କ୍ଷେତରୁ ମିଳିଲା 11ଜଣଙ୍କ ଶବ : ହତ୍ୟା ଆଶଙ୍କା

Published: Aug 9, 2020, 12:12 pm IST

ଯୋଧପୁର : ରାଜସ୍ଥାନର ଯୋଧପୁରଠାରୁ ଏକ ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି । ଦେଚୁର ଅଚଳାବତା ଗ୍ରାମ ନିକଟରୁ 11ଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି । କ୍ଷେତରୁ 11ଜଣଙ୍କ ଶବ ମିଳିଛି । ସମସ୍ତ ମୃତକ ବିସ୍ଥାପିତ ବୋଲି ଜଣାପଡିଛି। ଏହି ସମସ୍ତ ଲୋକ ଅଚଳାବତା ଗ୍ରାମରେ ଚାଷ କାମ କରୁଥିଲେ । ତେବେ ଏହା ଏକ ହତ୍ୟାକାଣ୍ଡ ବୋଲି ଅନୁମାନ କରାଯାଉଛି । ତେବେ ପୋଲିସ୍‌ ଘଟଣାସ୍ଥଳରୁ ଜଣେ ଯୁବକଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରିଛି । ଆହତ ଯୁବକଙ୍କୁ ପୋଲିସ୍‌ ନିକଟସ୍ଥ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତକଙ୍କ ମଧ୍ୟରେ 2ପୁରୁଷ ଥିବାବେଳେ 4 ଜଣ ମହିଳା ଥିଲେ 5 ଜଣ ଶିଶୁରହିଛନ୍ତି। ତେବେ ସମସ୍ତ ମୃତକ ପାକିସ୍ତାନୀ ବିସ୍ଥାପିତ ବୋଲି ସୂଚନା ରହୁଥିବାବେଳେ ଏକା ସାଙ୍ଗରେ 11 ଜଣଙ୍କର ମୃତ୍ୟୁ କିପରି ହେଲା ସେ ନେଇ ସନ୍ଦେହ ଉପୁଜିଛି । (ଏଜେନ୍ସି)

Related posts