6 ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ : ଅଭିଯୁକ୍ତ ଫେରାର୍‌

Published: Aug 9, 2020, 12:05 pm IST

ହାପୁର: ଉତ୍ତରପ୍ରଦେଶର ହାପୁରରୁ ଏକ ଲଜ୍ଜ୍ୟାଜନକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ 6ବର୍ଷୀୟା ଶିଶୁ କନ୍ୟା ନୃଶଂସ ଭାବେ ଦୁଷ୍କର୍ମର ଶିକାର ହୋଇଥିବାର ଜଣାପଡିଛି । ଅଭିଯୁକ୍ତଜଣଙ୍କ ପୀଡ଼ିତାଙ୍କୁ ଅପହରଣ କରି ଦୁଷ୍କର୍ମ କରିବା ସହ ଗୁପ୍ତାଙ୍ଗକୁ ନଷ୍ଟ କରିଦେଇଥିବା ଜଣା ପଡ଼ିଛି। ପୀଡ଼ିତା ଜଣକ ଏବେ ମେରଟ ହସ୍ପିଟାଲରେ ଜୀବନ-ମୃତ୍ୟୁ ସହ ସଂଘର୍ଷ କରୁଛି ।

ମିଳିଥିବା ସୂଚନା ଅନୁସାରେ, ଗୁରୁବାର ଦିନ ପୀଡ଼ିତା ଜଣକ ନିଜ ଘର ବାହାରେ ଖେଳୁଥିବା ବେଳେ ଅଭିଯୁକ୍ତ ବାଇକରେ ଆସି ପୀଡ଼ିତାଙ୍କୁ ଅପହରଣ କରି ନେଇଥିଲା। ପରେ ଏକ ଚାଷ ଜମିରେ ଶିଶୁ କନ୍ୟା ସହ ଅତି ନୃଶଂସଭାବେ ଦୁଷ୍କର୍ମ କରିବା ସହ ଅଭିଯୁକ୍ତ ଫେରାର ହୋଇଯାଇଥିଲେ । ଶିଶୁ କନ୍ୟାର ପରିବାର ଲୋକେ ଶିଶୁ କନ୍ୟାକୁ ନପାଇ ଖୋଜିବା ଆରମ୍ଭ କରିଥିଲେ। ପ୍ରାୟ 12 ଘଣ୍ଟା ଧରି ଖୋଜିବା ପରେ ପୀଡ଼ିତାଙ୍କୁ ଅଚେତ୍ ଅବସ୍ଥାରେ ଚାଷ ଜମିରୁ ଉଦ୍ଧାର କରାଯାଇଥିଲା। ପୀଡ଼ିତାକୁ ଗୁରୁତର ଅବସ୍ଥାରେ ହାପୁର ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ତାଙ୍କୁ ଗମ୍ଭୀର ସ୍ଥିତି ଦେଖି ମେରଟ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ।  ତେବେ ପୋଲିସ୍‌ ଅପରାଧୀଙ୍କୁ ଧରିବା ପାଇଁ ଆଠ ଜଣିଆ ଟିମ୍‌ ଗଠନ କରି ଘଟଣାର ତଦନ୍ତ ଜାରି ରଖିଛି ।

Related posts