Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଝଟ୍‌କା ଦେଲା ବିଜୁଳି ବିଲ୍‌ : ଗୋଟିଏ ମାସର ବିଜୁଳି ବିଲ୍‌ ଦେଖି ଆତ୍ମହତ୍ୟା କଲେ ବ୍ୟକ୍ତି
ଅପରାଧ

ଝଟ୍‌କା ଦେଲା ବିଜୁଳି ବିଲ୍‌ : ଗୋଟିଏ ମାସର ବିଜୁଳି ବିଲ୍‌ ଦେଖି ଆତ୍ମହତ୍ୟା କଲେ ବ୍ୟକ୍ତି

August 12, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନାଗପୁର : ମହାରାଷ୍ଟ୍ର ନାଗପୁର ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ନାଗପୁର ଅଞ୍ଚଳର 57 ବର୍ଷୀୟ ଜଣେ ବ୍ୟକ୍ତି ବିଜୁଳି ବିଲ୍‌ ପାଇଁ ଆତ୍ମହତ୍ୟା କରିଥିବାର ସୂଚନା ରହିଛି ।

ପୋଲିସ୍‌ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଯଶୋଧାରା ଅଞ୍ଚଳରୁ 57 ବର୍ଷୀୟ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି । ମୃତକଙ୍କ ନାମ ଲୀଲାଧର ଲକ୍ଷ୍ମଣ ବୋଲି ସୂଚନା ରହିଛି । ପରିବାର ଲୋକଙ୍କ ମତରେ ଗୋଟିଏ ମାସର ଘରର ବିଜୁଳି ବିଲ୍‌ 40 ହଜାର ଟଙ୍କା ଆସିଥିବାବେଳେ ଏହାକୁ ଦେଖି ମୃତକ ଜଣକ ଚିନ୍ତାଗ୍ରସ୍ତ ହୋଇପଡିଥିଲେ ଓ ଏହାପରେ ସେ ଆତ୍ମହତ୍ୟା କରିଥିଲେ । ସେହିପରି ଯଶୋଧାରା ପୋଲିସ୍‌ ଥାନାଧିକାରୀଙ୍କ ମତରେ ବର୍ଦ୍ଧିତ ବିଜୁଳି ବିଲ୍‌ ଦେଖି ଅତ୍ୟଧିକ ଚିନ୍ତାରେ ଲୀଲାଧର ଅଧିକ ମାତ୍ରାରେ ମଦ ପିଇବା ଆରମ୍ଭ କରି ଦେଇଥିଲେ ।

ଶନିବାର ଦିନ ଲୀଲାଧର ନିଜ ଉପରେ କିରୋସିନ ତେଲ ପକାଇ ନିଆଁ ଲଗାଇ ଦେଇଛନ୍ତି । ପରିବାର ଲୋକେ ତୁରନ୍ତ ହସ୍ପିଟାଲ ନେଇଥିବାବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ଲୀଲାଧରଙ୍କ ଘରୁ କୌଣସି ସୁଇସାଇଟ୍‌ ନୋଟ୍‌ ଜବତ ହୋଇନଥିବାବେଳେ ପୋଲିସ୍‌ ଏହାକୁ ଦୁର୍ଘଟଣାଜନିତ ମୃତ୍ୟୁର ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । (ଏଜେନ୍ସି)

electricity bill suicide
Share. Facebook Twitter LinkedIn Email WhatsApp Copy Link

Related Posts

Holi Festival: ଚିଲିକା ନିର୍ବାଚନ ମଣ୍ଡଳି ଲୋକଙ୍କ ସହିତ ହୋଲି ଖେଳିଲେ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ

March 4, 2026

ଯୁଦ୍ଧ ମଧ୍ୟରେ ଭାରତ ପାଇଲା ଉଲ୍ଲେଖନୀୟ ସଫଳତା!: ଥରିବେ ଶତ୍ରୁ ଦେଶ 

March 4, 2026

ଆଜି ଫାଇନାଲ ପାଇଁ ଲଢେଇ: ପ୍ରଥମ ସେମିଫାଇନାଲରେ ମୁହାଁମୁହିଁ ହେବେ ଦକ୍ଷିଣ ଆଫ୍ରିକା-ନ୍ୟୁଜିଲାଣ୍ଡ

March 4, 2026

ରଙ୍ଗ ଖେଳିଲା ବେଳେ ବ୍ୟବହାର କରୁଛନ୍ତି କି ସ୍ମାର୍ଟଫୋନ୍: ତାହା ୱାଟରପ୍ରୁଫ୍ କି ନୁହେଁ କିପରି ଜାଣିବେ?

March 4, 2026
Latest News

Holi Festival: ଚିଲିକା ନିର୍ବାଚନ ମଣ୍ଡଳି ଲୋକଙ୍କ ସହିତ ହୋଲି ଖେଳିଲେ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ

March 4, 2026

ଯୁଦ୍ଧ ମଧ୍ୟରେ ଭାରତ ପାଇଲା ଉଲ୍ଲେଖନୀୟ ସଫଳତା!: ଥରିବେ ଶତ୍ରୁ ଦେଶ 

March 4, 2026

ଆଜି ଫାଇନାଲ ପାଇଁ ଲଢେଇ: ପ୍ରଥମ ସେମିଫାଇନାଲରେ ମୁହାଁମୁହିଁ ହେବେ ଦକ୍ଷିଣ ଆଫ୍ରିକା-ନ୍ୟୁଜିଲାଣ୍ଡ

March 4, 2026

ରଙ୍ଗ ଖେଳିଲା ବେଳେ ବ୍ୟବହାର କରୁଛନ୍ତି କି ସ୍ମାର୍ଟଫୋନ୍: ତାହା ୱାଟରପ୍ରୁଫ୍ କି ନୁହେଁ କିପରି ଜାଣିବେ?

March 4, 2026

ରାଜ୍ୟରେ ୧୦ ଯାଏଁ କିପରି ରହିବ ପାଗ?: ପଢନ୍ତୁ ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ଆକଳନ

March 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.