
ଗୁରୁପଦ ବେରା
କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ଥାନା ଅନ୍ତର୍ଗତ ଗୋଜବନ୍ଧ ଗ୍ରାମର ଶାନ୍ତିଲତା ସ୍ୱାଇଁଙ୍କ ଆକାଉଣ୍ଟକୁ ପେଟିଏମ୍ ଜରିଆରେ କଳାକନା ବୁଲାଇଛନ୍ତି ଲୁଟେରା । ମୋବାଇଲ୍ ଫୋନରେ ଥିବା ପେଟିଏମରୁ 35 ହଜାରରୁ ଅଧିକ ଟଙ୍କା ଲୁଟ୍ ହୋଇଛି । ଶାନ୍ତିଲତାଙ୍କ କହିବା କଥା ଅନୁଯାୟୀ, କିଛି ଦିନ ପୂର୍ବେ ସେହି ଗ୍ରାମର ଯୁବକ ଶ୍ରୀମନ୍ତ କୁମାର ସ୍ୱାଇଁ ତାଙ୍କ ଘରୁ ମୋବାଇଲ୍ ନେଇ ତାଙ୍କ ଆକାଉଣ୍ଟରୁ ସମସ୍ତ ଟଙ୍କା ଲୁଟି ନେଇଛନ୍ତି । ଏହି ଟଙ୍କା ଚୋରି ମାମଲାକୁ ନେଇ ଶାନ୍ତିଲତା ମହାକାଳପଡ଼ା ଥାନାରେ ଅଭିଯୋଗ କରିଛନ୍ତି । ମହାକାଳପଡ଼ା ଥାନା ଅଧିକାରୀ ଏତଲା ଗ୍ରହଣ କରିବା ସହିତ ଖୁବ୍ ଶୀଘ୍ର ତଦନ୍ତ କରି ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେଇଛନ୍ତି । ଥାନାଧିକାରୀ ମନୋରଞ୍ଜନ ଚୌଧୁରୀ ଏହି ମାମଲାର ତଦନ୍ତ କରୁଛନ୍ତି ।
Tags: paytm