ପବ୍‌ଜୀ ନିଶାରେ ପାଗଳ ଯୁବକ, ହାତ ଗୋଡ ବାନ୍ଧି ହସ୍ପିଟାଲ୍‌କୁ ନେଲେ ପରିବାର ଲୋକ

Published: Mar 12, 2020, 2:25 pm IST

ବକ୍ସର : ପୁଣି ଜଣେ ପବ୍‌ଜୀ ଖେଳ ପାଇଁ ହସ୍ପିଟାଲ୍‌ରେ ଭର୍ତ୍ତି ହେବାର ଖବର ସାମ୍ନାକୁ ଆସିଛି।  ଯୁବକ ଜଣଙ୍କୁ ହାତ ଗୋଡ ବାନ୍ଧି ହସ୍ପିଟାଲ ନେବାକୁ ପଡିଛି । ଯୁବକ ଜଣକ ପବ୍‌ଜି ଖେଳରେ ସେ ଏତେ ଅଭ୍ୟସ୍ତ ହୋଇଥିଲେ ଯେ, ସେ ମାନସିକ ସ୍ତରରେ ରୋଗୀ ପାଲଟିଯାଇଥିଲେ। ବିହାରର ବକ୍ସର ଜିଲ୍ଲାରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି।

ପବ୍‌ଜୀ ଖେଳ ଆଜିର ଯୁବପିଢିଙ୍କୁ ଏକ ନିଶା ପରି ବାନ୍ଧି ରଖୁଛି। ଯୁବ ପିଢିମାନେ ଏହି ଖେଳରେ ଏତେ ମସଗୁଲ୍‌ ହୋଇଯାଉଛନ୍ତି ଯେ ସେମାନେ ଏହାର କୁପରିଣାମ ବୁଝିପାରୁନାହାନ୍ତି।

ମିଳିଥିବା ସୂଚନା ଅନୁସାରେ ବକ୍ସରର ମାଠିଆ ମୋଡର ଏହି ଯୁବକ ଜଣକ ପବ୍‌ଜୀ ଖେଳରେ ପାଗଳ ପ୍ରାୟ ହୋଇଯାଇଛନ୍ତି। ତାଙ୍କୁ କିଛି କାମ କହିଲେ ସେ କରିବାକୁ ମନା କରିବା ସହିତ ମାରପିଟ୍‌ ମଧ୍ୟ କରୁଥିଲେ। ଯୁବକର ଏପରି ହରକତରେ ଘର ଲୋକେ ବ୍ୟସ୍ତ ହୋଇ ତା’ର ହାତ ଗୋଡ ବାନ୍ଧି ତାକୁ ହସ୍ପିଟାଲ୍‌ରେ ପହଞ୍ଚାଇଛନ୍ତି । ପବ୍‌ଜୀ ଖେଳରେ ପାଗଳ ହୋଇଥିବା ଏହି ଯୁବକଙ୍କର ଚିକିତ୍ସା ଚାଲିଛି।

Related posts