ମଦ ନ ମିଳିବାରୁ ସାନିଟାଇଜର୍‌ ପିଇ ନଅ ମୃତ

Published: Jul 31, 2020, 1:41 pm IST

ପ୍ରକାଶମ:  ମଦ ନ ମିଳିବାରୁ ହ୍ୟାଣ୍ଡ ସାନିଟାଇଜର୍‌ ପିଇ 9ଜଣ ମୃତ୍ୟବରଣ କରିଛନ୍ତି । ଗତ ଦୁଇ ଦିନ ମଧ୍ୟରେ ଆନ୍ଧ୍ରପ୍ରଦେଶର ପ୍ରକାଶମ ଜିଲ୍ଲାରେ ଆଲକହଲ ଭିତ୍ତିକ ହ୍ୟାଣ୍ଡ ସାନିଟାଇଜର ପିଇ ଅତି କମରେ 9  ଜଣଙ୍କର ମୃତ୍ୟୁ ଘଟିଥିବାର ସୂଚନା ଦେଇଛି ପୁଲିସ। କୁରିଚେଡୁ ସହରରେ ଏହି ଦଃଖଦ ଘଟଣା ଘଟିଛି। ବୁଧବାର ବିଳମ୍ବିତ ରାତିରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଗୁରୁବାର ରାତିରେ ଅନ୍ୟ ଦୁଇଜଣ ଏବଂ ଶୁକ୍ରବାର ସକାଳେ ଅନ୍ୟ 6ଜଣଙ୍କର ମୃତ୍ୟୁ ଘଟିଛି।

ମୃତକଙ୍କ ମଧ୍ୟରୁ ତିନିଜଣ ଭିକାରୀ ଏବଂ ବାକି ଲୋକ ହେଉଛନ୍ତି ସ୍ଥାନୀୟ ବସ୍ତି ବାସିନ୍ଦା। ଗତ ଦୁଇ ଦିନ ମଧ୍ୟରେ 20ଜଣ ଲୋକ ସାନିଟାଇଜର ପିଇଥିଲେ ଏବଂ ସେମାନଙ୍କ ମଧ୍ୟରୁ ନଅଜଣଙ୍କର ମୃତ୍ୟୁ ଘଟିଥିବାର ସୂଚନା ରହିଛି ।

ମୃତ ବ୍ୟକ୍ତିମାନେ ହେଲେ 25 ବର୍ଷୀୟ ଅନୁଗୁଣ୍ଡା ଶ୍ରୀନୁ, 35 ବର୍ଷୀର୍ ଭୋଗେମ୍ ତିରୁପତାୟା, 60 ବର୍ଷୀୟ ଗୁଣ୍ଟାକା ରାମି ରେଡ୍ଡୀ 28 ବର୍ଷୀୟ କାଦିଆମ୍ ରାମନାୟା, 65 ବର୍ଷୀୟ ରାଜା ରେଡ୍ଡୀ ଓ ରାମନାୟା, ଚାଳିଶ ବର୍ଷୀୟ ବାବୁ, 45 ବର୍ଷୀୟ ଚାର୍ଲ୍ସ ଓ ଅଗଷ୍ଟିନ୍ ବୋଲି ଜଣାପଡିଛି। ମଦ ନ ମିଳିବାରୁ ଏମାନେ ସମେସ୍ତ ସାନିଟାଇଜର୍‌ ପିଇଦେଇଥିଲେ ।

କରୋନା ସଂକ୍ରମଣର ପ୍ରସାର ଦେଖି ରାଜ୍ୟରେ ଲକ୍‌ଡାଉନ ଜାରି ରହିଛି । ପ୍ରଥେମ ଦେବୀ ଦୁର୍ଗା ମନ୍ଦିରରେ ଜଣେ ଭିଖାରୀ ପେଟରେ ଜ୍ବଳନ ହେଉଥିବାର ଅଭିଯୋଗ କରିଥିଲେ । ତାଙ୍କୁ ହସ୍ପିଟାଲ ନେବା ସମୟରେ ରାସ୍ତାରେ ମୃତ୍ୟୁ ଘଟିଥିଲା ।

ସୂଚନାଯୋଗ୍ୟ କୁରିଚେନ୍ଦ୍ର ତଥା ଏହାର ଆଖପାଖ ଅଞ୍ଚଳରେ କୋଭିଡ୍‌ -19 ମାମଲା ବଢିବା କାରଣରୁ ଗତ 10 ଦିନ ଧରି ଲକ୍‌ଡାଉନ୍‌ ଜାରି ରହିଛି । ମଦ ଦୋକାନ ମଧ୍ୟ ବନ୍ଦ ରହିଛି । ତେବେ ଏହି ସମସ୍ତ ବ୍ୟକ୍ତିମାନେ କେତେ ମାତ୍ରାରେ ସାନିଟାଇଜେସନ୍‌ ସେବନ କରିଥିଲେ ତାହା ଜଣାପଡିନାହିଁ । (ଏଜେନ୍ସି)

Related posts