Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କା ଏବଂ ୪ ଭରି ସୁନା ଚୋରି
ଅପରାଧ

ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କା ଏବଂ ୪ ଭରି ସୁନା ଚୋରି

March 21, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର: ସଦରଥାନା ତଥା ନିମଖଣ୍ଡି ଫାଣ୍ଡି ଅନ୍ତର୍ଗତ ଶକ୍ତିନଗର ଅଂଚଳରେ ବର୍ତ୍ତମାନ ଚୋରିସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଚୋରମାନେ ଏହି ଅଂଚଳକୁ ଅତି ସୁରକ୍ଷିତ ମନେ କରିଛନ୍ତି। ଚୋରମାନେ ମୁଖ୍ୟତଃ ଯେଉଁ ଘରେ ତାଲା ପଡ଼ିଛି କିମ୍ବା ଯେଉଁ ଘର ଲୋକମାନେ ବହୁଦିନ ହେଲା ଅନୁପସ୍ଥିତ ଅଛନ୍ତି ତାକୁ ଟାର୍ଗେଟ କରୁଥିବାବେଳେ ପୂର୍ବ ଚୋରିଗୁଡ଼ିକ ଧରିବାରେ ପୋଲିସ୍ ଫେଲ୍ ମାରିଥିବାରୁ ଏଭଳି ଚୋରି ସଂଖ୍ୟା ବଢ଼ିବାରେ ଲାଗିଛି ।

ଘଟଣାରୁ ପ୍ରକାଶ ଯେ ସହର ଉପଖଣ୍ଠ ଶକ୍ତିନଗର ଷଷ୍ଠ ଲେନ୍‌ର ବିଷ୍ଣୁପ୍ରିୟା ପ୍ରୀତି ନିଜ ଦେହ ଖରାପ ଥିବାରୁ ଝିଅ ଘର ଭୁବନେଶ୍ୱରକୁ ଗତ ଶିବରାତ୍ରିଠାରୁ ଚାଲିଯାଇଥିଲେ । ଘରେ ଅନ୍ୟ କେହି ନଥିବାବେଳେ ପୁଅମାନେ ବାହାର ରାଜ୍ୟରେ ରହୁଛନ୍ତି । ଚୋରମାନେ ଏହାର ସୁଯୋଗ ଦେଇ ଗତରାତିରେ ଘରର କବାଟର ତାଲା ଭାଙ୍ଗି ଘର ମଧ୍ୟରେ ପ୍ରବେଶ କରି ୪ ଭରି ସୁନା ଅଳଙ୍କାର ସହ ଲକ୍ଷାଧିକ ନଗଦ ଟଙ୍କା ଲୁଟି ନେଇଛନ୍ତି । ସକାଳୁ ସାହି ପଡ଼ିଶା ତାଲା ଭଙ୍ଗାଯାଇଥିବା ଦେଖି ତାଙ୍କୁ ଫୋନ୍ ଯୋଗେ ଜଣାଇଥିଲେ । ଖବରପାଇ ନିମଖଣ୍ଡି ଫାଣ୍ଡି ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି ।

Share. Facebook Twitter LinkedIn Email WhatsApp Copy Link

Related Posts

କଲ୍ୟାଣସିଂହପୁର ନିର୍ଯାତନା ଘଟଣାରେ ଜାତୀୟ ମହିଳା କମିସନଙ୍କ କଡ଼ା ପଦକ୍ଷେପ

June 23, 2026

ଡିଭିଏଫ ପକ୍ଷରୁ ଚଳାଯାଇଥିବା ସର୍ଚ୍ଚ ଅପରେସନରେ ବିପୁଳ ମାଓ ସାମଗ୍ରୀ ଜବତ

June 23, 2026

କବିସୂର୍ଯ୍ୟନଗର ଥାନା ପୋଲିସର ବଡ଼ ସଫଳତା: ସଶସ୍ତ୍ର ଡକାୟତି ଘଟଣାର ପର୍ଦ୍ଦାଫାଶ, ୭ ଗିରଫ

June 23, 2026

ପ୍ରେମ, ପ୍ରତିଶ୍ରୁତି ଓ ପ୍ରତାରଣା: ସରକାରୀ ଡାକ୍ତରଙ୍କ ବିରୋଧରେ ୩୦ ଲକ୍ଷର ସୁନା ଠକେଇ ଅଭିଯୋଗ

June 22, 2026
Latest News

ହର୍ମୁଜ୍ ପ୍ରଣାଳୀ ଖୋଲିବା ପରେ ପାକିସ୍ତାନର ବଡ଼ ପଦକ୍ଷେପ: ଭାରତକୁ କ୍ଷତି ପହଞ୍ଚାଇବା ପାଇଁ ପ୍ରୟାସ

June 23, 2026

ଆୟର୍ଲାଣ୍ଡ ଏବଂ ଇଂଲଣ୍ଡ ଟି-୨୦ ସିରିଜରୁ ବାଦ ପଡ଼ିଲେ ନୀତିଶ ରେଡ୍ଡି: ଜାଣନ୍ତୁ କାହାକୁ ମିଳିଲା ସୁଯୋଗ?

June 23, 2026

ଆଦିତ୍ୟ ବିର୍ଲା ଗ୍ରୁପ୍‌ ର ନୂଆ ପଦକ୍ଷେପ, ଶୁଭାରମ୍ଭ କଲା ଆଇଏନ୍‌ଟି ଆଦିତ୍ୟ ବିର୍ଲା ପରଫର୍‌ମିଂ ଆର୍ଟସ୍‌ ଏକାଡେମୀ 

June 23, 2026

ପ୍ରଶାନ୍ତ ମହାସାଗରରେ ବିପଜ୍ଜନକ ଏଲ ନିନୋ ସକ୍ରିୟ: ଭାରତ ପାଇଁ ସୃଷ୍ଟି କରୁଛି ବଡ଼ ବିପଦ

June 23, 2026

ଏବେ ବିଶ୍ୱକୁ ମୁକ୍ତ ଭାବରେ ତେଲ ବିକ୍ରୟ କରିବ ଇରାନ: ଭାରତ ହେବ ଲାଭବାନ!

June 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.