କୋଟିଏରୁ ଉର୍ଦ୍ଧ୍ବ ମୂଲ୍ୟର ଗହଣା ସହିତ ଦୁଇ ଲୁଟେରାକୁ ଗିରଫ କଲା ପୋଲିସ୍‌

Published: Aug 8, 2020, 2:55 pm IST

ନୂଆଦିଲ୍ଲୀ :  ଲକ୍‌ଡାଉନ୍‌ ସମୟରେ ଚୋରି, ରାହାଜାନି ପରି ଘଟଣାଗୁଡିକ ବଢିବାରେ ଲାଗିଛି । ତେବେ ଦିଲ୍ଲୀ ପୋଲିସ୍‌ ଏହି ଦିଗରେ ସଫଳତା ପାଇଛି। ଦୁଇ ଲୁଟେରା ସମେତ କୋଟିଏର ଉର୍ଦ୍ଧ୍ବ ଅଳଙ୍କାର ଜବତ କରିଛି ଦିଲ୍ଲୀ ପୋଲିସ୍‌ ।ଠକ ଠକ ଗ୍ୟାଙ୍ଗ ନାମରେ ପରିଚିତ ଏହି ଗ୍ୟାଙ୍ଗକୁ ପୋଲିସ୍ ଶୁକ୍ରବାର ଗିରଫ କରିବା ସହିତ ଲୁଟେରାଙ୍କୁ ଗିରଫ କରାଯାଇଛି ।

ପୋଲିସ୍‌ ଗିରଫ କରିଥିବା ଦୁଇ ଅଭିଯୁକ୍ତ ହେଉଛନ୍ତି ଇନ୍ଦରପୁରୀର ସନ୍ଦୀପ ଏବଂ ମଦନଗିରିର ସନ୍ତୋଷ । ଏକ ସିସିଟିଭି ଫୁଟେଜ୍ ଆଧାରରେ ଉଭୟଙ୍କୁ ଗିରଫ କରିବାରେ ପୋଲିସ୍‌ ସମର୍ଥ ହୋଇଛି । ଦିଲ୍ଲୀ ଡିସିପି ଅତୁଲ କୁମାର ଠାକୁରଙ୍କ ନେତୃତ୍ୱରେ ଏକ ପୋଲିସ୍ ଟିମ୍  ଚଢାଉ କରିବା ସହିତ ଦୁଇ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲା । ସନ୍ଦୀପ ପୂର୍ବରୁ 70 ଲକ୍ଷ ଟଙ୍କା ଚୋରି ଅଭିଯୋଗରେ ପୋଲିସ୍ ଦ୍ୱାରା ଗିରଫ ହୋଇଥିଲା । ଉଭୟ ଲୁଟେରାଙ୍କ ନିକଟରୁ ପୋଲିସ୍ ଏକ କୋଟିରୁ ଅଧିକ ମୁୂଲ୍ୟର ହୀରା ଗହଣା ଜବତ କରିଛି । (ଏଜେନ୍ସି)

Related posts