Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»କେମିତି ଥିଲା ବିକାଶ ଦୁବେ ସହ ପୋଲିସର ଏନକାଉଣ୍ଟର,ପଢନ୍ତୁ ପୋଲିସର ରିପୋର୍ଚ
ଅପରାଧ

କେମିତି ଥିଲା ବିକାଶ ଦୁବେ ସହ ପୋଲିସର ଏନକାଉଣ୍ଟର,ପଢନ୍ତୁ ପୋଲିସର ରିପୋର୍ଚ

July 10, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

କାନପୁର, କାନପୁର ସୁଟ୍ ଆଉଟ୍ ଘଟଣାର ମାଷ୍ଟରମାଇଣ୍ଡ ସହ ଏନକାଉଣ୍ଟର ପରେ ଘଟଣା କିପରି ଥିଲା ତାହାର ବିସ୍ତୃତ ସୂଚନା ଦେଇଛନ୍ତି ଉତ୍ତର ପ୍ରଦେଶ ଅତିରିକ୍ତ ପୋଲିସ ମହା ନିର୍ଦେଶକ ଏଡିଜେ (ଆଇନ ଏବଂ ଶୃଙ୍ଖଳା) ପ୍ରଶାନ୍ତ କୁମାର। ଆଜି ସକାଳୁ ଘଟଣା ଘଟିବା ପରଠାରୁ ବିଭିନ୍ନ ପୋଲିସ ଅଧିକାରୀ ଯାହା କହି ଆସୁଥିଲେ, ପ୍ରଶାନ୍ତ କୁମାର ତାହାକୁ ହିଁ ଦୋହରାଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ସେ କିଛି ବି ନୂଆ ତଥ୍ୟ ଦେଇନାହାନ୍ତି।

ସଡ଼କ ଦୁର୍ଘଟଣା ପରେ ବିକାଶ ଦୁବେ କିପରି ଖସିବାକୁ ଉଦ୍ୟମ କରିଥିଲା ଏବଂ ସେ କିପରି ପୋଲିସ ଗୁଳିର ଶିକାର ହୋଇଥିଲା ତାହା ହିଁ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ ଏଡିଜେ ପ୍ରଶାନ୍ତ କୁମାର। ଏଥିସହିତ ବିକେରୁ ସୁଟ୍ ଆଉଟ୍ ଘଟଣାରେ ଏବେ ବି ଆଉ କେତେଜଣ ଫେରାର ଅଛନ୍ତି ଏବଂ କେତେ ଜଣ ଜେଲରେ ଅଛନ୍ତି ସେ ନେଇ ସୂଚନା ଦେଇଥିଲେ।

ଆଜି ସକାଳୁ ହିଁ ସମସ୍ତଙ୍କର ଅପେକ୍ଷା ଥିଲା ଉତ୍ତର ପ୍ରଦେଶ ପୋଲିସର ସାମ୍ବାଦିକ ସମ୍ମିଳନୀ। ହେଲେ ଏଡିଜେ ପ୍ରଶାନ୍ତ କୁମାରଙ୍କ ପିସିରେ କିଛି ନୂଆ କଥା ନଥିଲା। କାନପୁର ପୋଲିସ ପୂର୍ବରୁ ଯାହା କହିଥିଲା, ତାକୁ ଦୋହରାଇଥିଲେ ପ୍ରଶାନ୍ତ କୁମାର। ବିକାଶ ଦୁବେକୁ ଗତକାଲି ଉଜ୍ଜୟନୀରୁ ଗିରଫ କରିବା ପରେ ଉତ୍ତର ପ୍ରଦେଶ ଏସଟିଏଫ ଶୁକ୍ରବାର ସକାଳେ କାନପୁରକୁ ଆଣୁଥିବା ବେଳେ କାନପୁର ନଗର ଭାଉନ୍ତି ନିକଟରେ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ସୁଯୋଗରେ ଗ୍ୟାଙ୍ଗଷ୍ଟର ବିକାଶ ପୋଲିସଠାରୁ ରାଇଫଲ ଛଡ଼ାଇ ସେଠାରୁ ଦୌଡି ଖସି ପଳାଇ ଯିବାକୁ ଉଦ୍ୟମ କରିଥିଲା। ଆତ୍ମସମର୍ପଣ କରିବାକୁ ପୋଲିସର ଅନୁରୋଧ ନ ଶୁଣିବାରୁ ପୋଲିସ ଆତ୍ମରକ୍ଷା ପାଇଁ ଗୁଳି ଚଳାଇବାକୁ ବାଧ୍ୟ ହୋଇଥିଲା। ଏଥିରେ ଆହତ ବିକାଶକୁ ହସ୍ପିଟାଲ ନିଆଯାଇଥିଲା। ହେଲେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।

ଆଜିର ଏହି ଏନକାଉଣ୍ଟରରେ 3 ଜଣ ପୋଲିସ ଏସ.ଆଇ ଓ ଜଣେ କନେଷ୍ଟବଳ ଆହତ ହୋଇଛନ୍ତି। ଏସଟିଏଫର 2 ଜଣ କମାଣ୍ଡୋ ମଧ୍ୟ ଆହତ ହୋଇଛନ୍ତି। ବିକେରୁ ସୁଟ୍ ଆଉଟ୍ ଘଟଣାରେ ବିକାଶ ଦୁବେ ସମେତ ମୋଟ 21 ଜଣଙ୍କ ନାଁରେ ମାମଲା ରହିଥିଲା। ଏଥିସହିତ ଆହୁରି 60ରୁ 70 ଜଣ ଅଜଣା ଲୋକ ବି ଅଭିଯୁକ୍ତ ଅଛନ୍ତି। ଏମାନଙ୍କ ମଧ୍ୟରୁ ବିକାଶର 6 ସହଯୋଗୀ ଏନକାଉଣ୍ଟରରେ ନିହତ ହୋଇଥିବା ବେଳେ 3 ଜଣ ଗିରଫ ହୋଇଛନ୍ତି। ଆହୁରି 12 ଜଣଙ୍କୁ ପୋଲିସ ଖୋଜୁଛି।

ଏହା ପୂର୍ବରୁ ବିକାଶ ଦୁବେର ଦୁଇ ସହଯୋଗୀ ପ୍ରଭାତ ମିଶ୍ର ଫରିଦାବାଦରେ ଏବଂ ବଉଆ ଦୁବେର ଏଚୱାରେ ପୋଲିସ ଏନକାଉଣ୍ଚରରେ ମୃତ୍ୟୁ ହୋଇଥିଲା। (ଏଜେନସି)

ୟୁପି ପୋଲିସ
Share. Facebook Twitter LinkedIn Email WhatsApp Copy Link

Related Posts

ପଶ୍ଚିମବଙ୍ଗ ଭୋଟର ତାଲିକାରୁ ହଟିଲା ୯୧ ଲକ୍ଷ ନାମ: ଜିଲ୍ଲାୱାରୀ ତାଲିକା ପ୍ରକାଶ କଲେ ନିର୍ବାଚନ କମିଶନ 

April 7, 2026

ଫଳ ପେଟିରେ ଗଞ୍ଜେଇ : ଦୁଇ ଗିରଫ

April 7, 2026

କାଳବୈଶାଖୀ ସତର୍କତା: ୨୦ ଜିଲ୍ଲାକୁ ୱାର୍ଣ୍ଣିଂ

April 7, 2026

IPL 2026: ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ, ପ୍ରଥମ ସ୍ଥାନରେ ପଞ୍ଜାବ କିଙ୍ଗସ୍

April 7, 2026
Latest News

ପଶ୍ଚିମବଙ୍ଗ ଭୋଟର ତାଲିକାରୁ ହଟିଲା ୯୧ ଲକ୍ଷ ନାମ: ଜିଲ୍ଲାୱାରୀ ତାଲିକା ପ୍ରକାଶ କଲେ ନିର୍ବାଚନ କମିଶନ 

April 7, 2026

ଫଳ ପେଟିରେ ଗଞ୍ଜେଇ : ଦୁଇ ଗିରଫ

April 7, 2026

କାଳବୈଶାଖୀ ସତର୍କତା: ୨୦ ଜିଲ୍ଲାକୁ ୱାର୍ଣ୍ଣିଂ

April 7, 2026

IPL 2026: ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ, ପ୍ରଥମ ସ୍ଥାନରେ ପଞ୍ଜାବ କିଙ୍ଗସ୍

April 7, 2026

ଅମରାବତୀ ଏବେ ଆନ୍ଧ୍ରର ଏକମାତ୍ର ରାଜଧାନୀ

April 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.