କେଉଁଠାରେ ଏବଂ କିପରି ବୁକ୍ କରିବେ ବିଶ୍ୱକପ୍ ୨୦୨୩ ଟିକେଟ୍, ଏଠାରେ ଜାଣନ୍ତୁ ସବୁକିଛି

Published: Jul 7, 2023, 2:54 pm IST

ନୂଆଦିଲ୍ଲୀ: ବିଶ୍ୱକପ୍ ୨୦୨୩ ର କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଜୁନ୍ ୨୭ ରେ ଆଇସିସି ଦ୍ୱାରା ବିଶ୍ୱକପ୍ ର କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ୧୦ ଟି ଦଳ ସହିତ ଏହି ଟୁର୍ନାମେଣ୍ଟରେ ମୋଟ ୪୮ ଟି ମ୍ୟାଚ୍ ଖେଳାଯିବ। ଅକ୍ଟୋବର ୫ ତାରିଖରୁ ବିଶ୍ୱକପ୍ ଆରମ୍ଭ ହେବ ଏବଂ ଉଦଘାଟନୀ ମ୍ୟାଚ୍ ଫାଇନାଲିଷ୍ଟ ଇଂଲଣ୍ଡ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯିବ। ଏବଂ ଫାଇନାଲ ମ୍ୟାଚ୍ ନଭେମ୍ବର ୧୯ ରେରେ ଅନୁଷ୍ଠିତ ହେବ। ମ୍ୟାଚ୍‌ର ଟିକେଟ ସମ୍ପର୍କରେ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ କରାଯାଇ ନାହିଁ।

ବିଶ୍ୱକପ ପାଇଁ ଟିକେଟ୍ କିପରି ବୁକ୍ କରାଯିବ ଆମେ ଆପଣଙ୍କୁ କହିବୁ। ତେବେ ଟୁର୍ଣ୍ଣାମେଣ୍ଟ ପାଇଁ ଟିକେଟ ଏପର୍ଯ୍ୟନ୍ତ ଜାରି କରାଯାଇ ନାହିଁ। ‘ଇକୋନୋମିକ୍ ଟାଇମ୍ସ’ର ଏକ ରିପୋର୍ଟ ଅନୁଯାୟୀ ବିଶ୍ୱକପ୍‌ର ଟିକେଟ ଖୁବ ଶୀଘ୍ର ଆସିବ। ଅଧିକାଂଶ ଟିକେଟ୍ କେବଳ ଅନଲାଇନ୍ ଆସିବ। ଆଇସିସିର ଅଫିସିଆଲ୍ ୱେବସାଇଟରେ ଟିକେଟ୍ ଉପଲବ୍ଧ ହେବ। ଏହା ବ୍ୟତୀତ Bookmyshow, Paytm ଏବଂ Paytm Insiders ରେ ମଧ୍ୟ ଟିକେଟ୍ ଉପଲବ୍ଧ ହେବ।

ରିପୋର୍ଟ ଅନୁଯାୟୀ, ଟିକେଟ୍ ମୂଲ୍ୟ ୫୦୦ ରୁ ୧୦ ହଜାର ଟଙ୍କା ମଧ୍ୟରେ ହୋଇପାରେ। ସ୍ଥାନ ଅନୁଯାୟୀ ଟିକେଟ୍ ମୂଲ୍ୟ ସ୍ଥିର କରାଯାଇପାରେ। ବିଶ୍ୱକପର ସମସ୍ତ ମ୍ୟାଚ୍ ମୋଟ ୧୦ ଟି ସ୍ଥାନରେ ଖେଳାଯିବ। ଅକ୍ଟୋବର ୧୫ ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଇଣ୍ଡୋ-ପାକ୍ ମ୍ୟାଚ୍ କୁ ନେଇ ପ୍ରଶଂସକମାନେ ଅଧିକ ଉତ୍ସାହିତ ଅଛନ୍ତି। ଏହି ମ୍ୟାଚ୍ ପାଇଁ ଟିକେଟ୍ କେଉଁ ମୂଲ୍ୟରେ ଆସିବ ତାହା ଦେଖିବା ମଜାଦାର ହେବ। ପ୍ରକାଶ ଯେ, ଟିକେଟ୍ ସମ୍ବନ୍ଧରେ ଏପର୍ଯ୍ୟନ୍ତ କୌଣସି ଔପଚାରିକ ଘୋଷଣା କରାଯାଇ ନାହିଁ।

Related posts