
କନ୍ଦର୍ପ ବେହେରା
ରେଢାଖୋଲ: ରେଢାଖୋଲ ଥାନା ତେରବେଡା ଗ୍ରାମଠାରେ ପୋଲିସ୍ ୩ କେଜି ଗଂଜେଇ ସହ ଗୋଟିଏ ମଟର ସାଇକେଲ ଜବତ କରିବା ସହ ୨ ଜଣଙ୍କୁଗିରଫ କରିଛି। ପ୍ରକାଶ ଯେ ରେଢାଖୋଲ ପୋଲିସ୍ ତେରବେଡା ଗ୍ରାମରେ ଗାଡି ଯାଂଚ କରୁଥିବା ସମୟରେ ଦୁଇଜଣ ବ୍ୟକ୍ତି ବାଇକରେ ( ଓଆର୍ ୧୫ଆର୍-୮୮୧୮ )ଗଂଜେଇ ଧରି ଯାଉଥିବା ବେଳେ ଧରାପଡିଛନ୍ତି। ସେମାନଙ୍କ ପାଖରୁ ୩ କେଜି ଗଞେଇ ଜବତ କରିବା ସହ ମୋଟର ସାଇକେଲ୍ ଓ ନଗଦ ୧୯୦୦ଟଙ୍କା ଜବତ କରିଛି। ଗିରଫ ଯୁବକ ଦୁଇ ଜଣ ହେଲେ ରେଢାଖୋଲ ଥାନା ଘୋଷରାମାଳ ପଂଚାୟତର ରାଇଲ ଗ୍ରାମର ଚିନ୍ମୟ ମାଝୀ ଓ ଉତ୍ତରପ୍ରଦେଶ ରାଜ୍ୟର ରାମଘାଟ ଥାନା ମୋଣିପୁରର ଶ୍ୟାମ ଭୀର ବୋଲି ରେଢାଖୋଲ ଥାନାଧିକାରୀ ଜଣାଇଛନ୍ତି। ସେମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିଲା। କୋର୍ଟରେ ଜାମିନ୍ ନାମଂଜୁର ହେବାରୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି। ରେଢାଖୋଲ ଥାନା କେସ୍ ନଂ୩୪ ତା ୧୮/୦୨/୨୦୨୦ ୟୁ/ଏସ ୨୦(ବି)୨୫/୨୯ ଏନ୍ଡିପିଏସ୍ ଅ।।କ୍ଟ ରେ ଗିରଫ କରାଯାଇଛି।
Tags: