Categories
ଆଜିର ଖବର ଜାତୀୟ ଖବର

ହାଥରସ୍‌ ପରେ ବଳରାମପୁରରେ ଆଉ ଏକ ଗଣଦୁଷ୍କର୍ମ : : ଦୁଷ୍କର୍ମ ପରେ ପୀଡ଼ିତାଙ୍କ ଅଣ୍ଟା ଓ ଗୋଡ ଭାଙ୍ଗି ଦେଇଥିଲେ ଅଭିଯୁକ୍ତ

ବଳରାମପୁର : ୟୁପିର ବଳରାମପୁରଠାରେ ହାଥରସ୍‌ ପରି ଆଉ ଏକ ଗଣଦୁଷ୍କର୍ମ ଘଟଣା ଘଟିଥିବାର ସାମ୍ନାକୁ ଆସିଛି । ଏଠାରେ ଜଣେ 22 ବର୍ଷୀୟା ଯୁବତୀଙ୍କୁ ଆଡମିସନ୍‌ କରିବା ପାଇଁ କଲେଜ ଯାଇଥିବା ସମୟରେ କିଛି ଯୁବତ ତାକୁ ଅପହରଣ କରିନେଇଥିଲେ । ଅପହରଣ କରିନେବା ପରେ ଗଣଦୁଷ୍କର୍ମ କରି ପୀଡ଼ିତାଙ୍କର ଅଣ୍ଟା ଏବଂ ଗୋଡ ଭାଙ୍ଗି ଦେଇଥିଲେ । ଯୁବତୀ ଜଣକ ହସ୍ପିଟାଲ ନେବାବେଳେ ତାଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି । ପୀଡିତାଙ୍କ ମା’ଙ୍କ କହିବାନୁଯାୟୀ ତାଙ୍କ ଝିଅ ମଙ୍ଗଳବାର ଦିନ ପ୍ରାୟ 10ଟା ବେଳେ କଲେଜରେ ଆଡମିସନ ପାଇଁ ଯାଇଥିଲେ । ସେହି ସମୟରେ କିଛି ଯୁବକ ତାଙ୍କୁ ଅପହରଣ କରିନେଇଥିଲେ । ପରେ ତାଙ୍କ ସହ ଗଣଦୁଷ୍କର୍ମ କରିଥିଲେ । ସନ୍ଧ୍ୟା ପର୍ଯ୍ୟନ୍ତ ଝିଅ ଘରକୁ ନ ଫେରିବାରୁ ଘର ଲୋକ ତାଙ୍କୁ ଫୋନ୍ କରିଥିଲେ ମାତ୍ର ତାଙ୍କ ଫୋନ୍ ବନ୍ଦ ଥିଲା । ପ୍ରାୟ 7ଟା ବେଳେ ଜଣେ ରିକ୍ସା ଚାଳକ ତାଙ୍କ ଝିଅକୁ ବେହୋସ ଅବସ୍ଥାରେ ଆଣିଥିଲେ । ସେତେବେଳେ ତାଙ୍କ ଝିଅର ଅବସ୍ଥା ସଙ୍କଟାପନ୍ନ ରହିଥିଲା । ପରିବାରଲୋକ ତାଙ୍କୁ ଏଭଳି ଅବସ୍ଥାରେ ସ୍ଥାନୀୟ ଡାକ୍ତରଖାନାକୁ ନେଇ ଯାଇଥିଲେ । ମାତ୍ର ଡାକ୍ତର ତାଙ୍କର ସଙ୍କଟାପନ୍ନ ଅବସ୍ଥା ଦେଖି ଲକ୍ଷ୍ନୌ ନେବା ପାଇଁ କହିଥିଲେ । ପରିବାରଲୋକଙ୍କ କହିବା ଅନୁସାରେ ଜିଲ୍ଲାର ତୁଳସୀପୁର ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଅଭିଯୋଗ ପରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି ।

ଅପରପକ୍ଷରେ ହାଥରସ୍‌ ଗଣଦୁ୍ଷ୍କର୍ମ କାଣ୍ଡ ପାଇଁ ଏସ୍‌ଆଇଟି ଯାଞ୍ଚ ଆରମ୍ ହୋଇଛି। ଗୃହ ସଚିବ ଭଗବାନ ସ୍ବରୂପଙ୍କ ଅଧ୍ୟକ୍ଷତାରେ ଏସ୍‌ଆଇଟି ଟିମ୍‌ ଆଜି ପୀଡ଼ିତାଙ୍କ ଗ୍ରାମରେ ପହଞ୍ଚିଛନ୍ତି । ସେଠାରେ ସେ ପୀଡିତାଙ୍କ ପରିବାରଙ୍କସହ ସାକ୍ଷାତ କରିବେ । ସାତ ଦିନ ମଧ୍ୟରେ ଏହି ଘଟଣାର ଯାଞ୍ଚ କରି ରିପୋର୍ଟ ପ୍ରଦାନ କରିବେ ବୋଲି ସୂଚନା ରହିଛି । ପୀଡ଼ିତାଙ୍କ ମୃତ୍ୟୁ ପରେ ପରିବାରର ବିନା ଅନୁସମତିରେ ପ୍ରଶାସନ ପୀଡ଼ିତାଙ୍କ ଅନ୍ତିମ ସଂସ୍କାର କରିଦେଇଥିଲେ । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏହାପରେ ଯୋଗୀ ସରକାର ଏହି ଘଟଣା ପାଇଁ ଏସ୍‌ଆଇଟି ଗଠନପାଇଁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ପୀଡିତାଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀ 25 ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି(ଏଜେନ୍ସି)

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଦିଲ୍ଲୀ ଏମ୍ସରେ ପ୍ରାଣ ହରାଇଲେ ହାଥରସ୍‌ ଗଣଦୁଷ୍କର୍ମ ପୀଡିତା

ନୂଆଦିଲ୍ଳୀ : ଦିଲ୍ଲୀ ଏମ୍ସରେ ପ୍ରାଣ ହରାଇଛନ୍ତି ହାଥରସ୍‌ ଗଣଦୁଷ୍କର୍ମ ପୀଡିତା । ସେପ୍ଟେମ୍ବର 14 ତାରିଖରେ ଉଚ୍ଚଜାତିର ଯୁବକଙ୍କ ଦ୍ୱାରା ଗଣ ଦୁଷ୍କର୍ମର ଶିକାର ହୋଇଥିବା ଯୁବତୀ ଜଣକ ମଙ୍ଗଳବାର ଏମ୍ସରେ ପ୍ରାଣ ହରାଇଛନ୍ତି । ଯୁବତୀଙ୍କ ମେରୁଦଣ୍ଡ ଏବଂ ଶ୍ୱାସନଳୀ ଗଭୀର ଭାବରେ ଆଘାତ ପ୍ରାପ୍ତ ହୋଇଥିଲା । 19 ବର୍ଷୀୟ ଯୁବତୀ ଜଣକ ଗାଇ ପାଇଁ ଚାରା ଆଣିବାକୁ ଯାଇଥିବା ବେଳେ ଉଚ୍ଚ ଜାତିର ପୁରୁଷଙ୍କ ଦ୍ୱାରା ଗଣଦୁଷ୍କର୍ମର ଶିକାର ହୋଇଥିଲେ । ଯୁବତୀଙ୍କ ଭାଇଙ୍କ ଅଭିଯୋଗ କ୍ରମେ ପୋଲିସ 4 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । 22ତାରିଖରେ ଯୁବତୀଙ୍କ ବୟାନ ରେକର୍ଡ ପରେ ପୋଲିସ ଆଉ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତ ମାନେ ଯୁବତୀଙ୍କ ଓଢଣୀ ସାହାଯ୍ୟରେ ଗଳା ଦବାଇବା ସହିତ ଜିଭକୁ ମଧ୍ୟ କାଟିଦେଇଥିଲେ ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ବିହାରରେ ଲଜ୍ଜା : କ୍ବାରେଣ୍ଟିନ୍‌ ସେଣ୍ଟରରେ ମହିଳାଙ୍କୁ ଗଣଦୁଷ୍କର୍ମ

ପାଟନା : ଦେଶବ୍ୟାପୀ ଲକ୍‌ଡାଉନ୍‌ ଜାରି କରାଯାଇଥିବା ସମୟରେ ମଧ୍ୟ ମହିଳା ମାନେ ସୁରକ୍ଷିତ ନୁହନ୍ତି । ବିହାରର ଏକ କ୍ବାରେଣ୍ଟିନ୍‌ ସେଣ୍ଟରରେ ଏଭଳି ଏକ ଦୁଷ୍କର୍ମ ଘଟଣା ସମ୍ମୁଖକୁ ଆସିଛି । 18 ବର୍ଷୀୟ ଯୁବତୀ ଜଣକ କ୍ବାରେଣ୍ଟିନ୍‌ ସେଣ୍ଟର ବାହାରେ ବୁଲୁଥିବା ବେଳେ 6 ଜଣ ଯୁବକ ତାଙ୍କୁ ଗଣଦୁଷ୍କର୍ମ କରିଛନ୍ତି । ବିହାରର ରୋହତାସ୍‌ରେ ଏହି ଘଟଣା ଘଟିଛି । ବୁଧବାର ରାତିରେ ଏହି ଘଟଣା ଘଟିଥିଲା ।

6 ଯୁବକଙ୍କ ମଧ୍ୟରୁ ଦୁଇ ଜଣ କ୍ବାରେଣ୍ଟିନ୍‌ ସେଣ୍ଟରରେ ରହୁଥିବା ବେଳେ ନିଜ ଗ୍ରାମର ଅନ୍ୟ 4 ଜଣଙ୍କୁ ସେମାନେ ଫୋନ୍‌ କରି ଡକାଇଥିଲେ । ଛ ଅଭିଯୁକ୍ତ ବିଜୟ ଯାଦବ, ସୁରେଶ ଯାଦବ, ମୁକେଶ ଯାଦବ, ଚଞ୍ଚଲ ଯାଦବ, ଅମିତ ପାଶ୍ବାନ ଏବଂ ଚୁଲି ପାଶ୍ବାନଙ୍କୁ ଏହି ଘଟଣା ପରେ ଗିରଫ କରାଯାଇଥିବା ନେଇ ରୋହତାସ ଏସ୍‌ପି ସତ୍ୟବୀର ସିଂ ସୂଚନା ଦେଇଛନ୍ତି । ଡାକ୍ତରୀ ପରୀକ୍ଷା ପାଇଁ ଯୁବତୀଙ୍କୁ ସାସାରାମ ସଦର ହସ୍ପିଟାଲକୁ ପଠାଯାଇଛି । (ଏଜେନ୍ସି)

Categories
ଅପରାଧ ଆଜିର ଖବର ଜାତୀୟ ଖବର

ରାଜସ୍ଥାନରେ ଅଭାବନୀୟ ଘଟଣା : କ୍ବାରାଣ୍ଟାଇନ୍‌ ହୋମ୍‌ରେ ମହିଳାଙ୍କୁ ଗଣଦୁଷ୍କର୍ମ

ଜୟପୁର : ଦେଶରେ କରୋନାକୁ ନେଇ ସଙ୍କଟ ଲାଗି ରହିଥିବା ବେଳେ ମହିଳାଙ୍କ ସୁରକ୍ଷାକୁ ନେଇ ପୁଣି ଥରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ରାଜସ୍ଥାନର ଜୟପୁରରେ ଏକ ଅଭାବନୀୟ ଘଟଣା ସମ୍ମୁଖକୁ ଆସିଛି । କ୍ବାରାଣ୍ଟାଇନ୍‌ ହୋମ୍‌ରେ ରହିଥିବା ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଛି । ତିନି ଦିନ ଧରି ମହିଳା ଜଣକ ଗଣଦୁଷ୍କର୍ମର ଶିକାର ହୋଇଥିବା ବେଳେ ରବିବାର ଥାନାରେ ଅଭିଯୋଗ କରିଛନ୍ତି । ଶୁକ୍ରବାର ଏହି ଘଟଣା ଘଟିଥିବା ବେଳେ ରବିବାର ଦିନ ସଓ୍ବାଇ ମାଧୋପୁର ଥାନାରେ ଅଭିଯୋଗ କରାଯାଇଛି । ତିନି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ମହିଳା ଜଣଙ୍କୁ ଗ୍ରାମବାସୀଙ୍କ ପକ୍ଷରୁ ଜବରଦସ୍ତି କ୍ବାରାଣ୍ଟାଇନ୍‌ ହୋମ୍‌ରେ ରଖାଯାଇଥିବା ନେଇ ପୋଲିସ୍‌ ସୂଚନା ପ୍ରଦାନ କରିଛି । ମହିଳା ଜଣଙ୍କୁ ଅନ୍ୟ ଏକ କ୍ବାରାଣ୍ଟାଇନ୍‌ ସେଣ୍ଟରକୁ ପଠାଯାଇଥିବା ବେଳେ କରୋନା ପାଇଁ ନମୂନା ସଂଗ୍ରହ କରାଯାଇଛି । (ଏଜେନ୍ସି)

Categories
ଅପରାଧ ଆଜିର ଖବର ଜାତୀୟ ଖବର

ତାମିଲନାଡୁରେ ଲଜ୍ଜା : ନାବାଳିକାଙ୍କୁ ସହପାଠୀଙ୍କ ଗଣ ଦୁଷ୍କର୍ମ

କୋଏମ୍ବାଟୁର : ତାମିଲନାଡୁରେ ଏକ ଲୋମହର୍ଷଣକାରୀ ଦୁଷ୍କର୍ମ ଘଟଣା ସମ୍ମୁଖକୁ ଆସିଛି । ତାମିଲନାଡୁର କୋଏମ୍ବାଟୁରରେ ପୁଣି ଏକ ନିର୍ଭୟା କାଣ୍ଡ ସାମ୍ନାକୁ ଆସିଛି । ଜଣେ ନବମ ଶ୍ରେଣୀ ଛାତ୍ରୀକୁ 9 ଜଣ ଯୁବକ ଗଣ ଦୁଷ୍କର୍ମ କରିଛନ୍ତି । ତେବେ ଆଶ୍ଚର୍ଯ୍ୟର ବିଷୟ ଏହିକି ଯେ, ଏହି ଛାତ୍ରୀଙ୍କର ଚାରି ସହପାଠୀ ମଧ୍ୟ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଉକ୍ତ ଚାରି ସହପାଠୀଙ୍କ ମଧ୍ୟରୁ ଜଣେ ଉକ୍ତ ଯୁବତୀଙ୍କୁ ଭଲ ପାଉଥିଲେ । 4 ସହପାଠୀଙ୍କ ସମେତ ଯୁବତୀଙ୍କ ପଡିଶା ଭାବରେ ରହୁଥିବା 6 ଜଣ ଯୁବକ ମଧ୍ୟ ଏହି ଜଘନ୍ୟ କାଣ୍ଡରେ ସମ୍ପୃକ୍ତ । ଯୁବତୀ ଜଣକ ଗର୍ଭବତୀ ହେବା ପରେ ଏହି ଘଟଣା ସମ୍ମୁଖକୁ ଆସିଥିଲା । ଯୁବତୀଙ୍କ ପିତା ମାତା ଦିନ ମଜୁରିଆ ଥିବା ବେଳେ ଲୋକଲଜ୍ଜା ଭୟରେ ଘଟଣାକୁ ଚପାଇ ଦେବାପାଇଁ ଗର୍ଭପାତ କରିବାକୁ ଏକ ଘରୋଇ ହସ୍ପିଟାଲକୁ ଯାଇଥିଲେ । ହସ୍ପିଟାଲ କର୍ତ୍ତୃପକ୍ଷ ପୋଲିସ୍‌ ନିକଟରେ ଅଭିଯୋଗ କରିବା ପରେ ଏହି ଘଟଣା ସମ୍ମୁଖକୁ ଆସିବା ସହିତ 7 ଜଣଙ୍କୁ ଗିରଫ କରିଛି । ପୋକ୍ସୋ ଅଧିନିୟମ ଆଧାରରେ ପୋଲିସ୍‌ ପକ୍ଷରୁ ମାମଲା ରୁଜୁ କରାଯାଇଛି । (ଏଜେନ୍ସି)

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ରାଉରକେଲାରେ ଲଜ୍ଜା : ଚୋରି କରିବାକୁ ଆସି ମହିଳାଙ୍କୁ ଗଣଦୁଷ୍କର୍ମ

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ରାଉରକେଲାରେ ଏକ ଲଜ୍ଜାଜନକ ଘଟଣା ସମ୍ମୁଖକୁ ଆସିଛି । ଚୋରି କରିବାକୁ ଆସିଥିବା 7 ଜଣ ଚୋର ମହିଳାଙ୍କୁ ଗଣଦୁଷ୍କର୍ମ କରିଛନ୍ତି । ରାଉରକେଲାର ବ୍ରାହ୍ମଣୀ ତରଙ୍ଗ ଅଞ୍ଚଳରେ ଏହି ଘଟଣା ଘଟିଛି । ଏକ କ୍ରସରକୁ 7 ଜଣ ଚୋର ଚୋରି କରିବାକୁ ଆସିଥିବା ବେଳେ ମହିଳାଙ୍କୁ ଗଣ ଦୁଷ୍କର୍ମ କରିଛନ୍ତି । ରବିବାର ବିଳମ୍ବିତ ରାତ୍ରିରେ ଏହି ଘଟଣା ଘଟିଥିବା ବେଳେ ଏ ନେଇ ଗତକାଲି ଥାନାରେ ମାମଲା ରୁଜୁ କରାଯାଇଛି । ଏହା ସହିତ ଚୋର ମାନେ ଲକ୍ଷାଧିକ ଟଙ୍କାର ମୋଟର ଏବଂ ଅନ୍ୟାନ୍ୟ ସାମଗ୍ରୀ ଚୋରି କରି ନେଇଥିବା ଅଭିଯୋଗ ହୋଇଛି । ଉଲ୍ଲେଖଯୋଗ୍ୟ ଯେ, ମହିଳାଙ୍କ ସ୍ବାମୀ ତଥା କ୍ରସରର କେୟାର ଟେକରତଳ ଘରେ ଶୋଇଥିବା ବେଳେ ମହିଳା ଜଣକ ଏକୁଟିଆ ଉପରେ ଶୋଇଥିଲେ । ଏହି ସମୟରେ 7 ଜଣ ଚୋର ପଶି ଦୁଷ୍କର୍ମ ପରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି କରି ନେଇଥିଲେ ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

କୁଚିଣ୍ଡାଠାରେ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ

ସମୀକ୍ଷା ବ୍ୟୁରୋ

କୁଚିଣ୍ଡା : କୁଚିଣ୍ଡାଠାରେ ପୁଣି ଏକ ଲଜ୍ଜ୍ୟା ଘଟଣା ସାମ୍ନାକୁ ଆସିଛି । ରାଜ୍ୟରେ ଦୁଷ୍କର୍ମ ପରି ଅପରାଧ କମିବାର ନାଁ ଧରୁନାହିଁ । କୁଚିଣ୍ଡାଠାରେ 13 ବର୍ଷୀୟା ନାବାଳିକାକୁ ଗଣଦୁଷ୍କର୍ମ ହୋଇଥିବାର ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁସାରେ ମହୁଲପାଲି ଥାନା ଅଞ୍ଚଳରେ ନାବାଳିକାକୁ ଗଣଦୁଷ୍କର୍ମ ହୋଇଥିବାର ସୂଚନା ରହିଛି । ଏନେଇ ଥାନାରେ ମଧ୍ୟ ଏତଲା ଦିଆଯାଇଛି । ଏହି ଘଟଣାରେ ଦୁଇ ନାବାଳକଙ୍କ ସମ୍ପୃକ୍ତି ଥିବାର ସୂଚନା ରହିଛି। ଏନେଇ ପୋଲିସ୍‌ ତନାଘନା ଜାରି ରଖିଛି ।

Categories
ଆଜିର ଖବର ଜାତୀୟ ଖବର

ଗୁଜୁରାଟରେ 13 ବର୍ଷୀୟ ନାବାଳିକାକୁ ଗଣଦୁଷ୍କର୍ମ : 7 ଗିରଫ

ଅହମ୍ମଦାବାଦ : ଗୁଜୁରାଟରେ ଜନୈକ 13 ବର୍ଷୀୟ ନାବାଳିକାକୁ ଗଣଦୁଷ୍କର୍ମ ମାମଲାରେ ପୋଲିସ୍‌ 7 ଜଣଙ୍କୁ ଗିରଫ କରିଛି । ବିଗତ ତିନି ମାସ ମଧ୍ୟରେ ନାବାଳିକା ଜଣଙ୍କୁ ଏକାଧିକ ଧର ଗଣଦୁଷ୍କର୍ମ କରାଯାଇଛି । ସୁରଟରେ ଘଟିଥିବା ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ମାନେ ଭରଚ୍ଛା, ଉଧ୍‌ନା ଏବଂ ଉତ୍ରନ୍‌ର ବୋଲି ପୋଲିସ୍‌ ସୂତ୍ରରୁ ଜଣାପଡିଛି । ସମସ୍ତ ଅଭିଯୁକ୍ତଙ୍କ ବୟସ 23ରୁ 55 ବର୍ଷ ବୟସ ମଧ୍ୟରେ ବୋଲି ପୋଲିସ୍‌ ପକ୍ଷରୁ ପ୍ରକାଶ କରାଯାଇଛି । ପୀଡିତାଙ୍କ ପିତାଙ୍କୁ ହତ୍ୟାର ଧମକ ଦେଇ ଅଭିଯୁକ୍ତ ମାନେ ଏହି ପାଶବିକ କାଣ୍ଡ ଭିଆଇଥିବା ଜଣାପଡିଛି । (ଏଜେନ୍ସୀ)

Categories
ଆଜିର ଖବର

ପୁରୀ ଗଣଦୁଷ୍କର୍ମ ମାମଲା : 20 ଦିନରେ ଚାର୍ଜସିଟ୍‌ ଦାଖଲ

ସମୀକ୍ଷା ବ୍ୟୁରୋ
ପୁରୀ,24/12 : ପୁରୀ ଗଣଦୁଷ୍କର୍ମ ମାମଲାରେ ଚାର୍ଜସିଟ୍‌ ଦାଖଲ କରିଛି ପୋଲିସ୍‌ । ମାମଲାକୁ ନେଇ ତତ୍ପରତା ଦେଖାଇ ପୋଲିସ୍‌ ଘଟଣାର 20 ଦିନ ମଧ୍ୟରେ ଚାର୍ଜସିଟ୍‌ ଦାଖଲ କରିଛି । ମାମଲାର ମୁଖ୍ୟ ଅଭିଯୁକ୍ତ ନିଲମ୍ବିତ କନେଷ୍ଟବଳ ଜିତେନ୍ଦ୍ର ସେଠୀଙ୍କ ସହିତ 5 ଜଣଙ୍କ ନାମରେ ଚାର୍ଜସିଟ୍‌ ଦାଖଲ କରାଯାଇଛି । ଏହା ସହିତ ମାମଲାର ଶୁଣାଣି ଫାଷ୍ଟଟ୍ରାକ କୋର୍ଟରେ କରାଯିବା ନେଇ ପୋଲିସ ପକ୍ଷରୁ ଆବେଦନ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଡିସେମ୍ବର 2 ତାରିଖରେ ଯୁବତୀଙ୍କୁ ଲିଫ୍ଟ ଦେବା ବାହାନାରେ ନିଲମ୍ବିତ କନେଷ୍ଟବଳ ରାଜେନ୍ଦ୍ର ସେଠୀ ଏବଂ ଅନ୍ୟ 5 ଜଣ ଗଣ ଦୁଷ୍କର୍ମ କରିଥିଲେ । ଦୁଇ ଦିନ ମଧ୍ୟରେ ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ।

Categories
ଆଜିର ଖବର

ଉତ୍ତର ପ୍ରଦେଶରେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ : 6 ଗିରଫ

ଲକ୍ଷ୍ନୌ,15/12 : ଦେଶରେ ଦୁଷ୍କର୍ମ ଏବଂ ମହିଳାଙ୍କ ପ୍ରତି ଅତ୍ୟାଚାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଉତ୍ତର ପ୍ରଦେଶର ମାଉ ଜିଲ୍ଲାର ମଧୁବନ ପୋଲିସ୍‌ ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି । 10ମ ଶ୍ରେଣୀର ନାବାଳିକାଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗରେ ମଧୁବନ ପୋଲିସ୍‌ 6 ଅଭିଯୁକ୍ତଙ୍କୁ ଗିରଫ କରିଛି । ଶୁକ୍ରବାର ଦିନ ଯୁବତୀ ଜଣକ ସ୍କୁଲକୁ ଯାଇଥିବା ବେଳେ ସନ୍ଧ୍ୟା ପର୍ଯ୍ୟନ୍ତ ଫେରି ନଥିଲେ । ପୋଲିସ୍‌ ସହିତ ପରିବାର ଲୋକ ଯୁବତୀ ଜଣଙ୍କୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରିଥିଲେ । ରବିବାର ଚେତା ଫେରିବା ପରେ ଯୁବତୀ ଜଣଙ୍କ ଅଭିଯୁକ୍ତଙ୍କ ନାମ ପ୍ରକାଶ କରିଥିଲେ । ରବିବାର ପୁଲିସ୍‌ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି ।(ଏଜେନ୍ସୀ)