗୋଟେଇ କେସ୍ ଟାର୍ଗେଟ୍ ପୂରଣ କରୁଛନ୍ତି ବୋଲି କୁହାଯାଉଛି। ଏପରି କାରନାମାରେ ଦକ୍ଷ ଚର୍ଚ୍ଚିତ ଅବକାରୀ ଏସ୍.ଆଇଙ୍କ ଯୋଗୁଁ ବିଭାଗ ପ୍ରତି ଲୋକଙ୍କ ଆସ୍ଥା ତୁଟିବା ସହ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେଇଥିବା ଚର୍ଚ୍ଚା ହେଉଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଏସିଆ କପ୍ ପୂର୍ବରୁ BCCI ଏବଂ ଡ୍ରିମ-୧୧ ର ଚୁକ୍ତି ଶେଷ, ବୋର୍ଡ ସଚିବଙ୍କ ବଡ ବୟାନ

August 25, 2025

ନମ୍ବର ୧ ହେଲା ଭାରତ: ଚୀନକୁ ପଛରେ ପକାଇ ଆମେରିକାରେ ହାସଲ କଲା ଶୀର୍ଷ ସ୍ଥାନ

August 25, 2025

ଆତଙ୍କବାଦ ଉପରେ ଟଙ୍କା ଖର୍ଚ୍ଚ କରୁଥିବା ପାକିସ୍ତାନକୁ ମିଳିଲା ୪୧୦ ମିଲିୟନ ଡଲାରର ସମ୍ପତ୍ତି

August 25, 2025

ଆଜି ଭୁବନେଶ୍ୱରରେ ପୂର୍ବାଞ୍ଚଳ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀମାନଙ୍କ ସମ୍ମିଳନୀ

August 25, 2025
Latest News

ଏସିଆ କପ୍ ପୂର୍ବରୁ BCCI ଏବଂ ଡ୍ରିମ-୧୧ ର ଚୁକ୍ତି ଶେଷ, ବୋର୍ଡ ସଚିବଙ୍କ ବଡ ବୟାନ

August 25, 2025

ନିର୍ବାଚନ କମିଶନ ବନାମ ରାହୁଲ ଗାନ୍ଧୀ!: ଜାଣନ୍ତୁ ଜନତା କାହା ସହିତ ଅଛନ୍ତି, ଆସିଲା ବଡ଼ ସର୍ଭେ

August 25, 2025

ନମ୍ବର ୧ ହେଲା ଭାରତ: ଚୀନକୁ ପଛରେ ପକାଇ ଆମେରିକାରେ ହାସଲ କଲା ଶୀର୍ଷ ସ୍ଥାନ

August 25, 2025

ଆତଙ୍କବାଦ ଉପରେ ଟଙ୍କା ଖର୍ଚ୍ଚ କରୁଥିବା ପାକିସ୍ତାନକୁ ମିଳିଲା ୪୧୦ ମିଲିୟନ ଡଲାରର ସମ୍ପତ୍ତି

August 25, 2025

ଆଜି ଭୁବନେଶ୍ୱରରେ ପୂର୍ବାଞ୍ଚଳ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀମାନଙ୍କ ସମ୍ମିଳନୀ

August 25, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.