ଦୁଇ ଝିଅ ଜନ୍ମ ହେବା ପରେ ମହିଳାଙ୍କୁ ମିଳିଲା ଯୌତୁକ ନିର୍ଯାତନା : ଥାନାରେ ଏତଲା

Published: Feb 15, 2020, 1:14 pm IST

ମୁମ୍ବାଇ : ଝିଅ ମାନେ ହେଉଛନ୍ତି ଲକ୍ଷ୍ମୀଙ୍କ ସ୍ବରୂପ । ଆଜିର ସମୟରେ ଝିଅ ଓ ପୁଅ ମଧ୍ୟରେ କିଛି ବି ପାର୍ଥକ୍ୟ ନଥିବାବେଳେ ଆଜି ବି କିଛି ଲୋକେ ଝିଅ ଓ ପୁଅକୁ ନେଇ ଏକ ଅଦ୍ଭୁତ ମାନସିକତାରେ ରହୁଛନ୍ତି । ଝିଅ ଜନ୍ମ ହେବା ପରେ ମହିଳାଙ୍କୁ ନିର୍ଯାତନା ଦେବା ସହିତ ବାପଘରୁ ଯୌତୁକ ଆଣିବା ପାଇଁ ଚାପ ପ୍ରୟୋଗ କରୁଥିବାର ଦେଖାଯାଉଛି । ଏହିପରି ଏକ ଘଟଣା ମୁମ୍ବାଇଠାରେ ଦେଖିବାକୁ ମିଳିଛି । ମୁମ୍ବାଇର ନାଳସୋପାରାର ଜଣେ ମହିଳା ଶିକ୍ଷୟିତ୍ରୀ ଯୌତୁକର ଶିକାର ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ବିବାହର କିଛି ବର୍ଷ ପରେ ମହିଳା ଜଣଙ୍କୁ ତାଙ୍କ ଶାଶୁଘର ଲୋକେ ଶାରିରୀକ, ମାନସିକ ରୂପରେ ଯାତନା ଦେଉଥିଲେ ।  ମହିଳାଙ୍କ ଦୁଇ ଝିଅ ହେବା ପରେ ତାଙ୍କ ଶାଶୁ ଘର ଲୋକେ ମହିଳା ଜଣଙ୍କୁ ମାନସିକ ନିର୍ଯାତନା ଦେବା ସହ ବାପଘରୁ ଯୌତୁକ ପଇସା ଆଣିବାକୁ ଚାପ ପ୍ରୟୋଗ କରୁଛନ୍ତି । ଶାରିରୀକ ତଥା ମାନସିକା ନିର୍ଯାତନାରେ ମହିଳା ଜଣକ ବ୍ୟତିବ୍ୟସ୍ତ ହୋଇ ଶେଷରେ ପୋଲିସ୍‌ରେ ଏନେଇ ଅଭିଯୋଗ କରିଛନ୍ତି । 2009ରେ ମହିଳା ଜଣକ ବିବାହ କରିଥିବାବେଳେ ଦୁଇଟି ଝିଅ ଜନ୍ମ ପରେ ପରେ ତାଙ୍କ ଉପରେ ଅକଥନୀୟ ଅତ୍ୟାଚାର ଆରମ୍ଭ ହୋଇଯାଇଥିଲା ।  ଅଭଦ୍ର ଭାଷାରେ ଗାଳିଗୁଲଜ କରିବା ସହିତ ତାଙ୍କୁ ମାନସିକ ଶାରିରୀକ ନିର୍ଯାତନା ଦେଉଥିବାର ଅଭିଯୋଗ କରିଛନ୍ତି ମହିଳା ଜଣକ । ମହିଳାଙ୍କ ଏତଲା ପରେ ପୋଲିସ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ମହିଳାଙ୍କ ଏତଲାକୁ ଭିତ୍ତି କରି ପୋଲିସ୍‌  ମହିଳାଙ୍କ ଶଶୁର, ସ୍ବାମୀଙ୍କ ସମେତ 4ଜଣଙ୍କ ଉପରେ ମାମଲା ରୁଜୁ କରିଛି । (ଏଜେନ୍ସି)

Related posts