Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ» ବିବାହର ପ୍ରତିଶ୍ରୁତି ଦେଇ ଯୁବତୀକୁ ପ୍ରତାରଣା ଅଭିଯୋଗ,  ଯୁବକ ଗିରଫ
ଅପରାଧ

 ବିବାହର ପ୍ରତିଶ୍ରୁତି ଦେଇ ଯୁବତୀକୁ ପ୍ରତାରଣା ଅଭିଯୋଗ,  ଯୁବକ ଗିରଫ

February 18, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

କନ୍ଦର୍ପ ବେହେରା

ରେଢାଖୋଲ: ନାକ୍ଟିଦେଉଳ ଥାନା ଅଂଚଳର ଜନୈକା ଯୁବତୀକୁ ଜନୈକ ଯୁବକ ବିବାହ ପ୍ରତିଶ୍ରୁତି ଦେଇ ଶେଷରେ ଦୁଷ୍କର୍ମ କରି ଅନ୍ୟତ୍ର ବିବାହ କରିବାକୁ ଉଦ୍ୟମ କରି ଶେଷରେ ଗିରଫ ହେବା ଘଟଣା ନାକ୍ଟିଦେଉଳ ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି । ଏ ନେଇ ଯୁବତୀ ଜଣଙ୍କ ନାକ୍ଟିଦେଉଳ ଥାନାରେ ଅଭିଯୋଗ କରିଥିବା ନାକ୍ଟିଦେଉଳ ପୋଲିସ୍ ପ୍ରକାଶ କରିଛି । ପ୍ରତାରଣା କରିଥିବା ଯୁବକ ଜଣଙ୍କ ହେଲେ ଦେବଗଡ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ କଖାରୁମାଳ ଗ୍ରାମର ଆଦିତ୍ୟ ସାହୁ । ତା ନାମରେ ନାକଟିଦେଉଳ ଥାନାରେ ଲିଖିତ ଅଭିଯୋଗ ମଧ୍ୟ ହୋଇଛି । ଅଭିଯୋଗ ଅନୁସାରେ ରିଆମାଳ ଥାନା ଅନ୍ତର୍ଗତ କଖାରୁମାଳ ଗ୍ରାମର ଆଦିତ୍ୟ ସାହୁ ନାମକ ଜଣେ ଯୁବକ ନାକଟିଦେଉଳ ଥାନା ଜନୈକା ଯୁବତୀ ସହ ଆଜକୁ ୭ବର୍ଷ ହେଲା କଥାବାର୍ତ୍ତା ହେଉଥିଲା । ଆଦିତ୍ୟ ଯୁବତୀ ଜଣକ ସହ କଥାବାର୍ତ୍ତା ହେବା ସହ ବିବାହର ପ୍ରତିଶ୍ରୁତି ମଧ୍ୟ ଦେଇଥିଲା। ଏପରିକି ଶାରୀରିକ ସଂପର୍କ ମଧ୍ୟ ରଖିଥିଲା। ଗତ ୨୦୧୯ ଜୁନ୍ ୯ ତାରିଖ ଦିନ ଆଦିତ୍ୟ ଯୁବତୀର ଘରକୁ ଯାଇ ତାକୁ ବିବାହ କରିବାକୁ କୁଆଡେ ପ୍ରତିଶ୍ରୁତି ଦେଇଥିଲା। ଦୁହିଁଙ୍କ ସମ୍ପର୍କକୁ ବିଷୟରେ ଚାରିଆଡେ ଚର୍ଚ୍ଚା ହେବା ପରେ ୧୦/୬/୧୯ରିଖ ଦିନ ମନ୍ଦିରରେ ବିବାହ କରିବ ବୋଲି କହିଥିଲା। ତାପରେ ମଳେଇପଡା ପଂଚାୟତର ସରପଂଚଞ୍ଚହାବିଲ୍ ସାହୁଙ୍କ ବାଇକ୍ରେ ବସି ଫେରାର୍ ହୋଇଯାଇଥିଲା । ଆଦିତ୍ୟ ରିଆମାଳ ଥାନା ଅନ୍ତର୍ଗତ ଅର୍ଜୁନଝରୀ ଗ୍ରାମର ଅନ୍ୟଏକ ଝିଅକୁ ବିବାହ କରିବାକୁ ଯାଉଥିବାରୁ ଯୁବତୀ ଜଣକ ପ୍ରତିବାଦ କରିଥିଲା ହେଲେ ଆଦିତ୍ୟ ଯୁବତୀ ଜଣକୁ ଗାଲିଗୁଲଜ କରିଥିଲା ବୋଲି ଯୁବତୀ ଅଭିଯୋଗ କରିଛି। ଏନେଇ ପୀଡିତା ଜଣଙ୍କ ୧୪ ତାରିଖ ଦିନ ନାକଟିଦେଉଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ଦଫା ୪୯୩/୪୧୭/୨୯୪/୫୦୬ ଆଇପିସି କେଶ୍ ନଂ ୧୯/୧୪/୨/୨୦୨୦ରେ ମାମଲା ରୁଜୁ କରି  ଆଦିତ୍ୟକୁ ଗିରଫ୍ କରି କୋର୍ଟଚାଲାଣ କରାଯାଇଥିବା ପୁଲିସ୍ ସୂତ୍ରରୁ ଜଣାପଡିଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ଶରଦ ପାୱାରଙ୍କ ଯୋଗୁଁ ମହାରଷ୍ଟ୍ରର ସମସ୍ତ ରାଜ୍ୟସଭା ଆସନ ନିର୍ବିରୋଧୀ ହେବ କି?: ଜାଣନ୍ତୁ ଗଣତି

March 4, 2026

ଐତିହାସିକ ବାଣପୁର ପଞ୍ଚୁଦୋଳ ଯାତ୍ରାର ଶୁଭାରମ୍ଭ: ଶୁଭ ମୁହୂର୍ତ୍ତରେ ପଡ଼ିଲା ଶୁଭ ଖୁଣ୍ଟି

March 4, 2026

ସେମିଫାଇନାଲ ଲଢେଇ ପୂର୍ବରୁ ଭାରତୀୟ ଦଳକୁ ଚେତାବନୀ ଦେଲେ ଇଂଲଣ୍ଡ ଖେଳାଳି: ଜାଣନ୍ତୁ କ’ଣ?

March 4, 2026

ଅହମ୍ମଦାବାଦ ବିମାନବନ୍ଦରରେ ଭାବପ୍ରବଣ ଦୃଶ୍ୟ: ଜେଦ୍ଦାରୁ ଫେରି ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଯାତ୍ରୀ 

March 4, 2026
Latest News

ଶରଦ ପାୱାରଙ୍କ ଯୋଗୁଁ ମହାରଷ୍ଟ୍ରର ସମସ୍ତ ରାଜ୍ୟସଭା ଆସନ ନିର୍ବିରୋଧୀ ହେବ କି?: ଜାଣନ୍ତୁ ଗଣତି

March 4, 2026

ଐତିହାସିକ ବାଣପୁର ପଞ୍ଚୁଦୋଳ ଯାତ୍ରାର ଶୁଭାରମ୍ଭ: ଶୁଭ ମୁହୂର୍ତ୍ତରେ ପଡ଼ିଲା ଶୁଭ ଖୁଣ୍ଟି

March 4, 2026

ସେମିଫାଇନାଲ ଲଢେଇ ପୂର୍ବରୁ ଭାରତୀୟ ଦଳକୁ ଚେତାବନୀ ଦେଲେ ଇଂଲଣ୍ଡ ଖେଳାଳି: ଜାଣନ୍ତୁ କ’ଣ?

March 4, 2026

ଯଦି ନୀତିଶ କୁମାର ରାଜ୍ୟସଭାକୁ ଯାଆନ୍ତି, ତେବେ କିଏ ହେବେ ବିହାରର ମୁଖ୍ୟମନ୍ତ୍ରୀ?: ନିଶାନ୍ତଙ୍କୁ…..

March 4, 2026

ରାଜ୍ୟସଭାକୁ ଯିବେ କି ନୀତିଶ କୁମାର?: ବିହାରର ବିଭିନ୍ନ ରାଜନୈତିକ ଦଳରୁ ଆସିଲା ପ୍ରତିକ୍ରିୟା

March 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.