ଅନୁପ ସାଏଙ୍କ ଡ୍ରାଇଭର ଗିରଫ

Published: Feb 16, 2020, 5:25 pm IST

ଭୁବନେଶ୍ବର : ବହୁ ଚର୍ଚ୍ଚିତ ମା’ ଝିଅ ହତ୍ୟା ମାମଲାରେ ପୂର୍ବତନ ବିଧାୟକ ଅନୁପ ସାଏଙ୍କ ଡ୍ରାଇଭରଙ୍କୁ ଗିରଫ କରାଯାଇଛି । ଜେରା ପରେ ଡ୍ରାଇଭର ବର୍ଦ୍ଧନ ଟପ୍ପୋକୁ ଗିରଫ କରିଛି ଛତିଶଗଡ ପୋଲିସ୍‌। ଧାରା 302, 201 ଦଫାରେ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ଗିରଫ କରିଛି ଛତିଶଗଡ ପୋଲିସ୍‌। ଗିରଫଦାରୀ ନେଇ ରାୟଗଡ଼ା ଅତିରିକ୍ତ ଏସ୍‌ପି ଅଭିଷେକ ବର୍ମା ସୂଚନା ଦେଇଛନ୍ତି। ବର୍ଦ୍ଧନଙ୍କୁ ହତ୍ୟାସ୍ଥଳକୁ ନେଇ ସିନ୍‌ ରିକ୍ରିଏସନ୍‌ କଲା ଛତିଶଗଡ଼ ପୋଲିସ୍‌। ଡ୍ରାଇଭର ବର୍ଦ୍ଧନ ଟପ୍ପୋ ପୋଲିସ୍‌କୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଦେଇଥିବା ସୂଚନା ରହିଛି । ବର୍ଦ୍ଧନଙ୍କୁ ଆଜି କୋର୍ଟ ଚାଲାଣ କରାଯିବ। ଏହାପରେ ରିମାଣ୍ଡ ଆବେଦନ କରିବ ପୋଲିସ୍‌। ସୂଚନାଯୋଗ୍ୟ, ମା’ ଝିଅ ହତ୍ୟା କରିଥିବାର ସ୍ବୀକାର କରିଛନ୍ତି ଅନୁପ ସାଏ । ଲୁହା ରଡ୍‌ରେ ମାରି ବୋଲରୋ ଚଢାଇ ଦିଆଯାଇଥିଲା । ଅନୁପ ସାଏଙ୍କୁ ପୋଲିସ ଗିରଫ କରିବା ପରେ ଏହି ଘଟଣାରେ ଅନ୍ୟ କେହି ସମ୍ପୃକ୍ତ ଥିବାରୁ ପୋଲିସ୍‌ ତନାଘନା କରୁଥିଲା । (ଏଜେନ୍ସି)

Related posts