ଅନୁପଙ୍କ ଡ୍ରାଇଭର ଅଟକ

Published: Feb 15, 2020, 12:13 pm IST

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : ଡବଲ ମର୍ଡର ମାମଲାରେ ଅନୁପ ସାଏଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋ ଅଟକ। ଗତ ରାତିରେ ଡ୍ରାଇଭର ବର୍ଦ୍ଧନଙ୍କୁ ପୋଲିସ୍‌ ଉଠାଇ ନେଇଛି। ପୋଲିସ୍‌ ଉଠାଇ ନେଇଥିବା ପରିବାର ଲୋକଙ୍କ ସୂଚନା ଦେଇଛନ୍ତି। ଡବଲ ମର୍ଡର ଘଟଣାରେ ଅନୁପଙ୍କ ଡ୍ରାଇଭରର ସମ୍ପୃକ୍ତି ରହିଥିବା କଥା ପ୍ରେସମିଟ୍‌ରେ କହିଥିଲେ ରାୟଗଡ଼ ଏସ୍‌ପି ସନ୍ତୋଷ ସିଂହ। 2016 ମସିହାରେ କଳ୍ପନା ଦାସ ନାମକ ଜଣେ ମହିଳା ଓ ତାଙ୍କ ଝିଅକୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏ। ଅନ୍ୟପଟେ ଏହି ମାମଲାରେ ଅନ୍ୟ କେହି ସାମିଲ ରହିଛନ୍ତି କି ନାହିଁ ତାକୁ ନେଇ ବି ଖୋଳତାଡ଼ ଜାରି ରହିଛି।

Related posts