Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ପେଟିଏମ୍ କୁ ମିଳିଲା ନୂତନ ବ୍ୟାଙ୍କିଙ୍ଗ୍ ପାର୍ଟନର, ବର୍ତ୍ତମାନ କାରବାରରେ ହେବ ନାହିଁ କୌଣସି ଅସୁବିଧା

ନୂଆଦିଲ୍ଲୀ: ପେଟିଏମ୍ ପେମେଣ୍ଟ ବ୍ୟାଙ୍କକୁ ଆରବିଆଇ ଏକ ବଡ଼ ଆଶ୍ଵସ୍ତି ଦେଇଛି ଏବଂ ଏହାର କାର୍ଯ୍ୟ ବନ୍ଦ କରିବାକୁ ଅଧିକ ସମୟ ଦେଇଛି। ରଏଟର୍ସ ଅନୁଯାୟୀ, ପ୍ୟାରେଣ୍ଟ୍ କମ୍ପାନୀ ପେଟିଏମ୍ ଏହାର କିଛି ଲୋକପ୍ରିୟ ଉତ୍ପାଦକୁ ଚଳାଇବା ଏବଂ ସାମ୍ପ୍ରତିକ ସଙ୍କଟରୁ ବଞ୍ଚିବା ପାଇଁ ଏକ ନୂତନ ବ୍ୟାଙ୍କିଙ୍ଗ୍ ପାର୍ଟନର ପାଇଛି। ଜାନୁଆରୀ 29 ତାରିଖରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) One97 କମ୍ୟୁନିକେସନ୍ (ଓସିଏଲ) ର ସହଯୋଗୀ ପେଟିଏମ୍ ପେମେଣ୍ଟ ବ୍ୟାଙ୍କକୁ ଫେବୃଆରୀ 29 ରୁ ଆକାଉଣ୍ଟ କିମ୍ବା ୱାଲେଟରେ କୌଣସି ନୂତନ ଜମା ନକରିବାକୁ ନିର୍ଦ୍ଦେଶ ଦେଇଥିଲା। ଆରବିଆଇ ଶୁକ୍ରବାର ଦିନ କହିଛି ଯେ, ବର୍ତ୍ତମାନ ଏହି ସମୟସୀମା ମାର୍ଚ୍ଚ 15 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

ପେଟିଏମ୍ ବ୍ୟାଙ୍କକୁ ବଡ ଆଶ୍ଵସ୍ତି:

ପେଟିଏମ୍ ଏକ ପ୍ରେସ ବିଜ୍ଞପ୍ତି ଜାରି କରି କହିଛି ଯେ, ପୂର୍ବ ପରି ନିରବଚ୍ଛିନ୍ନ ବ୍ୟବସାୟ ସମାଧାନ ଜାରି ରଖିବାକୁ କମ୍ପାନୀ (ପେଟିଏମ୍) ଏହାର ନୋଡାଲ ଆକାଉଣ୍ଟକୁ ଆକ୍ସିସ୍ ବ୍ୟାଙ୍କକୁ ସ୍ଥାନାନ୍ତର କରିଛି। କମ୍ପାନୀ କହିଛି ଯେ ମାର୍ଚ୍ଚ 15 ପରେ ମଧ୍ୟ ପେଟିଏମ୍ QR କୋଡ୍, ସାଉଣ୍ଡବକ୍ସ ଏବଂ କାର୍ଡ ମେସିନ୍ କାର୍ଯ୍ୟ ଜାରି ରଖିବ।

ଆରବିଆଇ ସମୟସୀମା ବୃଦ୍ଧି କରିଛି:

କ୍ରମାଗତ ନିୟମ ପାଳନ ନକରିବାରୁ ଆରବିଆଇ ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା। ଏହି ସପ୍ତାହ ଆରମ୍ଭରେ, ଭାରତର ଆର୍ଥିକ ଅପରାଧ ମୁକାବିଲା ଏଜେନ୍ସି ପ୍ଲାଟଫର୍ମରେ ବିଦେଶୀ କାରବାର ସମ୍ପର୍କରେ ସୂଚନା ଅନୁସନ୍ଧାନ ଆରମ୍ଭ କରିଥିଲା। ଆରବିଆଇ କହିଛି ଯେ ସମୟସୀମା ବୃଦ୍ଧି କରି ବ୍ୟବସାୟୀଙ୍କ ସମେତ ଗ୍ରାହକଙ୍କୁ ବିକଳ୍ପ ବ୍ୟବସ୍ଥା କରିବାକୁ “ଅଧିକ ସମୟ” ଦିଆଯାଇଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ପେଟିଏମ୍ ଉପରେ ବଡ କାର୍ଯ୍ୟାନୁଷ୍ଠାନ: ମାର୍ଚ୍ଚ ୧ ରୁ ବନ୍ଦ ହେବ ଅନେକ ସେବା

ନୂଆଦିଲ୍ଲୀ: ଅଗ୍ରଣୀ ଫିଣ୍ଟେକ୍ କମ୍ପାନୀ ପେଟିଏମ୍ ବିରୋଧରେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ପେଟିଏମ୍ ପେମେଣ୍ଟ ବ୍ୟାଙ୍କକୁ ନୂତନ ଗ୍ରାହକ ଯୋଡିବାକୁ ବାରଣ କରିଛି। ଏହି ନିଷ୍ପତ୍ତି ତୁରନ୍ତ ପ୍ରଭାବ ସହିତ କାର୍ଯ୍ୟକାରୀ ହୋଇଛି। ଆଜି କେନ୍ଦ୍ରୀୟ ବ୍ୟାଙ୍କ କହିଛି ଯେ, ବ୍ୟାଙ୍କ ଅନେକ ନିୟମ ଉଲ୍ଲଂଘନ କରୁଛି। ଅଡିଟ୍ ରିପୋର୍ଟରେ ଏହା ପ୍ରକାଶ ପାଇଛି। ଏହି ପ୍ରତିବନ୍ଧକ ପରେ ଗ୍ରାହକମାନେ ସେମାନଙ୍କ ଆକାଉଣ୍ଟରେ ଟଙ୍କା ଜମା କରିପାରିବେ ନାହିଁ। ଏଥିସହ ୱାଲେଟ, ଫାଷ୍ଟାଗ ଏବଂ ଏନସିଏମସି କାର୍ଡ ମଧ୍ୟ ଟପ୍ପର ହେବ ନାହିଁ ବୋଲି ଆରବିଆଇ କହିଛି। ତେବେ ଟଙ୍କା ଉଠାଇବାକୁ ଗ୍ରାହକଙ୍କୁ ଅନୁମତି ଦିଆଯାଇଛି।

ଆରବିଆଇ ଅନୁଯାୟୀ, ପେଟିଏମ୍ ପେମେଣ୍ଟ ବ୍ୟାଙ୍କ କୌଣସି ଗ୍ରାହକଙ୍କଠାରୁ ଟଙ୍କା ଜମା କରିବ ନାହିଁ। ୨୯ ଫେବୃଆରୀ ପରେ କୌଣସି ଗ୍ରାହକଙ୍କ ଆକାଉଣ୍ଟରେ କୌଣସି ପ୍ରକାରର ଜମା ଗ୍ରହଣ କରାଯିବ ନାହିଁ। ଯଦିଓ ଏହି ଟଙ୍କା ୱାଲେଟ୍, ଫାଷ୍ଟାଗ୍ କିମ୍ବା ଅନ୍ୟ କୌଣସି ପ୍ରିପେଡ୍ ସିଷ୍ଟମ୍ ମାଧ୍ୟମରେ ନିଆଯାଏ। ରିଜର୍ଭ ବ୍ୟାଙ୍କ କହିଛି ଯେ, ବାହ୍ୟ ଅଡିଟରଙ୍କ ରିପୋର୍ଟ ଆଧାରରେ ଏହି ପଦକ୍ଷେପ ନିଆଯାଇଛି। ଏହି ରିପୋର୍ଟରୁ ଜଣାପଡିଛି ଯେ, ବ୍ୟାଙ୍କ କ୍ରମାଗତ ଭାବରେ ଅନେକ ଆର୍ଥିକ ନିୟମ ପାଳନ କରିବାରେ ବିଫଳ ହୋଇଛି। ଏହା ବ୍ୟତୀତ ଅନେକ ପ୍ରକାରର ଅନିୟମିତତା ଦେଖିବାକୁ ମିଳିଥିଲା। ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ବିରୋଧରେ ଏହି ଅଭିଯୋଗର ତଦନ୍ତ ଜାରି ରହିବ।

ବର୍ତ୍ତମାନ ସୁଦ୍ଧା କୌଣସି ନୂତନ ଗ୍ରାହକ ଯୋଗ ନକରିବାକୁ କେନ୍ଦ୍ରୀୟ ବ୍ୟାଙ୍କ ନିର୍ଦ୍ଦେଶ ଦେଇଛି। ଏଥିସହ ଗ୍ରାହକଙ୍କୁ ତାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇବା ପାଇଁ ସମ୍ପୂର୍ଣ୍ଣ ସ୍ୱାଧୀନତା ଦିଆଯାଇଛି। ଗ୍ରାହକମାନେ କୌଣସି ଅସୁବିଧା ବିନା ସେମାନଙ୍କ ସେଭିଙ୍ଗ, କରେଣ୍ଟ, ପ୍ରିପେଡ୍, ଫାଷ୍ଟଟ୍ୟାଗ୍ ଏବଂ ନ୍ୟାସନାଲ କମନ୍ ମୋବିଲିଟି କାର୍ଡ (ଏନସିଏମସି) ରୁ ଟଙ୍କା ଉଠାଇବାକୁ ସକ୍ଷମ ହେବେ।

ଯଦିଓ ସମସ୍ତ ବ୍ୟାଙ୍କ ସେବା ବନ୍ଦ କରିବାକୁ କେନ୍ଦ୍ରୀୟ ବ୍ୟାଙ୍କ ନିର୍ଦ୍ଦେଶ ଦେଇଛି। କିନ୍ତୁ, ଟଙ୍କା ସ୍ଥାନାନ୍ତର ପାଇଁ ସୁବିଧା ଯୋଗାଇବାକୁ ପଡିବ। ଏଗୁଡ଼ିକରେ AEPS, IMPS, BBPOU ଏବଂ UPI ସୁବିଧା ଅନ୍ତର୍ଭୁକ୍ତ। ଏହା ବ୍ୟତୀତ ଆରବିଆଇ One97 କମ୍ୟୁନିକେସନ୍ ଏବଂ ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ସର୍ଭିସେସ୍ ଲିମିଟେଡର ନୋଡାଲ ଆକାଉଣ୍ଟକୁ ଯଥାଶୀଘ୍ର ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି। ଏଥିସହ ସମସ୍ତ କାରବାର ଏବଂ ନୋଡାଲ ଆକାଉଣ୍ଟ ସମାଧାନ ପାଇଁ ବ୍ୟାଙ୍କକୁ ମାର୍ଚ୍ଚ ୧୫ ତାରିଖ ପର୍ଯ୍ୟନ୍ତ ସମୟ ଦିଆଯାଇଛି। ଏହା ପରେ କୌଣସି କାରବାର ଗ୍ରହଣ କରାଯିବ ନାହିଁ।

Categories
ଆଜିର ଖବର ଖେଳ ଜାତୀୟ ଖବର

କେଉଁଠାରେ ଏବଂ କିପରି ବୁକ୍ କରିବେ ବିଶ୍ୱକପ୍ ୨୦୨୩ ଟିକେଟ୍, ଏଠାରେ ଜାଣନ୍ତୁ ସବୁକିଛି

ନୂଆଦିଲ୍ଲୀ: ବିଶ୍ୱକପ୍ ୨୦୨୩ ର କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଜୁନ୍ ୨୭ ରେ ଆଇସିସି ଦ୍ୱାରା ବିଶ୍ୱକପ୍ ର କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ୧୦ ଟି ଦଳ ସହିତ ଏହି ଟୁର୍ନାମେଣ୍ଟରେ ମୋଟ ୪୮ ଟି ମ୍ୟାଚ୍ ଖେଳାଯିବ। ଅକ୍ଟୋବର ୫ ତାରିଖରୁ ବିଶ୍ୱକପ୍ ଆରମ୍ଭ ହେବ ଏବଂ ଉଦଘାଟନୀ ମ୍ୟାଚ୍ ଫାଇନାଲିଷ୍ଟ ଇଂଲଣ୍ଡ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯିବ। ଏବଂ ଫାଇନାଲ ମ୍ୟାଚ୍ ନଭେମ୍ବର ୧୯ ରେରେ ଅନୁଷ୍ଠିତ ହେବ। ମ୍ୟାଚ୍‌ର ଟିକେଟ ସମ୍ପର୍କରେ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ କରାଯାଇ ନାହିଁ।

ବିଶ୍ୱକପ ପାଇଁ ଟିକେଟ୍ କିପରି ବୁକ୍ କରାଯିବ ଆମେ ଆପଣଙ୍କୁ କହିବୁ। ତେବେ ଟୁର୍ଣ୍ଣାମେଣ୍ଟ ପାଇଁ ଟିକେଟ ଏପର୍ଯ୍ୟନ୍ତ ଜାରି କରାଯାଇ ନାହିଁ। ‘ଇକୋନୋମିକ୍ ଟାଇମ୍ସ’ର ଏକ ରିପୋର୍ଟ ଅନୁଯାୟୀ ବିଶ୍ୱକପ୍‌ର ଟିକେଟ ଖୁବ ଶୀଘ୍ର ଆସିବ। ଅଧିକାଂଶ ଟିକେଟ୍ କେବଳ ଅନଲାଇନ୍ ଆସିବ। ଆଇସିସିର ଅଫିସିଆଲ୍ ୱେବସାଇଟରେ ଟିକେଟ୍ ଉପଲବ୍ଧ ହେବ। ଏହା ବ୍ୟତୀତ Bookmyshow, Paytm ଏବଂ Paytm Insiders ରେ ମଧ୍ୟ ଟିକେଟ୍ ଉପଲବ୍ଧ ହେବ।

ରିପୋର୍ଟ ଅନୁଯାୟୀ, ଟିକେଟ୍ ମୂଲ୍ୟ ୫୦୦ ରୁ ୧୦ ହଜାର ଟଙ୍କା ମଧ୍ୟରେ ହୋଇପାରେ। ସ୍ଥାନ ଅନୁଯାୟୀ ଟିକେଟ୍ ମୂଲ୍ୟ ସ୍ଥିର କରାଯାଇପାରେ। ବିଶ୍ୱକପର ସମସ୍ତ ମ୍ୟାଚ୍ ମୋଟ ୧୦ ଟି ସ୍ଥାନରେ ଖେଳାଯିବ। ଅକ୍ଟୋବର ୧୫ ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଇଣ୍ଡୋ-ପାକ୍ ମ୍ୟାଚ୍ କୁ ନେଇ ପ୍ରଶଂସକମାନେ ଅଧିକ ଉତ୍ସାହିତ ଅଛନ୍ତି। ଏହି ମ୍ୟାଚ୍ ପାଇଁ ଟିକେଟ୍ କେଉଁ ମୂଲ୍ୟରେ ଆସିବ ତାହା ଦେଖିବା ମଜାଦାର ହେବ। ପ୍ରକାଶ ଯେ, ଟିକେଟ୍ ସମ୍ବନ୍ଧରେ ଏପର୍ଯ୍ୟନ୍ତ କୌଣସି ଔପଚାରିକ ଘୋଷଣା କରାଯାଇ ନାହିଁ।

Categories
ବିଶେଷ ଖବର ବ୍ୟବସାୟ

ଆପଣଙ୍କ ପାଖରେ ଟଙ୍କା ଅଛି କି? ତେବେ ଜାଣନ୍ତୁ Paytm ଆଣୁଛି IPO, କେବେ ଓ କିପିର କରିବେ ବିନିଯୋଗ

ନୂଆଦିଲ୍ଲୀ: ଯେଉଁମାନେ IPO ରେ ବିନିଯୋଗ କରୁଛନ୍ତି ସେମାନଙ୍କ ପାଇଁ ଏକ ଖୁସି ଖବର। କାରଣ ଦେଶର ସବୁଠାରୁ ବଡ ଆଇପିଓ ଶୀଘ୍ର ଆସିବ। ଏହି IPO Paytm ର ଅଟେ। ନଭେମ୍ବର 8 ରେ ସଦସ୍ୟତା ପାଇଁ ଏହି IPO ଖୋଲିବ। ନଭେମ୍ବର 10 ପର୍ଯ୍ୟନ୍ତ ନିବେଶକମାନେ ଏହି IPO କୁ ସବସ୍କ୍ରାଇବ କରିପାରିବେ। ଏହି ଆଇପିଓ ପାଇଁ ମୂଲ୍ୟ ଶେୟାର ପିଛା 2,080 ରୁ 2,150 ଟଙ୍କା ରଖାଯାଇଛି। ଏହି ଆଇପିଓ ମାଧ୍ୟମରେ ପେଟିଏମ୍ 18,300 କୋଟି ଟଙ୍କା ସଂଗ୍ରହ କରିବାକୁ ଯୋଜନା କରିଛି।

ଏହି ଆଇପିଓରେ 8,300 କୋଟି ଟପେଟିଙ୍କା ମୂଲ୍ୟର ତାଜା ସେୟାର ପ୍ରଦାନ କରାଯିବ। ଏଥି ସହିତ, କମ୍ପାନୀର ବର୍ତ୍ତମାନର ଅଂଶୀଦାରମାନଙ୍କ ତରଫରୁ ବିକ୍ରୟ ଅଫର ଅନୁଯାୟୀ 10,000 କୋଟି ଟଙ୍କା ମୂଲ୍ୟର ସେୟାର ବିକ୍ରି ପାଇଁ ରଖାଯିବ। ଆଣ୍ଟ ଫାଇନାନସିଆଲ ଏବଂ ସଫ୍ଟବ୍ୟାଙ୍କ ସମେତ ବର୍ତ୍ତମାନ ନିବେଶକମାନେ କମ୍ପାନୀର ସର୍ବ ବୃହତ ଅଂଶଧନକାରୀ ଆଲିବାବା କମ୍ପାନୀରେ ସେମାନଙ୍କ ଅଂଶଧନ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି।

ବିକ୍ରୟ ଅଫର୍ରେ ବିଜୟ ଶେଖର ଶର୍ମାଙ୍କ 402.65 କୋଟି ଟଙ୍କା, ନେଦରଲ୍ୟାଣ୍ଡର ଆଣ୍ଟ ଫାଇନାନ୍ସିଆଲ୍  4,704.43 କୋଟି ଟଙ୍କା, ଆଲିବାବା ଡଟ୍ କମ୍ ସିଙ୍ଗାପୁର ଇ-ବାଣିଜ୍ୟ 784.82 କୋଟି ଟଙ୍କା ଏବଂ 75.02 କୋଟି ଟଙ୍କା ମୂଲ୍ୟର ଏଲିଭେସନ୍ କ୍ୟାପିଟାଲ୍ FII ହୋଲ୍ଡିଂ ରହିଛି। ଏହି କଂପାନୀ ନଭେମ୍ବର 18 ରେ ଷ୍ଟକ୍ ଏକ୍ସଚେଞ୍ଜରେ ତାଲିକାଭୁକ୍ତ ହେବାର ସମ୍ଭାବନା।

ପେଟିଏମ୍ ବ୍ୟାଙ୍କିଙ୍ଗ୍, କ୍ରେଡିଟ୍ କାର୍ଡ, ଆର୍ଥିକ ସେବା, ସଂପତ୍ତି ପରିଚାଳନା ଏବଂ ଡିଜିଟାଲ୍ ପେମେଣ୍ଟ ସହିତ ଡିଜିଟାଲ୍ ୱାଲେଟ୍ କ୍ଷେତ୍ରରେ ବ୍ୟବସାୟ କରେ। ଦେଶରେ ବଣିକ ଦେୟଗୁଡିକରେ ପେଟିଏମ୍ ସର୍ବାଧିକ ବଜାର ଅଂଶ ରହିଛି। Paytm ରେ 20 ମିଲିୟନରୁ ଅଧିକ ଅଂଶୀଦାର ଅଛନ୍ତି ଏବଂ ଏହାର ଉପଭୋକ୍ତାମାନେ ପ୍ରତି ମାସରେ 1.4 ବିଲିୟନ କାରବାର କରନ୍ତି। ଏହି IPO କିଣିବା ପାଇଁ ଗ୍ରାହକଙ୍କ ମନରେ ବେଶ୍ ଆଗ୍ରହ ରହିଛି ବୋଲି ବଜାର ବିଶେଷଜ୍ଞମାନେ ଭବିଷ୍ୟବାଣୀ ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଗୁଗୁଲ ପ୍ଲେ ଷ୍ଟୋରରୁ ହଟିଲା ପେଟିଏମ୍‌, ଜାଣନ୍ତୁ କାରଣ କ’ଣ

ନୂଆଦିଲ୍ଲୀ:  ପେଟିଏମ୍‌କୁ ଗୁଗୁଲ୍‌ ପ୍ଲେ ଷ୍ଟୋରରୁ ହଟାଇ ଦେଇଥିବାର ଜଣାପଡିଛି । ଜୁଆ ସହ ଜଡିତ ଥିବା ନୀତିର ଉଲ୍ଲଂଘନ କରିଥିବା ଦର୍ଶାଇ ପେଟିଏମ୍‌କୁ ଗୁଗଲ ପ୍ଲେଷ୍ଟୋରରୁ ହଟାଇ ଦେଇଥିବା କହିଛି । ନିୟମ ଉଲ୍ଲଂଘନର ଅଭିଯୋଗରେ ଗୁଗୁଲ୍‌ ପ୍ଲେ ଷ୍ଟେରରୁ ପେଟିଏମ୍‌କୁ ହଟା ଯାଇଥିବାର ସୂଚନା ରହିଛି । ଅପରପକ୍ଷରେ ପେଟିଏମ୍‌ ଫର୍‌ ବିଜିନେସ୍‌, ପେଟିଏମ୍‌ ମଲ୍‌, ପେଟିଏମ୍‌ ମନି ପରି ଆପ୍‌ ଗୁଡିକ ଏବେବି ମହଜୁଦ୍‌ ରହିଛି । କେବଳ ପେଟିଏମ୍ ଆପ୍‌କୁ ହିଁ ଗୁଗୁଲ୍‌ ପ୍ଲେ ଷ୍ଟୋରରୁ ହଟାଇଯାଇଥିବାର ସୂଚନା ରହିଛି ।

ଗୁଗଲର କାର୍ଯ୍ୟାନୁଷ୍ଠାନ ପରେ ପେଟିଏମ୍‌ରେ ୟୁଜର୍ସଙ୍କ ଟଙ୍କା ସୁରକ୍ଷିତ ରହିଥିବାର କହିଛି ପେଟିଏମ୍‌ । ତେବେ ପେଟିଏମ୍‌ଣ ଆଣ୍ଡ୍ରୋଏଡ୍‌ ଆପ୍‌ ବର୍ତ୍ତମାନ ଗୁଗୁଲ୍‌ ପ୍ଲେ ଷ୍ଟୋରରେ ନ୍ୟୁଜ୍‌ ଡାଉନ୍‌ଲୋଡ ଓ ଅପଡେଟେଡଡ୍‌ ପାଇଁ ଉପଲବ୍ଧ ନାହିଁ । ତେବେ ଏହି ସମସ୍ୟା ଖୁବ ଶୀଘ୍ର ଦୂର ହେବ ବୋଲି ପେଟିଏମ୍‌ କହିଛି । (ଏଜେନ୍ସି)

Categories
ଅପରାଧ ଆଜିର ଖବର ଜାତୀୟ ଖବର ବ୍ୟବସାୟ

ପେଟିମ୍ ମଲ କୁ ସାଇବର ହ୍ୟାକରଙ୍କ ଚ୍ୟାଲେଞ୍ଜ, ଆମେ ଚାହିଁଲେ ଡାଟା ଚୋରୀ କରିଦେବୁ, କର୍ତ୍ତୁପକ୍ଷଙ୍କ ଖଣ୍ଡନ

ନୂଆଦିଲ୍ଲୀ, ଅନଲାଇନ୍ ଗୁପ୍ତଚର ସଂସ୍ଥା ସାଇବଲ୍ ରବିବାର ଦିନ କହିଛି ଯେ ପେଟିଏମ୍ ମଲର ସମସ୍ତ ଡାଟାବେସରେ ସେମାନେ ପ୍ରବେଶ କରିପାରିବେ। ଏପରିକି ଡାଟା ବେସକୁ ମଧ୍ୟ ଚୋରୀ କରିପାରିବେ। ବର୍ତ୍ତମାନ ସେମାନେ ପେଟିମର ଆଡମିନର ଦ୍ବାର ଦେଶରେ ପହଁଚି ସାରିଲେଣି। ଆଉ କିଛିଦିନ ପରେ ପୁରା ଭିତରକୁ ପ୍ରବେଶ କରିପାରିବୁ ବୋଲି ଏହି ସଂସ୍ଥା ଦାବୀ କରିଛି। ତେବେ ଇ-କମର୍ସ ପ୍ଲାଟଫର୍ମ ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିଥିଲେ ମଧ୍ୟ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ପେଟିଏମ୍ ମଲ୍ ମୁଖପାତ୍ର କିନ୍ତୁ କହିଛନ୍ତି ଯେ ଏହି ଦାବିଗୁଡିକ ସମ୍ପୂର୍ଣ୍ଣ ମିଥ୍ୟା ଅଟେ। ମୁଖପାତ୍ର ଏକ ବିବୃତ୍ତିରେ କହିଛନ୍ତି ଯେ ଆମେ ନିଶ୍ଚିତ କରିବାକୁ ଚାହୁଁଛୁ ଯେ ସମସ୍ତ ଉପଭୋକ୍ତା ତଥା କମ୍ପାନୀ ତଥ୍ୟ ମଧ୍ୟ ସମ୍ପୂର୍ଣ୍ଣ ସୁରକ୍ଷିତ ଏବଂ ନିରାପଦ ଅଟେ। ଏକ ସମ୍ଭାବ୍ୟ ହ୍ୟାକ୍ ଏବଂ ଡାଟା ଉଲ୍ଲଂଘନ ଦାବିକୁ ଆମେ ଲକ୍ଷ୍ୟ କରିଛୁ ଏବଂ ଅନୁସନ୍ଧାନ କରିଛୁ ଏବଂ ଏହା ସମ୍ପୂର୍ଣ୍ଣ ମିଥ୍ୟା ବୋଲି ବିବୃତ୍ତିରେ କୁହାଯାଇଛି।

2019 ରେ, ପେଟିଏମ୍ ସେମାନଙ୍କ ପୂର୍ବତନ କର୍ମଚାରୀଙ୍କ କାରଣରୁ ଏକ ଠକେଇର ସମ୍ମୁଖୀନ ହୋଇଥିଲା।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପେଟିଏମ୍‌ ଜରିଆରେ ଲୁଟିନେଲେ 35000 ଟଙ୍କା : ଥାନାରେ ଅଭିଯୋଗ

ଗୁରୁପଦ ବେରା
କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ଥାନା ଅନ୍ତର୍ଗତ ଗୋଜବନ୍ଧ ଗ୍ରାମର ଶାନ୍ତିଲତା ସ୍ୱାଇଁଙ୍କ ଆକାଉଣ୍ଟକୁ ପେଟିଏମ୍ ଜରିଆରେ କଳାକନା ବୁଲାଇଛନ୍ତି ଲୁଟେରା । ମୋବାଇଲ୍ ଫୋନରେ ଥିବା ପେଟିଏମରୁ 35 ହଜାରରୁ ଅଧିକ ଟଙ୍କା ଲୁଟ୍ ହୋଇଛି । ଶାନ୍ତିଲତାଙ୍କ କହିବା କଥା ଅନୁଯାୟୀ, କିଛି ଦିନ ପୂର୍ବେ ସେହି ଗ୍ରାମର ଯୁବକ ଶ୍ରୀମନ୍ତ କୁମାର ସ୍ୱାଇଁ ତାଙ୍କ ଘରୁ ମୋବାଇଲ୍ ନେଇ ତାଙ୍କ ଆକାଉଣ୍ଟରୁ ସମସ୍ତ ଟଙ୍କା ଲୁଟି ନେଇଛନ୍ତି । ଏହି ଟଙ୍କା ଚୋରି ମାମଲାକୁ ନେଇ ଶାନ୍ତିଲତା ମହାକାଳପଡ଼ା ଥାନାରେ ଅଭିଯୋଗ କରିଛନ୍ତି । ମହାକାଳପଡ଼ା ଥାନା ଅଧିକାରୀ ଏତଲା ଗ୍ରହଣ କରିବା ସହିତ ଖୁବ୍ ଶୀଘ୍ର ତଦନ୍ତ କରି ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେଇଛନ୍ତି । ଥାନାଧିକାରୀ ମନୋରଞ୍ଜନ ଚୌଧୁରୀ ଏହି ମାମଲାର ତଦନ୍ତ କରୁଛନ୍ତି ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ସ୍ବାସ୍ଥ୍ୟ

ପିଏମ୍ କେୟାର ଫଣ୍ଡକୁ ୫୦୦ କୋଟି ପ୍ରଦାନ କରିବ ପେଟିଏମ୍‌

ନୂଆଦିଲ୍ଲୀ: କରୋନା ଭାଇରସ୍ ମୁକାବିଲା ପାଇଁ ପେଟିଏମ୍ ପ୍ରଦାନ କରିବ ୫୦୦ କୋଟି। ଗତକାଲି ପିଏମ୍ କେୟାର୍ସ ଫଣ୍ଡ ଗଠନ ପରେ ଆଜି ପେଟିଏମ୍ ପକ୍ଷରୁ ଏହି ସହାୟତା ରାଶି ପ୍ରଦାନ କରାଯାଇଛି। ୫୦୦ କୋଟି ଟଙ୍କା ସହାୟତା ଘୋଷଣା କରାଯାଇଥିବା ବେଳେ ଗ୍ରାହକଙ୍କ ଦ୍ୱାରା କରାଯାଉଥିବା ପ୍ରତି ଦେଣନେଣ ଉପରେ ୧୦ ଟଙ୍କା ଲଖୋଏଁ ପ୍ରଦାନ କରାଯିବ। କରୋନା ମହାମାରୀକୁ ପ୍ରତିହତ କରିବା ପାଇର୍ ସରକାରଙ୍କ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ପ୍ରଶଂସନୀୟ, ତେଣୁ ପେଟିଏମ୍ ମଧ୍ୟ ସହଯୋଗର ହାତ ବଢାଇବାକୁ ଚାହୁଁଛି ବୋଲି ପେଟିଏମ୍ ସଭାପତି ମଧୁର ଦେଓରା ପ୍ରକାଶ କରିଛନ୍ତି। ସେହିପରି ୫ କୋଟି ଟଙ୍କାର ବିଭିନ୍ନ ସ୍ୱାସ୍ଥ୍ୟ ଉପକରଣ ମଧ୍ୟ ନିର୍ମାଣ କରୁଛି ପେଟିଏମ୍।  (ଏଜେନ୍ସି)