ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାର ମୁୃତ୍ୟୁ ସଂଖ୍ୟା ୧୮ କୁ ବୃଦ୍ଧି, ୧୫ ଜଣଙ୍କ ଅବସ୍ଥା ଏବେବି ଗୁରୁତର

Published: Aug 8, 2020, 9:32 am IST

ନୂଆଦିଲ୍ଲୀ: କେରଳ କୋଝିକୋଡ୍ ବିମାନ ଦୁର୍ଘଟଣାର ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ୧୮ରେ ପହଁଚିଛି। ଏଥିରେ ଦୁଇ ଜଣ ପାଇଲଟ ସହିତ ଆଉ ୧୬ ଯାତ୍ରୀ ପ୍ରାଣ ହରାଇଛନ୍ତି। ଏଥିସହିତ ଆହତ ହୋଇଥିବା ୧୨୩ ଜଣ ଯାତ୍ରୀଙ୍କ ମଧ୍ୟରୁ ୧୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ସେପଟେ ବିମାନ ଦୁର୍ଘଟଣାର କାରଣ କଣ ସେ ସଂପର୍କରେ ତଦନ୍ତ ଆରମ୍ଭ ହୋଇଛି।  ଡିଜିସିଏ ବିମାନ ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି। ଆଜି କେରଳ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ଘଟଣାସ୍ଥଳକୁ ଯିବେ। ଦୁର୍ଘଟଣା ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେରଳ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି। ସେହିପରି ରାଷ୍ଟ୍ରପତି ମଧ୍ୟ କେରଳ ରାଜ୍ୟପାଳଙ୍କ ସହିତ କଥା ହୋଇଛନ୍ତି।

Related posts