ଫିଲ୍ମ ଡାଇଲଗ୍‌ କହି ବାପାକୁ ନିର୍ମମ ହତ୍ୟା କଲା ପୁଅ

Published: Apr 27, 2020, 11:25 pm IST

ନାଗପୁର : 25 ବର୍ଷୀୟ ପୁଅ ନିଜ ବାପାର ହତ୍ୟା କରିଛି । ହତ୍ୟା କରି ସାରିବା ପରେ ଯେତେବଳେ ତା’ର ମନ ବୁଝିଲା ନାହିଁ ପିତାଙ୍କ ପ୍ରାଇଭେଟ୍‌ ପାର୍ଟକୁ ଏକ ଧାରୁଆ ହତିଆରରେ କାଟି ଅଲଗା କରିଦେଇଛି । ଏହିଭଳି ଏକ ଅଭାବନୀୟ ଘଟଣା ମହାରାଷ୍ଟ୍ରର ନାଗପୁର ଅଞ୍ଚଳରେ ଘଟିଛି ।

ଅଭିଯୁକ୍ତ ଜଣକ ପେଶାରେ  ଜିମ୍ ଟ୍ରେନର ବୋଲି ଜଣାପଡିଛି । ପିତାଙ୍କୁ ନିର୍ମମ ହତ୍ୟା କରିବା ପରେ ପିତାଙ୍କ ପ୍ରାଇଭେଟ୍‌ ପାର୍ଟକୁ କାଟି ଅଲଗା କରିଦେଇଛି । ତେବେ ଏପରି କାଣ୍ଡ କରିବା ସମୟରେ ସେ ଫିଲ୍ମର ଡାଇଲଗ୍‌ କହୁଥିଲେ । ପୁତ୍ରର ଏପରି ହିଂସକ ବ୍ୟବହାରକୁ ନେଇ ତାଙ୍କ ସମ୍ପର୍କୀୟମାନେ କିଛି ଜାଣିନଥିବାର କହିଛନ୍ତି । ଅଭିଯୁକ୍ତକୁ କାବୁ କରିବା ପାଇଁ ପାଞ୍ଚ ଜଣ ପୋଲିସ୍‌ କର୍ମୀଙ୍କୁ ବହୁ କଷ୍ଟ କରିବାକୁ ପଡିଛି । ତେବେ ସେ ହତ୍ୟା କ’ଣ ପାଇଁ କରିଛନ୍ତି ତାହାର କାରଣ ଜଣାପଡି ନାହିଁ । (ଏଜେନ୍ସି)

Related posts