ତିହାର ଜେଲ୍‌ରେ ଆତ୍ମହତ୍ୟା କଲେ ଶାଶୁ ଘର ପରିବାରକୁ ହତ୍ୟା କରିଥିବା ମହିଳା

Published: Apr 29, 2020, 3:55 pm IST

ନୂଆଦିଲ୍ଲୀ : ତିହାର ଜେଲ୍‌ରେ ଆତ୍ମହତ୍ୟା କରିଛନ୍ତି ଜନୈକ ମହିଳା । ନିଜ ଶାଶୁଘର ଲୋକଙ୍କୁ ହତ୍ୟା କରିବା ଅଭିଯୋଗରେ ଜେଲ୍‌ରେ ରହିଥିବା ଏହି ମହିଳା ଜଣକ ଆତ୍ମହତ୍ୟା କରିଛନ୍ତି । ଶାଶୁ ଶ୍ବଶୁରଙ୍କୁ ହତ୍ୟା କରିବା ଅଭିଯୋଗରେ ମହିଳାଙ୍କୁ 25 ତାରିଖରେ ଜେଲ୍‌ରେ ଭର୍ତ୍ତି କରାଯାଇଥିଲା । 26 ଏବଂ 27 ତାରିଖରେ ପଚରା ଉଚୁରା କରାଯିବା ପରେ ସୋମବାର ରାତିରେ ସେଲ୍‌ ନମ୍ବର 6ରେ ମହିଳାଜଣକ ଆତ୍ମହତ୍ୟା କରିଥିଲେ । ଶାଶୁ ଶ୍ବଶୁରଙ୍କୁ ହତ୍ୟା କରିବା ପରେ ମଧ୍ୟ ମହିଳା ଜଣକ ଆତ୍ମହତ୍ୟା କରିବାର ଚେଷ୍ଟା କରିଥିଲେ ବୋଲି ତଦନ୍ତକାରୀ ଅଫିସର ପ୍ରକାଶ କରିଛନ୍ତି । ଏକ ଜମିଜମା ବିବାଦ କାରଣରୁ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି । (ଏଜେନ୍ସି)

Related posts