ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ସଦରଥାନା ଅନ୍ତର୍ଗତ ଗୁରୁଣ୍ଠି ପଂଚାୟତ ଯୋଗିଆପଲ୍ଲୀ ଗ୍ରାମରେ ଏକ ବଡ଼ଧରଣର ଚୋରି ହୋଇଛି। ଦୁବୃର୍ତ୍ତମାନେ ଏକ ଦୋକାନ ଗୋଦାମ ଘରୁ ଚୋରି କରି ପ୍ରାୟ ୫ ଲକ୍ଷ ଟଙ୍କାର ସାମଗ୍ରୀ ଲୁଟି ନେଇଛନ୍ତି । ଘଟଣାରୁ ପ୍ରକାଶ ଯେ ଗୁରୁଣ୍ଠି ପଂଚାୟତ ଯୋଗିଆପଲ୍ଲୀ ଗ୍ରାମର ଶ୍ରୀମନ୍ତ କୁମାର ପାଣିଗ୍ରାହୀ ବିକ୍ରି ପାଇଁ ଏକ ଗୋଦାମ ଘର କରିଛନ୍ତି। ଏଥିରେ ସେ ସାବୁନ, ପେଷ୍ଟ, ପାଉଡ଼୍ର, ଗୁଟ୍ଖା ସାମଗ୍ରୀ ଭଳି ଗ୍ଲୋସେରୀ ସାମଗ୍ରୀ ରଖିଥିଲେ।
ଗତକାଲି ରାତି ୧୧ଟାରେ ସେ ତାଲା ପକାଇ ଘରକୁ ଫେରିଥିବାବେଳେ ସକାଳୁ ତାଙ୍କ ଗୋଦାମର ତାଲା ଭାଙ୍ଗିଯାଇଥିବା ଶୁଣି ଗୋଦାମକୁ ଆସିଥିଲେ । ଦୋକାନ ଭିତରେ ପଶି ଦେଖିଲା ବେଳେ ପ୍ରାୟ ୫ ଲକ୍ଷ ଟଙ୍କାର ସାମଗ୍ରୀ ଚୋରି ହୋଇଛି । ଏନେଇ ସେ ସଦରଥାନାରେ ଅଭିଯୋଗ କରିବା ପରେ ଥାନା କେସ ନଂ ୬୭/୧୯ରେ ମାମଲା ରୁଜୁ କରିଛନ୍ତି । ଘଟଣା ସ୍ଥଳରେ ଥିବା ସି.ସିଟିଭି ଫୁଟେଜ୍କୁ ଯାଞ୍ଚ କରାଯାଉଥିବା ଥାନାଧିକାରୀ ସନ୍ତୋଷିନୀ ଓରାମ୍ କହିଛନ୍ତି । ତଳ ଦିନେ ଏହି ଥାନା ଅନ୍ତର୍ଗତ ଶକ୍ତିନଗର ଦ୍ୱିତୀୟ ଲାଇନ୍ରେ ମଧ୍ୟ ଚୋରି ହୋଇ ପ୍ରାୟ ୨୨ ତୋଳାରୁ ଅଧିକ ସୁନା ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଥିଲା ।
ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଘଟଣାର ଅଭିଯୁକ୍ତମାନଙ୍କୁ ପୋଳିସ୍ ଧରିବାରେ ସଫଳ ହୋଇନଥିବାବେଳେ ଆଉ ଏକ ଚୋରି ଘଟଣା ପୋଲିସ୍ର ମୁଣ୍ଡବ୍ୟଥା ବଢ଼ାଇଛି । ଅଂଚଳରେ ପେଟ୍ରୋଲିଂ ହେଉନଥିବାରୁ ଚୋରମାନେ ଏହାର ଫାଇଦା ଉଠାଇ ଚୋରି କରୁଛନ୍ତି । ତେଣୁ ପେଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ଦାବି ହୋଇଛି।