ଉତ୍ତର ପ୍ରଦେଶରେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ : 6 ଗିରଫ

Published: Dec 15, 2019, 7:55 pm IST

ଲକ୍ଷ୍ନୌ,15/12 : ଦେଶରେ ଦୁଷ୍କର୍ମ ଏବଂ ମହିଳାଙ୍କ ପ୍ରତି ଅତ୍ୟାଚାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଉତ୍ତର ପ୍ରଦେଶର ମାଉ ଜିଲ୍ଲାର ମଧୁବନ ପୋଲିସ୍‌ ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି । 10ମ ଶ୍ରେଣୀର ନାବାଳିକାଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗରେ ମଧୁବନ ପୋଲିସ୍‌ 6 ଅଭିଯୁକ୍ତଙ୍କୁ ଗିରଫ କରିଛି । ଶୁକ୍ରବାର ଦିନ ଯୁବତୀ ଜଣକ ସ୍କୁଲକୁ ଯାଇଥିବା ବେଳେ ସନ୍ଧ୍ୟା ପର୍ଯ୍ୟନ୍ତ ଫେରି ନଥିଲେ । ପୋଲିସ୍‌ ସହିତ ପରିବାର ଲୋକ ଯୁବତୀ ଜଣଙ୍କୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରିଥିଲେ । ରବିବାର ଚେତା ଫେରିବା ପରେ ଯୁବତୀ ଜଣଙ୍କ ଅଭିଯୁକ୍ତଙ୍କ ନାମ ପ୍ରକାଶ କରିଥିଲେ । ରବିବାର ପୁଲିସ୍‌ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି ।(ଏଜେନ୍ସୀ)

Related posts