ଚୋର ଧରିବାକୁ ଯାଇ ହଟହଟ୍ଟା ହେଲା ପୋଲିସ : ଏସଡ଼ିପିଓଙ୍କ ହସ୍ତକ୍ଷେପ ପରେ ଗାଁ ଲୋକଙ୍କଠାରୁ ମୁକୁଳିଲେ ପୋଲିସ

Published: Aug 7, 2020, 10:20 am IST

କୋଣାର୍କ : ଅଭିଯୁକ୍ତଙ୍କ ଧରିବାକୁ ଯାଇ ଗାଁରେ ପୁଲିସ ହଟହଟା ହୋଇଛନ୍ତି। ପୁରୀ ଜିଲ୍ଲା ଗୋପ ଥାନାରେ ଏଭଳି ଘଟଣା ଘଟିଛି ।  ଗୋପ ଆଇଆଇସିଙ୍କ ସମେତ 10 ପୁଲିସ କର୍ମଚାରୀଙ୍କୁ ଅଟକ ରଖିଲେ ଗାଁଲୋକ। ଗୋପ ରେଢୁଆ ଗାଁକୁ ଯାଇଥିବାବେଳେ ପୋଲିସକୁ ଅଟକ ରଖିଲେ ଗାଁ ଲୋକେ। ନିମାପଡା ଏସଡ଼ିପିଓଙ୍କ ହସ୍ତକ୍ଷେପ ପରେ ଗାଁ ଲୋକଙ୍କ ଠାରୁ ପୋଲିସ ମୁକୁଲିଛନ୍ତି।

ମିଳିଥିବା ସୂଚନା ଅନୁସାରେ ଏକ ଚୋରୀ ଘଟଣାରେ  ତଦନ୍ତ କରିବାକୁ ଗତକାଲି ବିଳମ୍ବିତ ରାତିରେ ପୁରୀ ଜିଲ୍ଲା ଗୋପ ଥାନାର ଦୁଇଜଣ ଏଏସଆଇ ଙ୍କ ସମେତ 10 ପୁଲିସ କର୍ମଚାରୀ ମହଲାପଡା ପଞ୍ଚାୟତର ରେଢୁଆ ଗ୍ରାମକୁ ଯାଇଥିଲେ। ମାତ୍ର ତାହା ଏକ ମିଥ୍ୟା ଅଭିଯୋଗ ହୋଇଥିବାବେଳେ ପୋଲିସ କଣ ପାଇଁ ଏତେ ରାତିରେ ଗାଁକୁ ଆସିଛି କହି ଉତ୍ତ୍ୟକ୍ତ ଲୋକେ  2ଟି ପୋଲିସ ଜିପକୁ ଅଟକ ରଖିଥିଲେ। ଗାଁର ମହିଳାଙ୍କ ସମତେ ଶତାଧିକ ଲୋକେ ପୋଲିସ ର ଦୁଇଟି ଗାଡି କୁ ଦୀର୍ଘ 6 ଘଣ୍ଟା ଧରି ଅଟକ ରଖିଥିଲେ।

Related posts