ଦିଲ୍ଲୀ ଏମ୍ସରେ ପ୍ରାଣ ହରାଇଲେ ହାଥରସ୍‌ ଗଣଦୁଷ୍କର୍ମ ପୀଡିତା

Published: Sep 29, 2020, 11:57 am IST

ନୂଆଦିଲ୍ଳୀ : ଦିଲ୍ଲୀ ଏମ୍ସରେ ପ୍ରାଣ ହରାଇଛନ୍ତି ହାଥରସ୍‌ ଗଣଦୁଷ୍କର୍ମ ପୀଡିତା । ସେପ୍ଟେମ୍ବର 14 ତାରିଖରେ ଉଚ୍ଚଜାତିର ଯୁବକଙ୍କ ଦ୍ୱାରା ଗଣ ଦୁଷ୍କର୍ମର ଶିକାର ହୋଇଥିବା ଯୁବତୀ ଜଣକ ମଙ୍ଗଳବାର ଏମ୍ସରେ ପ୍ରାଣ ହରାଇଛନ୍ତି । ଯୁବତୀଙ୍କ ମେରୁଦଣ୍ଡ ଏବଂ ଶ୍ୱାସନଳୀ ଗଭୀର ଭାବରେ ଆଘାତ ପ୍ରାପ୍ତ ହୋଇଥିଲା । 19 ବର୍ଷୀୟ ଯୁବତୀ ଜଣକ ଗାଇ ପାଇଁ ଚାରା ଆଣିବାକୁ ଯାଇଥିବା ବେଳେ ଉଚ୍ଚ ଜାତିର ପୁରୁଷଙ୍କ ଦ୍ୱାରା ଗଣଦୁଷ୍କର୍ମର ଶିକାର ହୋଇଥିଲେ । ଯୁବତୀଙ୍କ ଭାଇଙ୍କ ଅଭିଯୋଗ କ୍ରମେ ପୋଲିସ 4 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । 22ତାରିଖରେ ଯୁବତୀଙ୍କ ବୟାନ ରେକର୍ଡ ପରେ ପୋଲିସ ଆଉ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତ ମାନେ ଯୁବତୀଙ୍କ ଓଢଣୀ ସାହାଯ୍ୟରେ ଗଳା ଦବାଇବା ସହିତ ଜିଭକୁ ମଧ୍ୟ କାଟିଦେଇଥିଲେ ।

Related posts