ହାଥରସ୍‌ ପରେ ବଳରାମପୁରରେ ଆଉ ଏକ ଗଣଦୁଷ୍କର୍ମ : : ଦୁଷ୍କର୍ମ ପରେ ପୀଡ଼ିତାଙ୍କ ଅଣ୍ଟା ଓ ଗୋଡ ଭାଙ୍ଗି ଦେଇଥିଲେ ଅଭିଯୁକ୍ତ

Published: Oct 1, 2020, 10:36 am IST

ବଳରାମପୁର : ୟୁପିର ବଳରାମପୁରଠାରେ ହାଥରସ୍‌ ପରି ଆଉ ଏକ ଗଣଦୁଷ୍କର୍ମ ଘଟଣା ଘଟିଥିବାର ସାମ୍ନାକୁ ଆସିଛି । ଏଠାରେ ଜଣେ 22 ବର୍ଷୀୟା ଯୁବତୀଙ୍କୁ ଆଡମିସନ୍‌ କରିବା ପାଇଁ କଲେଜ ଯାଇଥିବା ସମୟରେ କିଛି ଯୁବତ ତାକୁ ଅପହରଣ କରିନେଇଥିଲେ । ଅପହରଣ କରିନେବା ପରେ ଗଣଦୁଷ୍କର୍ମ କରି ପୀଡ଼ିତାଙ୍କର ଅଣ୍ଟା ଏବଂ ଗୋଡ ଭାଙ୍ଗି ଦେଇଥିଲେ । ଯୁବତୀ ଜଣକ ହସ୍ପିଟାଲ ନେବାବେଳେ ତାଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି । ପୀଡିତାଙ୍କ ମା’ଙ୍କ କହିବାନୁଯାୟୀ ତାଙ୍କ ଝିଅ ମଙ୍ଗଳବାର ଦିନ ପ୍ରାୟ 10ଟା ବେଳେ କଲେଜରେ ଆଡମିସନ ପାଇଁ ଯାଇଥିଲେ । ସେହି ସମୟରେ କିଛି ଯୁବକ ତାଙ୍କୁ ଅପହରଣ କରିନେଇଥିଲେ । ପରେ ତାଙ୍କ ସହ ଗଣଦୁଷ୍କର୍ମ କରିଥିଲେ । ସନ୍ଧ୍ୟା ପର୍ଯ୍ୟନ୍ତ ଝିଅ ଘରକୁ ନ ଫେରିବାରୁ ଘର ଲୋକ ତାଙ୍କୁ ଫୋନ୍ କରିଥିଲେ ମାତ୍ର ତାଙ୍କ ଫୋନ୍ ବନ୍ଦ ଥିଲା । ପ୍ରାୟ 7ଟା ବେଳେ ଜଣେ ରିକ୍ସା ଚାଳକ ତାଙ୍କ ଝିଅକୁ ବେହୋସ ଅବସ୍ଥାରେ ଆଣିଥିଲେ । ସେତେବେଳେ ତାଙ୍କ ଝିଅର ଅବସ୍ଥା ସଙ୍କଟାପନ୍ନ ରହିଥିଲା । ପରିବାରଲୋକ ତାଙ୍କୁ ଏଭଳି ଅବସ୍ଥାରେ ସ୍ଥାନୀୟ ଡାକ୍ତରଖାନାକୁ ନେଇ ଯାଇଥିଲେ । ମାତ୍ର ଡାକ୍ତର ତାଙ୍କର ସଙ୍କଟାପନ୍ନ ଅବସ୍ଥା ଦେଖି ଲକ୍ଷ୍ନୌ ନେବା ପାଇଁ କହିଥିଲେ । ପରିବାରଲୋକଙ୍କ କହିବା ଅନୁସାରେ ଜିଲ୍ଲାର ତୁଳସୀପୁର ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଅଭିଯୋଗ ପରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି ।

ଅପରପକ୍ଷରେ ହାଥରସ୍‌ ଗଣଦୁ୍ଷ୍କର୍ମ କାଣ୍ଡ ପାଇଁ ଏସ୍‌ଆଇଟି ଯାଞ୍ଚ ଆରମ୍ ହୋଇଛି। ଗୃହ ସଚିବ ଭଗବାନ ସ୍ବରୂପଙ୍କ ଅଧ୍ୟକ୍ଷତାରେ ଏସ୍‌ଆଇଟି ଟିମ୍‌ ଆଜି ପୀଡ଼ିତାଙ୍କ ଗ୍ରାମରେ ପହଞ୍ଚିଛନ୍ତି । ସେଠାରେ ସେ ପୀଡିତାଙ୍କ ପରିବାରଙ୍କସହ ସାକ୍ଷାତ କରିବେ । ସାତ ଦିନ ମଧ୍ୟରେ ଏହି ଘଟଣାର ଯାଞ୍ଚ କରି ରିପୋର୍ଟ ପ୍ରଦାନ କରିବେ ବୋଲି ସୂଚନା ରହିଛି । ପୀଡ଼ିତାଙ୍କ ମୃତ୍ୟୁ ପରେ ପରିବାରର ବିନା ଅନୁସମତିରେ ପ୍ରଶାସନ ପୀଡ଼ିତାଙ୍କ ଅନ୍ତିମ ସଂସ୍କାର କରିଦେଇଥିଲେ । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏହାପରେ ଯୋଗୀ ସରକାର ଏହି ଘଟଣା ପାଇଁ ଏସ୍‌ଆଇଟି ଗଠନପାଇଁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ପୀଡିତାଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀ 25 ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି(ଏଜେନ୍ସି)

Related posts