ବିବାହର ପ୍ରତିଶ୍ରୁତି ଦେଇ ଯୁବତୀକୁ ପ୍ରତାରଣା ଅଭିଯୋଗ,  ଯୁବକ ଗିରଫ

Published: Feb 18, 2020, 5:41 pm IST

କନ୍ଦର୍ପ ବେହେରା

ରେଢାଖୋଲ: ନାକ୍ଟିଦେଉଳ ଥାନା ଅଂଚଳର ଜନୈକା ଯୁବତୀକୁ ଜନୈକ ଯୁବକ ବିବାହ ପ୍ରତିଶ୍ରୁତି ଦେଇ ଶେଷରେ ଦୁଷ୍କର୍ମ କରି ଅନ୍ୟତ୍ର ବିବାହ କରିବାକୁ ଉଦ୍ୟମ କରି ଶେଷରେ ଗିରଫ ହେବା ଘଟଣା ନାକ୍ଟିଦେଉଳ ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି । ଏ ନେଇ ଯୁବତୀ ଜଣଙ୍କ ନାକ୍ଟିଦେଉଳ ଥାନାରେ ଅଭିଯୋଗ କରିଥିବା ନାକ୍ଟିଦେଉଳ ପୋଲିସ୍ ପ୍ରକାଶ କରିଛି । ପ୍ରତାରଣା କରିଥିବା ଯୁବକ ଜଣଙ୍କ ହେଲେ ଦେବଗଡ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ କଖାରୁମାଳ ଗ୍ରାମର ଆଦିତ୍ୟ ସାହୁ । ତା ନାମରେ ନାକଟିଦେଉଳ ଥାନାରେ ଲିଖିତ ଅଭିଯୋଗ ମଧ୍ୟ ହୋଇଛି । ଅଭିଯୋଗ ଅନୁସାରେ ରିଆମାଳ ଥାନା ଅନ୍ତର୍ଗତ କଖାରୁମାଳ ଗ୍ରାମର ଆଦିତ୍ୟ ସାହୁ ନାମକ ଜଣେ ଯୁବକ ନାକଟିଦେଉଳ ଥାନା ଜନୈକା ଯୁବତୀ ସହ ଆଜକୁ ୭ବର୍ଷ ହେଲା କଥାବାର୍ତ୍ତା ହେଉଥିଲା । ଆଦିତ୍ୟ ଯୁବତୀ ଜଣକ ସହ କଥାବାର୍ତ୍ତା ହେବା ସହ ବିବାହର ପ୍ରତିଶ୍ରୁତି ମଧ୍ୟ ଦେଇଥିଲା। ଏପରିକି ଶାରୀରିକ ସଂପର୍କ ମଧ୍ୟ ରଖିଥିଲା। ଗତ ୨୦୧୯ ଜୁନ୍ ୯ ତାରିଖ ଦିନ ଆଦିତ୍ୟ ଯୁବତୀର ଘରକୁ ଯାଇ ତାକୁ ବିବାହ କରିବାକୁ କୁଆଡେ ପ୍ରତିଶ୍ରୁତି ଦେଇଥିଲା। ଦୁହିଁଙ୍କ ସମ୍ପର୍କକୁ ବିଷୟରେ ଚାରିଆଡେ ଚର୍ଚ୍ଚା ହେବା ପରେ ୧୦/୬/୧୯ରିଖ ଦିନ ମନ୍ଦିରରେ ବିବାହ କରିବ ବୋଲି କହିଥିଲା। ତାପରେ ମଳେଇପଡା ପଂଚାୟତର ସରପଂଚଞ୍ଚହାବିଲ୍ ସାହୁଙ୍କ ବାଇକ୍ରେ ବସି ଫେରାର୍ ହୋଇଯାଇଥିଲା । ଆଦିତ୍ୟ ରିଆମାଳ ଥାନା ଅନ୍ତର୍ଗତ ଅର୍ଜୁନଝରୀ ଗ୍ରାମର ଅନ୍ୟଏକ ଝିଅକୁ ବିବାହ କରିବାକୁ ଯାଉଥିବାରୁ ଯୁବତୀ ଜଣକ ପ୍ରତିବାଦ କରିଥିଲା ହେଲେ ଆଦିତ୍ୟ ଯୁବତୀ ଜଣକୁ ଗାଲିଗୁଲଜ କରିଥିଲା ବୋଲି ଯୁବତୀ ଅଭିଯୋଗ କରିଛି। ଏନେଇ ପୀଡିତା ଜଣଙ୍କ ୧୪ ତାରିଖ ଦିନ ନାକଟିଦେଉଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ଦଫା ୪୯୩/୪୧୭/୨୯୪/୫୦୬ ଆଇପିସି କେଶ୍ ନଂ ୧୯/୧୪/୨/୨୦୨୦ରେ ମାମଲା ରୁଜୁ କରି  ଆଦିତ୍ୟକୁ ଗିରଫ୍ କରି କୋର୍ଟଚାଲାଣ କରାଯାଇଥିବା ପୁଲିସ୍ ସୂତ୍ରରୁ ଜଣାପଡିଛି ।

Related posts