ତାମିଲନାଡୁରେ ଲଜ୍ଜା : ନାବାଳିକାଙ୍କୁ ସହପାଠୀଙ୍କ ଗଣ ଦୁଷ୍କର୍ମ

Published: Apr 14, 2020, 3:00 pm IST

କୋଏମ୍ବାଟୁର : ତାମିଲନାଡୁରେ ଏକ ଲୋମହର୍ଷଣକାରୀ ଦୁଷ୍କର୍ମ ଘଟଣା ସମ୍ମୁଖକୁ ଆସିଛି । ତାମିଲନାଡୁର କୋଏମ୍ବାଟୁରରେ ପୁଣି ଏକ ନିର୍ଭୟା କାଣ୍ଡ ସାମ୍ନାକୁ ଆସିଛି । ଜଣେ ନବମ ଶ୍ରେଣୀ ଛାତ୍ରୀକୁ 9 ଜଣ ଯୁବକ ଗଣ ଦୁଷ୍କର୍ମ କରିଛନ୍ତି । ତେବେ ଆଶ୍ଚର୍ଯ୍ୟର ବିଷୟ ଏହିକି ଯେ, ଏହି ଛାତ୍ରୀଙ୍କର ଚାରି ସହପାଠୀ ମଧ୍ୟ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଉକ୍ତ ଚାରି ସହପାଠୀଙ୍କ ମଧ୍ୟରୁ ଜଣେ ଉକ୍ତ ଯୁବତୀଙ୍କୁ ଭଲ ପାଉଥିଲେ । 4 ସହପାଠୀଙ୍କ ସମେତ ଯୁବତୀଙ୍କ ପଡିଶା ଭାବରେ ରହୁଥିବା 6 ଜଣ ଯୁବକ ମଧ୍ୟ ଏହି ଜଘନ୍ୟ କାଣ୍ଡରେ ସମ୍ପୃକ୍ତ । ଯୁବତୀ ଜଣକ ଗର୍ଭବତୀ ହେବା ପରେ ଏହି ଘଟଣା ସମ୍ମୁଖକୁ ଆସିଥିଲା । ଯୁବତୀଙ୍କ ପିତା ମାତା ଦିନ ମଜୁରିଆ ଥିବା ବେଳେ ଲୋକଲଜ୍ଜା ଭୟରେ ଘଟଣାକୁ ଚପାଇ ଦେବାପାଇଁ ଗର୍ଭପାତ କରିବାକୁ ଏକ ଘରୋଇ ହସ୍ପିଟାଲକୁ ଯାଇଥିଲେ । ହସ୍ପିଟାଲ କର୍ତ୍ତୃପକ୍ଷ ପୋଲିସ୍‌ ନିକଟରେ ଅଭିଯୋଗ କରିବା ପରେ ଏହି ଘଟଣା ସମ୍ମୁଖକୁ ଆସିବା ସହିତ 7 ଜଣଙ୍କୁ ଗିରଫ କରିଛି । ପୋକ୍ସୋ ଅଧିନିୟମ ଆଧାରରେ ପୋଲିସ୍‌ ପକ୍ଷରୁ ମାମଲା ରୁଜୁ କରାଯାଇଛି । (ଏଜେନ୍ସି)

Related posts