
ସମୀକ୍ଷା ବ୍ୟୁରୋ
କୁଚିଣ୍ଡା : କୁଚିଣ୍ଡାଠାରେ ପୁଣି ଏକ ଲଜ୍ଜ୍ୟା ଘଟଣା ସାମ୍ନାକୁ ଆସିଛି । ରାଜ୍ୟରେ ଦୁଷ୍କର୍ମ ପରି ଅପରାଧ କମିବାର ନାଁ ଧରୁନାହିଁ । କୁଚିଣ୍ଡାଠାରେ 13 ବର୍ଷୀୟା ନାବାଳିକାକୁ ଗଣଦୁଷ୍କର୍ମ ହୋଇଥିବାର ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁସାରେ ମହୁଲପାଲି ଥାନା ଅଞ୍ଚଳରେ ନାବାଳିକାକୁ ଗଣଦୁଷ୍କର୍ମ ହୋଇଥିବାର ସୂଚନା ରହିଛି । ଏନେଇ ଥାନାରେ ମଧ୍ୟ ଏତଲା ଦିଆଯାଇଛି । ଏହି ଘଟଣାରେ ଦୁଇ ନାବାଳକଙ୍କ ସମ୍ପୃକ୍ତି ଥିବାର ସୂଚନା ରହିଛି। ଏନେଇ ପୋଲିସ୍ ତନାଘନା ଜାରି ରଖିଛି ।
Tags: gangrape