କୋଭିଡ୍ ରିଲିଫ୍ ଟଙ୍କାରେ ବିଳାସପୂର୍ଣ୍ଣ କାର କିଣି ଜେଲ୍‌ ଗଲେ ଯୁବକ

Published: Aug 5, 2020, 4:14 pm IST

ୱାଶିଂଟନ୍ :  କରୋନା ମହାମାରୀ ଯୋଗୁଁ ପୃଥିବୀର ଅର୍ଥନୀତି ଭୁଶୁଡି ପଡିଛି । କରୋନା ସଂକଟ ଯୋଗୁଁ ପ୍ରାୟ ପ୍ରତ୍ୟେକ ଦେଶରେ ଅର୍ଥନୀତି ଏବେ ଦୋଦୁଲ୍ୟମାନସ୍ଥିତିରେ । ଆମେରିକାରେ କରୋନା କାଳ ଅର୍ଥନୈତିକ ସଂକଟ ଭାବେ ମଧ୍ୟ ଉଭା ହୋଇଛି । କରୋନା ମହାମାରୀକୁ ଦୃଷ୍ଟିରେ ରଖି ପ୍ରାୟ ସବୁ ଦେଶ ନିଜ ନାଗରିକମାନଙ୍କୁ ସହାୟତା କରୁଛନ୍ତି । ତେବେ କରୋନା ମହାମାରୀ ସମୟରେ କରୋନା ଅର୍ଥରେ କାର୍‌ କିଣି  ବେଶ୍‌ କ୍ଷତିରେ ପଡିଛନ୍ତି ଜଣେ ଯୁବକ । ଏପରିକି ତାଙ୍କୁଜେଲ୍‌ ଯିବାକୁ ପଡିଛି । ପୃଥିବୀରେ କରୋନା ମହମାରୀ ଯୋଗୁଁ ଜୀବନ ଓ ଜୀବିକାର ସଂଘର୍ଷ ଚାଲିଥିବାବେଳେ ଜଣେ ଯୁବକ କରୋନା ରିଲିଫ୍‌ ଅର୍ଥରେ ଏକ ବିଳାସ ପୂର୍ଣ୍ଣ କାର୍‌ କିଣି ଜେଲ୍‌ ଯାଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ କରୋନା ରିଲିଫ୍ ଅର୍ଥରେ ଏକ ବିଳାସପୂର୍ଣ୍ଣ କାର୍ କିଣିବା ଅଭିଯୋଗରେ ଜଣେ ଯୁବକଙ୍କୁ ଜେଲ୍ ଯିବାକୁ ପଡିଛି । ଟେକ୍ସାସର ଏହି ଯୁବକ ଜଣକ କରୋନା ମୁକାବିଲା ପାଇଁ ରହିଥିବା 1.6 ମିଲିୟନ୍ ଡଲାରର ଅର୍ଥରାଶିକୁ ଲାମ୍ବୋରଘିନି ୟୁରୁସ କିଣିଛନ୍ତି । ଲି ପ୍ରାଇସ୍ 3 ନାମକ ଜଣେ 29 ବର୍ଷୀୟ ଯୁବକ ଜଣକ ନିଜ କର୍ମଚାରୀଙ୍କୁ ଦରମା ଦେବା ପାଇଁ ଆବେଦନ କରି 1.6  ମିଲିୟନ୍ ଡଲାରର ଋଣ ଆଣିଥିଲେ । ଏହି ଅର୍ଥରେ କାର୍ ବ୍ୟତୀତ ଏକ ରୋଲେକ୍ସ ଘଣ୍ଟା ଏବଂ ଏଫ୍ 350 350 ଟ୍ରକ୍ ମଧ୍ୟ କିଣିଥିଲେ ।

ଉଲ୍ଲେଖଯୋଗ୍ୟ ଯେ, ଆମେରିକା ସରକାରଙ୍କ ପକ୍ଷରୁ କରୋନା କାରଣରୁ ଆର୍ଥିକ ଦୁଃସ୍ଥିତିରେ ରହିଥିବା ସଂସ୍ଥାକୁ ଋଣ ପ୍ରଦାନର ବ୍ୟବସ୍ଥା କରାଯାଇଛି । ଯଦି ବିଦ୍ୟୁତ୍ ବିଲ୍, କର୍ମଚାରୀଙ୍କ ବେତନ ଏବଂ କମ୍ପାନୀ କାର୍ଯ୍ୟରେ ଏହି ଅର୍ଥ ବ୍ୟବହାର କରାଯାଇଥାଏ ତେବେ ତାହାକୁ ଛାଡ କରାଯିବ । ଏହି ଆଇନର ଗଳାବାଟ ଦେଇ ଯୁବକ ଜଣକ ଖସିଯିବାକୁ ବସିଥିଲେ ମାତ୍ର ଧରାପଡିବା ସହିତ ଶେଷରେ ଜେଲ୍ ଯାଇଛନ୍ତି ଏହି ଯୁବକ । (ଏଜେନ୍ସି)

Related posts