Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଦୁଇ ଝିଅ ଜନ୍ମ ହେବା ପରେ ମହିଳାଙ୍କୁ ମିଳିଲା ଯୌତୁକ ନିର୍ଯାତନା : ଥାନାରେ ଏତଲା
ଅପରାଧ

ଦୁଇ ଝିଅ ଜନ୍ମ ହେବା ପରେ ମହିଳାଙ୍କୁ ମିଳିଲା ଯୌତୁକ ନିର୍ଯାତନା : ଥାନାରେ ଏତଲା

February 15, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ : ଝିଅ ମାନେ ହେଉଛନ୍ତି ଲକ୍ଷ୍ମୀଙ୍କ ସ୍ବରୂପ । ଆଜିର ସମୟରେ ଝିଅ ଓ ପୁଅ ମଧ୍ୟରେ କିଛି ବି ପାର୍ଥକ୍ୟ ନଥିବାବେଳେ ଆଜି ବି କିଛି ଲୋକେ ଝିଅ ଓ ପୁଅକୁ ନେଇ ଏକ ଅଦ୍ଭୁତ ମାନସିକତାରେ ରହୁଛନ୍ତି । ଝିଅ ଜନ୍ମ ହେବା ପରେ ମହିଳାଙ୍କୁ ନିର୍ଯାତନା ଦେବା ସହିତ ବାପଘରୁ ଯୌତୁକ ଆଣିବା ପାଇଁ ଚାପ ପ୍ରୟୋଗ କରୁଥିବାର ଦେଖାଯାଉଛି । ଏହିପରି ଏକ ଘଟଣା ମୁମ୍ବାଇଠାରେ ଦେଖିବାକୁ ମିଳିଛି । ମୁମ୍ବାଇର ନାଳସୋପାରାର ଜଣେ ମହିଳା ଶିକ୍ଷୟିତ୍ରୀ ଯୌତୁକର ଶିକାର ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ବିବାହର କିଛି ବର୍ଷ ପରେ ମହିଳା ଜଣଙ୍କୁ ତାଙ୍କ ଶାଶୁଘର ଲୋକେ ଶାରିରୀକ, ମାନସିକ ରୂପରେ ଯାତନା ଦେଉଥିଲେ ।  ମହିଳାଙ୍କ ଦୁଇ ଝିଅ ହେବା ପରେ ତାଙ୍କ ଶାଶୁ ଘର ଲୋକେ ମହିଳା ଜଣଙ୍କୁ ମାନସିକ ନିର୍ଯାତନା ଦେବା ସହ ବାପଘରୁ ଯୌତୁକ ପଇସା ଆଣିବାକୁ ଚାପ ପ୍ରୟୋଗ କରୁଛନ୍ତି । ଶାରିରୀକ ତଥା ମାନସିକା ନିର୍ଯାତନାରେ ମହିଳା ଜଣକ ବ୍ୟତିବ୍ୟସ୍ତ ହୋଇ ଶେଷରେ ପୋଲିସ୍‌ରେ ଏନେଇ ଅଭିଯୋଗ କରିଛନ୍ତି । 2009ରେ ମହିଳା ଜଣକ ବିବାହ କରିଥିବାବେଳେ ଦୁଇଟି ଝିଅ ଜନ୍ମ ପରେ ପରେ ତାଙ୍କ ଉପରେ ଅକଥନୀୟ ଅତ୍ୟାଚାର ଆରମ୍ଭ ହୋଇଯାଇଥିଲା ।  ଅଭଦ୍ର ଭାଷାରେ ଗାଳିଗୁଲଜ କରିବା ସହିତ ତାଙ୍କୁ ମାନସିକ ଶାରିରୀକ ନିର୍ଯାତନା ଦେଉଥିବାର ଅଭିଯୋଗ କରିଛନ୍ତି ମହିଳା ଜଣକ । ମହିଳାଙ୍କ ଏତଲା ପରେ ପୋଲିସ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ମହିଳାଙ୍କ ଏତଲାକୁ ଭିତ୍ତି କରି ପୋଲିସ୍‌  ମହିଳାଙ୍କ ଶଶୁର, ସ୍ବାମୀଙ୍କ ସମେତ 4ଜଣଙ୍କ ଉପରେ ମାମଲା ରୁଜୁ କରିଛି । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ୱର-କଟକ NHରେ ଦୁର୍ଘଟଣା, ଓଲଟିଲା କଦଳୀ ବୋଝେଇ ଟ୍ରକ୍

September 23, 2026

ଆସନ୍ତୁ ଜାଣିବା କେଉଁ ସ୍ୱପ୍ନ ଦେଖିଲେ ଚାରିଆଡ଼ୁ ଧନବର୍ଷା ହୁଏ ଏବଂ କେଉଁ ସ୍ୱପ୍ନ ଶୋକ, ରୋଗ ଓ ମୃତ୍ୟୁର କାରଣ ସାଜିଥାଏ

September 23, 2026

ଅବପାତର ରୂପ ନେଉଛି ଲଘୁଚାପ: ଆଜି ରାତିରେ ଓଡ଼ିଶା-ଆନ୍ଧ୍ର ଉପକୂଳ ଛୁଇଁବ, ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ହେବ ପ୍ରବଳ ବର୍ଷା

September 23, 2026

ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଅଲବିଦା କହିଲେ ମାର୍କ ଉଡ୍

September 23, 2026
Latest News

Smartphone Screen Guard: ଏଣିକି ମନଇଚ୍ଛା ବିକ୍ରି ହେବନି ଟେମ୍ପର୍ଡ ଗ୍ଲାସ୍, ୨୦୨୭ରୁ ଲାଗୁ ହେବ ନୂଆ ନିୟମ

September 23, 2026

ଭୁବନେଶ୍ୱର-କଟକ NHରେ ଦୁର୍ଘଟଣା, ଓଲଟିଲା କଦଳୀ ବୋଝେଇ ଟ୍ରକ୍

September 23, 2026

ଆସନ୍ତୁ ଜାଣିବା କେଉଁ ସ୍ୱପ୍ନ ଦେଖିଲେ ଚାରିଆଡ଼ୁ ଧନବର୍ଷା ହୁଏ ଏବଂ କେଉଁ ସ୍ୱପ୍ନ ଶୋକ, ରୋଗ ଓ ମୃତ୍ୟୁର କାରଣ ସାଜିଥାଏ

September 23, 2026

ଅବପାତର ରୂପ ନେଉଛି ଲଘୁଚାପ: ଆଜି ରାତିରେ ଓଡ଼ିଶା-ଆନ୍ଧ୍ର ଉପକୂଳ ଛୁଇଁବ, ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ହେବ ପ୍ରବଳ ବର୍ଷା

September 23, 2026

ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଅଲବିଦା କହିଲେ ମାର୍କ ଉଡ୍

September 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.