Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଯୌତୁକ ଦାବିରେ ବଧୂହତ୍ୟା : ଥାନାରେ ଅଭିଯୋଗ ପରେ ସ୍ବାମୀ ଓ ଶାଶୁ ଗିରଫ
ଅପରାଧ

ଯୌତୁକ ଦାବିରେ ବଧୂହତ୍ୟା : ଥାନାରେ ଅଭିଯୋଗ ପରେ ସ୍ବାମୀ ଓ ଶାଶୁ ଗିରଫ

May 14, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ରଞ୍ଜିତ ପଣ୍ଡା
କୁଜଙ୍ଗ : କୁଜଙ୍ଗରେ ବଧୂହତ୍ୟା ଭଳି ଏକ ଘଟଣା ଘଟିଯାଇଛି । ଅଭୟଚାନ୍ଦପୁର ଥାନା ଅନ୍ତର୍ଗତ ବଗଦିଆ ଗ୍ରାମର ଜନୈକା ମହିଳାଙ୍କୁ ଅଧିକ ଯୌତୁକ ଦାବିରେ ବିଷ ଦେଇ ହତ୍ୟା କରାଯାଇଥିବାର ଅଭିଯୋଗ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଆନନ୍ଦ ମହାରଣା ନାମକ ଜନୈକ ବ୍ୟକ୍ତି ମିନତୀ ସ୍ବାଇଁଙ୍କୁ 6 ବର୍ଷ ତଳେ ଗଡକୁଜଙ୍ଗ ମନ୍ଦିରରେ ବିବାହ କରିଥିଲେ । ବିବାହ ସମୟରେ କନ୍ୟାପକ୍ଷଙ୍କ ତରଫରୁ ସୁନା ଚେନ୍‌, ସୁନା ମୁଦି, କଲର୍‌ ଟିଭି, ଫ୍ରିଜ୍‌ ଦୁଇ ଚକିଆ ଗାଡି ଏବଂ 50 ହଜାର ଟଙ୍କାର ନଗଦ ଅର୍ଥ ପ୍ରଦାନ କରାଯାଇଥିଲା । ତେବେ ବିବାହର କିଛି ଦିନ ପରେ ଯୌତୁକ ନିର୍ଯାତନା ଆରମ୍ଭ ହୋଇଯାଇଥିଲା ।

ଏହି ପ୍ରସଙ୍ଗରେ ଗ୍ରାମର ମୁଖିଆ ମାନଙ୍କୁ ନେଇ ଆପୋଷ ସମାଧାନ ମଧ୍ୟ କରାଯାଇଥିଲା । ଏହାପରେ 12 ତାରିଖ ଦିନ ଝିଅ ବିଷ ପିଇଥିବା ନେଇ କନ୍ୟାପିତାଙ୍କୁ ଖବର ମିଳିଥିଲା । ତାଙ୍କୁ ପ୍ରଥମେ ଅଠରବାଙ୍କୀ ନିଆଯାଇଥିଲା ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜଗତସିଂହପୁର ପଠାଇ ଦିଆଯାଇଥିଲା । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ଏହି ଘଟଣା ପରେ ଝିଅର ପିତା ଥାନାରେ ମାମଲା ରୁଜୁ କରିଥିଲେ । ପୋଲିସ୍‌ ପକ୍ଷରୁ 37/20ରେ ମାମଲା ରୁଜୁ କରାଯାଇ ସ୍ବାମୀ ଓ ଶାଶୂଙ୍କୁ ଗିରଫ କରାଯାଇଥିବା ନେଇ ଥାନାଧିକାରୀ ଯୁଗଳ କିଶୋର ଦାସ ପ୍ରକାଶ କରିଛନ୍ତି ।

murder
Share. Facebook Twitter LinkedIn Email WhatsApp Copy Link

Related Posts

Holi Festival: ଚିଲିକା ନିର୍ବାଚନ ମଣ୍ଡଳି ଲୋକଙ୍କ ସହିତ ହୋଲି ଖେଳିଲେ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ

March 4, 2026

ଯୁଦ୍ଧ ମଧ୍ୟରେ ଭାରତ ପାଇଲା ଉଲ୍ଲେଖନୀୟ ସଫଳତା!: ଥରିବେ ଶତ୍ରୁ ଦେଶ 

March 4, 2026

ରଙ୍ଗ ଖେଳିଲା ବେଳେ ବ୍ୟବହାର କରୁଛନ୍ତି କି ସ୍ମାର୍ଟଫୋନ୍: ତାହା ୱାଟରପ୍ରୁଫ୍ କି ନୁହେଁ କିପରି ଜାଣିବେ?

March 4, 2026

ରାଜ୍ୟରେ ୧୦ ଯାଏଁ କିପରି ରହିବ ପାଗ?: ପଢନ୍ତୁ ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ଆକଳନ

March 4, 2026
Latest News

Holi Festival: ଚିଲିକା ନିର୍ବାଚନ ମଣ୍ଡଳି ଲୋକଙ୍କ ସହିତ ହୋଲି ଖେଳିଲେ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ

March 4, 2026

ଯୁଦ୍ଧ ମଧ୍ୟରେ ଭାରତ ପାଇଲା ଉଲ୍ଲେଖନୀୟ ସଫଳତା!: ଥରିବେ ଶତ୍ରୁ ଦେଶ 

March 4, 2026

ଆଜି ଫାଇନାଲ ପାଇଁ ଲଢେଇ: ପ୍ରଥମ ସେମିଫାଇନାଲରେ ମୁହାଁମୁହିଁ ହେବେ ଦକ୍ଷିଣ ଆଫ୍ରିକା-ନ୍ୟୁଜିଲାଣ୍ଡ

March 4, 2026

ରଙ୍ଗ ଖେଳିଲା ବେଳେ ବ୍ୟବହାର କରୁଛନ୍ତି କି ସ୍ମାର୍ଟଫୋନ୍: ତାହା ୱାଟରପ୍ରୁଫ୍ କି ନୁହେଁ କିପରି ଜାଣିବେ?

March 4, 2026

ରାଜ୍ୟରେ ୧୦ ଯାଏଁ କିପରି ରହିବ ପାଗ?: ପଢନ୍ତୁ ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ଆକଳନ

March 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.