ଦୁଇ ସାଙ୍ଗଙ୍କୁ ପିଟି ପିଟି ହତ୍ୟା କଲା ଯୁବକ

Published: Mar 10, 2020, 5:06 pm IST

କାନପୁର : ସମଗ୍ର ଦେଶରେ ହୋଲିର ମାହୋଲ ଚାଲିଥିବା ବେଳେ ଉତ୍ତର ପ୍ରଦେଶର କାନପୁରରେ ଏକ ଅଭାବନୀୟ କାଣ୍ଡ ଘଟିଛି । ସାମାନ୍ୟ ବଚସାକୁ ନେଇ ଦୁଇ ସାଙ୍ଗକୁ ପିଟି ପିଟି ହତ୍ୟା କରିଛି ଜଣେ ଯୁବକ । ଘଟଣାଟି କାନପୁରର ଉଦୈତ୍‌ପୁର ଅଞ୍ଚଳରେ ଘଟିଛି । ଦୁଇ ନିହତ ହେଉଛନ୍ତି ମନୋଜ ଚୌରାସିଆ (36) ଏବଂ ଅଜିତ୍‌ ଯାଦବ(38) । ମନୋଜ ଉଦୈତ୍‌ପୁରର ବାସିନ୍ଦା ହୋଇଥିବା ବେଳେ ଅଜିତ୍‌ ଘାଘପୁରର ବାସିନ୍ଦା । ଅନ୍ୟତମ ସାଥୀ ଭଗବତୀ ଗୁଡିଆଙ୍କ ସହିତ ଉଭୟଙ୍କ ବଚସା ହେବାରୁ ଭଗବତୀ ଏବଂ ଅନ୍ୟ କିଛି ଯୁବକଙ୍କ ଆକ୍ରମଣରେ ଦୁଇ ଯୁବକ ପ୍ରାଣ ହରାଇଥିଲେ । ପୋଲିସ୍‌ ଭଗବତୀଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଅପରାଧୀ ମାନେ ଫେରାର ହୋଇ ଯାଇଛନ୍ତି । ଦୁଇ ମୃତକଙ୍କୁ ଲାଲା ଲାଜପତ ରାୟ ହସ୍ପିଟାଲକୁ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଥିବା ବେଳେ ଉଭୟ ପ୍ରାଣ ହରାଇଥିଲେ । (ଏଜେନ୍ସି)

Related posts