ସମ୍ପତ୍ତି ବିବାଦ ଯୋଗୁଁ ନରହନ୍ତା ପାଲଟିଲା ଯୁବକ : ପରିବାରର ଛଅ ଜଣଙ୍କ ବେକ କାଟି କଲା ହତ୍ୟା

Published: Apr 30, 2020, 10:11 pm IST

ଉତ୍ତରପ୍ରଦେଶ : କରୋନା ପାଇଁ ସାରା ଭାରତରେ ଲକ୍‌ ଡାଉନ ଜାରି ରହିଥିବାବେଳେ ସମ୍ପତ୍ତି ବିବାଦ ଯୋଗୁଁ ଜଣେ ଯୁବକ ନରହନ୍ତା ପାଲଟିଛି। ସମ୍ପତ୍ତି ଲୋଭରେ ଯୁବକ ଜଣକ ଛଅ ଜଣଙ୍କୁ ହତ୍ୟା କରିଥିବାର ଖବର ସାମ୍ନାକୁ ଆସିଛି। ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌଠାରେ ଏହିପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଅଭିଯୁକ୍ତ ଜଣକ ତୀକ୍ଷ୍ଣ ହତିଆର ସାହାଯ୍ୟରେ ପରିବାରର ସମସ୍ତ ଛଅ ଜଣ ସଦସ୍ୟଙ୍କୁ ଅତି ନିର୍ମମ ଭାବରେ ବେକ କାଟି ହତ୍ୟା କରିଛି। ଅଭିଯୁକ୍ତ ଜଣକ ଏତେ ସମ୍ପତ୍ତି ଲୋଭରେ ମାତ୍ରାରେ ଅନ୍ଧ ହୋଇ ଯାଇଥିଲେ ଯେ, ଦୁଇ ନିରୀହ ଶିଶୁଙ୍କୁ ମଧ୍ୟ ଛାଡି ନଥିଲେ। ଏହି ସାମୂହିକ ହତ୍ୟାକାଣ୍ଡ ପରେ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।

ଲକ୍ଷ୍ନୌର ବନ୍ଥରା ଥାନା ଅଞ୍ଚଳରେ ଏହି ସାମୂହିକ ହତ୍ୟାକାଣ୍ଡ ଘଟିଛି। ଗୌଦୋଲୀ ଗ୍ରାମରେ ଅଜୟ ନାମକ ଜଣେ ଯୁବକ ତୀକ୍ଷ୍ଣ ଅସ୍ତ୍ର ଦ୍ବାରା ନିଜ ମା-ବାପା, ଭାଇ-ଭାଉଜ, ଝିଆରୀ-ପୁତୁରାର ବେକ କାଟି ଦେଇଛନ୍ତି। ପରିବାରର ସମସ୍ତ ଲୋକଙ୍କ ହତ୍ୟା କରିବା ପରେ ଅଭିଯୁକ୍ତ ଯୁବକ ଜଣକ ଥାନାରେ ଯାଇ ଆତ୍ମସମର୍ପଣ କରିଛନ୍ତି। ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ଅଭିଯୁକ୍ତ ଗିରଫ କରିଛନ୍ତି। ପ୍ରାରମ୍ଭିକ ଯାଞ୍ଚରୁ ଏହି ହତ୍ୟାକାଣ୍ଡ ଘରର ସମ୍ପତ୍ତି ପାଇଁ ହୋଇଥିବାର ଜଣାପଡିଛି। ତେବେ ପୋଲିସ୍‌ ଏନେଇ ତଦନ୍ତ ଜାରି ରଖିଛି। (ଏଜେନ୍ସି)

Related posts