Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ପ୍ରେମ କରିବା ପଡିଲା ମହଙ୍ଗା : ପ୍ରେମୀ ଯୁଗଳଙ୍କୁ ଜୀଅଁନ୍ତା ଜାଳିଲେ ପରିବାର ଲୋକେ
ଅପରାଧ

ପ୍ରେମ କରିବା ପଡିଲା ମହଙ୍ଗା : ପ୍ରେମୀ ଯୁଗଳଙ୍କୁ ଜୀଅଁନ୍ତା ଜାଳିଲେ ପରିବାର ଲୋକେ

August 6, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଉତ୍ତରପ୍ରଦେଶ : ଦୁନିଆର ସବୁଠୁ ସୁନ୍ଦର ଅନୁଭବ ହେଉଛି ପ୍ରେମ । ପ୍ରେମ ମଣିଷକୁ ବଞ୍ଚିବା ଶିଖାଇଥାଏ । କିନ୍ତୁ ଆଜି ବି କିଛି ମଣିଷ ଅଛନ୍ତି ଯେଉଁମାନେ ପ୍ରେମକୁ କଳଙ୍କିତ କରୁଛନ୍ତି । ପ୍ରେମ ପାଇଁ ଜୀବନ ନେଉଛନ୍ତି । ପ୍ରେମକୁ ଘୃଣା କରି ନିଜ ରକ୍ତର ସମ୍ପର୍କକୁ ମଧ୍ୟ ବାଜି ଲଗାଇ ଦେଉଛନ୍ତି । ଏହିପରି ଏକ ଘଟଣା ଉତ୍ତରପ୍ରଦେଶରେ ଘଟିଛି । ଏଠାରେ ଜଣେ ଯୁବକ ଯୁବତୀଙ୍କୁ ପ୍ରେମ କରିବା ମହଙ୍ଗା ପଡିଛି । ମିଛ ସମ୍ମାନ ପାଇଁ ଯୁବତୀଙ୍କ ପରିବାର ଲୋକେ ପ୍ରେମୀ ଯୁଗଳଙ୍କୁ ଜୀଅଁନ୍ତା ଜଳାଇଦେଇଛନ୍ତି । ଉତ୍ତରପ୍ରଦେଶର ବାନ୍ଧା ଅଞ୍ଚଳରୁ ଏକ ଅନର କିଲିଂ ଘଟଣା ସାମ୍ନାକୁ ଆସିଛି । କରଛା ଗ୍ରାମରେ ଏହି ଘଟଣାଟି ଘଟିଛି । ପ୍ରେମୀ ଯୁଗଳଙ୍କ ମୃତ୍ୟୁଘଟିଛି ।

ମିଳିଥିବା ସୂଚନା ଅନୁସାରେ ଉକ୍ତ ଗ୍ରାମର ଜଣେ ଯୁବକ ସେହି ଗ୍ରାମର ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ । ବୁଧବାର ସନ୍ଧ୍ୟାରେ ଯୁବତୀ ନିଜ ପ୍ରେମିକକୁ ଦେଖା କରିବା ପାଇଁ ନିଜ ଘରକୁ ଡାକିଥିଲେ । ଯୁବତୀଙ୍କ ପରିବାରକୁ ଏହି ଘଟଣା ଜଣାପଡିବା ପରେ ପ୍ରେମିକାଙ୍କ  ପରିବାର ଲୋକେ ଆକ୍ରୋଶରେ ଆସି ଦୁହିଁଙ୍କ ମାରପିଟ୍‌ କରିବା ସହିତ ଗୋଟିଏ ରୁମ୍‌ରେ ପୂରାଇ ବନ୍ଦ କରିଦେଇଥିଲେ । ଏହା ପରେ ବାହାର ପଟରୁ ନିଆଁ ଲଗାଇଦେଇଥିଲେ । ତେବେ ଦୁହିଁଙ୍କ ଗୁରୁତର ଅବସ୍ଥାରେ ହସ୍ପିଟାଲ ନିଆଯାଇଥିଲା ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଅପରପକ୍ଷରେ ମୃତ ଯୁବକଙ୍କ ପିତା ଯୁବତୀଙ୍କ ପରିବାର ବର୍ଗଙ୍କ ଉପରେ ଆରୋପ ଲଗାଇ କହିଛନ୍ତି ଯେ, ତାଙ୍କ ପୁଅକୁ ଧୋକ୍କାରେ ଡାକି ତାଙ୍କ ସହ ଏପରି କାଣ୍ଡ କରିଛନ୍ତି। ତେବେ ପୋଲିସ୍‌ ଏହି ଘଟଣାରେ ଏବେ 9 ଜଣଙ୍କ ବିରୋଧରେ ମାମଲା ଦାଏର କରିଛି ।

ପୋଲିସ୍‌ ଅନର କିଲିଂ ମାମଲାରେ ଯୁବତୀଙ୍କ ପିତା ହୁକୁମ ସିଂ, ଭାଇ ଲଖୁ ଓରଫ ଲାଖନ ସିଂଙ୍କୁଗିରଫ ମଧ୍ୟ କରିଛି । ଯୁବତୀଙ୍କ ଅନ୍ୟ ପରିବାର ସଦସ୍ୟ ଫେରାର ରହିଥିଲେ । ପରେ ପୋଲିସ୍‌ ଯୁବତୀଙ୍କ ମା’ ଆଶା ଓ ଦ୍ବିତୀୟ ପୁତ୍ର ଫୁଲ ଚନ୍ଦ୍ରଙ୍କୁ ମଧ୍ୟ ଗିରଫ କରିଛି । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

“ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ବିନା କୌଣସି ବୁଝାମଣା ନାହିଁ”: ସରକାରଙ୍କୁ ରାହୁଲ ଗାନ୍ଧୀଙ୍କ ଟାର୍ଗେଟ

July 25, 2026

“ଏଆଇର ଅପବ୍ୟବହାରକୁ ସହ୍ୟ କରାଯିବ ନାହିଁ…”: ନକଲି ଭିଡିଓ ଉପରେ କେନ୍ଦ୍ର ମନ୍ତ୍ରୀ କ୍ଷୁବ୍ଧ

July 25, 2026

ଆଉ କେତେ ଦିନ ଟିମ୍ ଇଣ୍ଡିଆର ପ୍ରଶିକ୍ଷକ ରହିବେ ଗୌତମ ଗମ୍ଭୀର?: ଜାଣନ୍ତୁ BCCI ର ଚୁକ୍ତି

July 25, 2026

ଶ୍ରୀଲଙ୍କା ସିରିଜ ପରେ ଆଉ ଏକ ବଡ଼ ଟୁର୍ଣ୍ଣାମେଣ୍ଟ: ସେମିଫାଇନାଲରେ ମୁହାଁମୁହିଁ ହେବେ ଭାରତ ଏବଂ ପାକିସ୍ତାନ!

July 25, 2026
Latest News

“ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ବିନା କୌଣସି ବୁଝାମଣା ନାହିଁ”: ସରକାରଙ୍କୁ ରାହୁଲ ଗାନ୍ଧୀଙ୍କ ଟାର୍ଗେଟ

July 25, 2026

“ଏଆଇର ଅପବ୍ୟବହାରକୁ ସହ୍ୟ କରାଯିବ ନାହିଁ…”: ନକଲି ଭିଡିଓ ଉପରେ କେନ୍ଦ୍ର ମନ୍ତ୍ରୀ କ୍ଷୁବ୍ଧ

July 25, 2026

ଆଉ କେତେ ଦିନ ଟିମ୍ ଇଣ୍ଡିଆର ପ୍ରଶିକ୍ଷକ ରହିବେ ଗୌତମ ଗମ୍ଭୀର?: ଜାଣନ୍ତୁ BCCI ର ଚୁକ୍ତି

July 25, 2026

ଶ୍ରୀଲଙ୍କା ସିରିଜ ପରେ ଆଉ ଏକ ବଡ଼ ଟୁର୍ଣ୍ଣାମେଣ୍ଟ: ସେମିଫାଇନାଲରେ ମୁହାଁମୁହିଁ ହେବେ ଭାରତ ଏବଂ ପାକିସ୍ତାନ!

July 25, 2026

ପାକିସ୍ତାନ ବିପକ୍ଷରେ ଖେଳିବାକୁ ମନା କଲେ ୱେଷ୍ଟଇଣ୍ଡିଜ୍ ଖେଳାଳି: ଜାଣନ୍ତୁ ସମ୍ପୂର୍ଣ୍ଣ କାହାଣୀ

July 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.