Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ବଡପାଳ ନିକଟରୁ ବିପୁଳ ମଦ ଜବତ, ଦୁଇ ଅଟକ
ଅପରାଧ

ବଡପାଳ ନିକଟରୁ ବିପୁଳ ମଦ ଜବତ, ଦୁଇ ଅଟକ

March 3, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରଞ୍ଜିତ୍‌ ପଣ୍ଡା

କୁଜଙ୍ଗ:  କୁଜଙ୍ଗ ବ୍ଲକ୍ ପଙ୍କପାଳ ଅଂଚଳ ଏବେ ଚୋରା ମଦ ବ୍ୟବସାୟୀଙ୍କ କବଳରେ । ଏହି ଅଂଚଳରେ ଗତ କିଛି ଦିନ ତଳେ କେତକ ବ୍ରାଉନ୍‌ସୁଗାର ଚୋରା ବ୍ୟବସାୟୀଙ୍କୁ ପୁଲିସ ଠାବ କରିଥିବା ବେଳେ ଏବେ ଚୋରା ମଦ ଯୋଗୁ ଅଂଚଳବାସୀ ଅସ୍ତବ୍ୟସ୍ତ ହୋଇପଡିଛନ୍ତି । ଏହି ବିଷୟରେ ବହୁ ବାର କୁଜଙ୍ଗ ପୁଲିସ ଓ ଅବକାରୀ ବିଭାଗକୁ ଅବଗତ କରାଯାଇଥିବା ବେଳେ ଆଜି ରାତି ଆଠଟାରେ କୁଜଙ୍ଗ ପୁଲିସ ଚୋରା ବେପାରୀଙ୍କ ସହ ବିପୁଳ ମଦ ଜବତ କରି ବଡ ଧରଣର ସଫଳତା ପାଇଛି । କୌଣସି ଏକ ସୂତ୍ରରୁ କୁଜଙ୍ଗ ପୁଲିସ ଗୁପ୍ତ ସୂଚନା ପାଇ କଟକ-ପାରାଦ୍ୱୀପ ରାସ୍ତାରେ ପେଟ୍ରୋଲିଂ କରୁଥିବା ବେଳେ ଏକ ବାଇକ୍ ଯୋଗେ ଦୁଇ ଚୋରା ବ୍ୟବସାୟୀ କୁଜଙ୍ଗ ଅଂଚଳରୁ ମଦ ନେଇ ପଙ୍କପାଳ ଅଭିମୁଖେ ଯାଉଥିବା ବେଳେ କାବୁ କରିନେଇଥିଲେ । କୁଜଙ୍ଗ ଥାନା ଅଧିକାରୀ ଦିଲିପ୍ କୁମାର ସାହୁ ଓ ସବ୍ ଇନସ୍‌ପ୍ଟେର ଶୁଭ୍ରଜିତ୍ ଦାଶ ପୂର୍ବରୁ ନିଜର ପଞ୍ଝା ବସାଇଥିଲେ । ବଡପାଳ ଛକ ନିକଟରୁ ସେ ଚୋରା ବ୍ୟବସାୟୀ ମନୋଜ ଓ ତାର ସମ୍ପର୍କୀୟ  ସୁବ୍ରତ ଦାସକୁ କାବୁ କରିନେବା ସହ ତାଙ୍କ ଠଟାରୁ ପ୍ରାୟ ୬୯ଟି ଦେଶୀ ମଦ ବୋତଲ ଓ ୨୭ଟି ବିଦେଶୀ ମଦ ଜବତ କରିଥିଲେ ।

ଏହି ଦୁଇ ଅଭିଯୁକ୍ତଙ୍କୁ କୁଜଙ୍ଗ ପୁଲିସ୍ ଥାନାରେ ଅଟକ ରଖିବା ସହ ଚୋରା ମଦ ବେପାର ସମ୍ପର୍କରେ ତଦନ୍ତ କରୁଛି । ପ୍ରକାଶଯେ ପଙ୍କପାଳରେ ଏକ ବିଦେଶୀ ମଦ ଦୋକାନ ଥିବା ବେଳେ ଏହାର ଏକ କର୍ମଚାରୀଙ୍କୁ ଅତି ନର୍ମମ ଭାବେ ହତ୍ୟା କରାଯାଇଥିଲା । ଫଳରେ ଉତ୍ତ୍ୟକ୍ତ ଲୋକ ଏହି ମଦ ଦୋକାନ ପୋଡିବା ସହ ଏଠାରୁ ଏହି ଦୋକାନ ଉଚ୍ଛେଦ କରିବାକୁ ସମର୍ଥ ହୋଇଥିଲେ । ମାତ୍ର ମଦ ଦେକାନ ବନ୍ଦ ହୋଇଥିବା ବେଳେ ଏବେ ଏହି ଅଂଚଳ ଧଳା ପାଉଡର ଓ ଚୋରା ମଦ ବେପାରୀଙ୍କ କବ୍ଚାରେ ରହିଥିବା ସୂଚନା ମିଳିଛି । ଏହି ଅଭିଯୁକ୍ତଙ୍କ ମଧ୍ୟରୁ କେତକ  ପୂର୍ବରୁ ମଧ୍ୟ ଗିରଫ ହୋଇ ଜାମିନରେ ମୁକୁଳି ତାଙ୍କ ପସରା ମେଲାଇ ଆତଙ୍କରାଜ ଚଳାଇଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ଆତଙ୍କବାଦ ଉପରେ ଟଙ୍କା ଖର୍ଚ୍ଚ କରୁଥିବା ପାକିସ୍ତାନକୁ ମିଳିଲା ୪୧୦ ମିଲିୟନ ଡଲାରର ସମ୍ପତ୍ତି

August 25, 2025

ଆଜି ଭୁବନେଶ୍ୱରରେ ପୂର୍ବାଞ୍ଚଳ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀମାନଙ୍କ ସମ୍ମିଳନୀ

August 25, 2025

ପାଣିପାଗ ବିଭାଗର ଚେତାବନୀ ଜାରି: ରାଜ୍ୟରେ ଏହି ତାରିଖ ଯାଏଁ ଲାଗି ରହିବ ବର୍ଷା

August 25, 2025

ଭୁବନେଶ୍ୱରରେ ନିର୍ମିତ ପ୍ରଧାନମନ୍ତ୍ରୀଙ୍କ ଚକୋଲେଟ୍‌ ପ୍ରତିମୂର୍ତ୍ତିକୁ ସେୟାର କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

August 25, 2025
Latest News

ଆତଙ୍କବାଦ ଉପରେ ଟଙ୍କା ଖର୍ଚ୍ଚ କରୁଥିବା ପାକିସ୍ତାନକୁ ମିଳିଲା ୪୧୦ ମିଲିୟନ ଡଲାରର ସମ୍ପତ୍ତି

August 25, 2025

ଆଜି ଭୁବନେଶ୍ୱରରେ ପୂର୍ବାଞ୍ଚଳ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀମାନଙ୍କ ସମ୍ମିଳନୀ

August 25, 2025

ପାଣିପାଗ ବିଭାଗର ଚେତାବନୀ ଜାରି: ରାଜ୍ୟରେ ଏହି ତାରିଖ ଯାଏଁ ଲାଗି ରହିବ ବର୍ଷା

August 25, 2025

ଭୁବନେଶ୍ୱରରେ ନିର୍ମିତ ପ୍ରଧାନମନ୍ତ୍ରୀଙ୍କ ଚକୋଲେଟ୍‌ ପ୍ରତିମୂର୍ତ୍ତିକୁ ସେୟାର କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

August 25, 2025

ନୂଆଁଖାଇ ପର୍ବ: ନବାନ୍ନ ଲାଗି ପାଇଁ ମା’ ସମଲେଶ୍ୱରୀଙ୍କ ନିକଟରେ ପହଞ୍ଚିଲା ନୂଆ ଧାନ

August 25, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.