Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ପୁଣି ଚର୍ଚ୍ଚାରେ ଡେରା ସଚ୍ଚା ସୌଦା ମୁଖ୍ୟ ଗୁରୁମିତ ରାମ ରହିମ ସିଂ,ଶିଖ ଧର୍ମଗ୍ରନ୍ଥ ଚୋରି ମାମଲାରେ ଅଭିଯୁକ୍ତ
ଅପରାଧ

ପୁଣି ଚର୍ଚ୍ଚାରେ ଡେରା ସଚ୍ଚା ସୌଦା ମୁଖ୍ୟ ଗୁରୁମିତ ରାମ ରହିମ ସିଂ,ଶିଖ ଧର୍ମଗ୍ରନ୍ଥ ଚୋରି ମାମଲାରେ ଅଭିଯୁକ୍ତ

July 6, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଚଣ୍ଡିଗଡ଼, ପୁଣି ଚର୍ଚ୍ଚାରେ ଡେରା ସଚ୍ଚା ସୌଦା ମୁଖ୍ୟ ଗୁରୁମିତ ରାମ ରହିମ ସିଂ। ଶିଖ ଧର୍ମଗ୍ରନ୍ଥ ଚୋରି ନେଇ ଏକ ପାଞ୍ଚ ବର୍ଷ ତଳର ମାମଲାରେ ସ୍ୱତନ୍ତ୍ର ତଦନ୍ତକାରୀ ସଂସ୍ଥା ଏସଆଇଟି ଗୁରୁମିତଙ୍କୁ ଅଭିଯୁକ୍ତ କରିଛି। ଜଣେ ସାମ୍ବାଦିକଙ୍କୁ ହତ୍ୟା ଓ ଧର୍ଷଣ ମାମଲାରେ ଗୁରୁମିତ 20 ବର୍ଷ ପାଇଁ ଜେଲଦଣ୍ଡ ଭୋଗୁଛନ୍ତି।
.
2015 ଜୁନ୍ ରେ ପଂଜାବର ବୁର୍ଜ ଜବାହାର ସିଂହ ୱାଲା ଗାଁରୁ ଗୁରୁ ଗ୍ରନ୍ଥ ସାହିବ ଚୋରି କରିବା ଅଭିଯୋଗରେ ଏସଆଇଟି ଡେରା ସଚ୍ଚା ସୌଦାର 7 ଜଣ ସମର୍ଥକଙ୍କୁ ଗିରଫ କରିବା ପରେ ଏକ ମାମଲା ରୁଜୁ କରିଛି। ଏହି ମାମଲାରେ ଗୁରୁମିତ ହେଉଛନ୍ତି ମୁଖ୍ୟ ଅଭିଯୁକ୍ତ। ଗିରଫଙ୍କ ମଧ୍ୟରୁ 5 ଜଣଙ୍କୁ ଜେଲ ପଠାଇ ଦିଆଯାଇଛି।
ଏହି ଚୋରି ଘଟଣା ନେଇ 2015ରେ ପଂଜାବର ବିଭିନ୍ନ ସ୍ଥାନରେ ପ୍ରବଳ ହିଂସା ଓ ପୋଡାଜଳା ଘଟିଥିଲା। ପୋଲିସ ଗୁଳିରେ 2 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିଲେ।

ସେ ସମୟରେ ରାଜ୍ୟରେ ଶିରୋମଣି ଅକାଳୀ ଦଳ-ବିଜେପି ସରକାର ଥିଲା। ଆତ୍ମଘୋଷିତ ଗଡମ୍ୟାନ ଗୁରୁମିତଙ୍କୁ ଜେଲରୁ ଅଣାଯାଇ ଏସଆଇଟି ଜେରା କରିବ। ଧର୍ଷଣ ମାମଲାରେ ଅଗଷ୍ଟ 25, 2017ରେ ଡେରା ମୁଖ୍ୟଙ୍କୁ ଦଣ୍ଡାଦେଶ ହେବା ପରେ ପଞ୍ଚକୁଳା ଓ ସିରସାରେ ବ୍ୟାପକ ହିଂସା ଘଟିଥିଲା, ଯେଉଁଥିରେ 41 ଭୋଟରଙ୍କୁ ଆକୃଷ୍ଟ କରି ପାରୁଥିବା ରାମ ରହିମଙ୍କୁ ପଂଜାବ ଓ ହରିଆଣାରେ ବିଭିନ୍ନ ରାଜନୈତିକ ଦଳରୁ ସମର୍ଥନ ମିଳୁଥିବା ଅଭିଯୋଗ ଥିଲା। (ଏଜେନସି)

Punjab government
Share. Facebook Twitter LinkedIn Email WhatsApp Copy Link

Related Posts

ସ୍ୱାସ୍ଥ୍ୟ ସେବା ପାଇଁ ୭୫୫ ନୂଆ ପଦବୀ

June 9, 2026

ଗୃହରକ୍ଷୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉପହାର: ବୃଦ୍ଧି କଲେ ଦୈନିକ ଭତ୍ତା

June 9, 2026

IPL 2027 ନିଲାମ ପୂର୍ବରୁ ଦଳ ବଦଳାଇବେ ଏହି 7 ଜଣ ଷ୍ଟାର ଖେଳାଳି!: ଦେଖନ୍ତୁ ତାଲିକା

June 9, 2026

କୁଏତର ଅମୀରଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ

June 9, 2026
Latest News

ସ୍ୱାସ୍ଥ୍ୟ ସେବା ପାଇଁ ୭୫୫ ନୂଆ ପଦବୀ

June 9, 2026

ଗୃହରକ୍ଷୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉପହାର: ବୃଦ୍ଧି କଲେ ଦୈନିକ ଭତ୍ତା

June 9, 2026

IPL 2027 ନିଲାମ ପୂର୍ବରୁ ଦଳ ବଦଳାଇବେ ଏହି 7 ଜଣ ଷ୍ଟାର ଖେଳାଳି!: ଦେଖନ୍ତୁ ତାଲିକା

June 9, 2026

କୁଏତର ଅମୀରଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ

June 9, 2026

ନୟାଗଡ଼ ଜିଲ୍ଲା ପାଇଁ ଗୌରବର ମୁହୂର୍ତ୍ତ: OJEE MTech ରେ ରାଜ୍ୟ ଟପ୍ପର ହେଲେ ରଣପୁରର ସ୍ୱାଗତ

June 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.