Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ନବରଙ୍ଗପୁର ପୋଲିସକୁ ବଡ଼ ସଫଳତା : ୧୫୨ କିଲୋ ଗଞ୍ଜେଇ ଜବତ, ୨ ଅଟକ
ଅପରାଧ

ନବରଙ୍ଗପୁର ପୋଲିସକୁ ବଡ଼ ସଫଳତା : ୧୫୨ କିଲୋ ଗଞ୍ଜେଇ ଜବତ, ୨ ଅଟକ

August 29, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

କିଶୋର ପଟ୍ଟନାୟକ

ନବରଙ୍ଗପୁର: ନବରଙ୍ଗପୁର ପୋଲିସକୁ ମିଳିଛି ବଡ଼ ସଫଳତା। ଗତକାଲି ନବରଙ୍ଗପୁର ପୋଲିସ ୧୫୨ କିଲୋ ଗଞ୍ଜେଇ, ୯୦ହଜାର ଟଙ୍କା ସହ ୩ ଟି ଗାଡି ଜବତ ଓ ୬ ଜଣକୁ ଗିରଫ କରିଥିଲା। ଆଜି ପୁଣି ଏକ କଣ୍ଟେନରରେ ଜୟପୁରରୁ ଉତ୍ତର ପ୍ରଦେଶକୁ ପ୍ରାୟ ୨୫ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ଗଞ୍ଜେଇ ଚାଲାଣ ହେଉଥିବା ବେଳେ ନବରଙ୍ଗପୁର ପୋଲିସ ଚଢ଼ାଉ କରି ଡ୍ରାଇଭର ସମେତ ତାର ସହଯୋଗୀକୁ ଅଟକ ରଖିଛି।

ନବରଙ୍ଗପୁର ଏସ.ପି ନିତିନ କୁଶଳକରଙ୍କ ନିର୍ଦ୍ଦେଶକ୍ରମେ ନବରଙ୍ଗପୁର ଥାନା ଅଧିକାରୀ ପ୍ରତ୍ୟୁଷ ମହାପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ କୌଣସି ସୂତ୍ରରୁ ଖବର ପାଇଁ ନବରଙ୍ଗପୁର ପୋଲିସ ଇନ୍ଦ୍ରାବତୀ ନଦୀ ନିକଟରୁ କଣ୍ଟେନର କୁ ପିଛା କରି ନବରଙ୍ଗପୁର ଥାନା ପାଖରେ ଅଟକାଇ ତଦନ୍ତ କରିଥିଲେ। କଣ୍ଟେନର ର ବିଭିନ୍ନ ଜାଗାରେ ଗଞ୍ଜେଇ ଲୁଚାଇ ରଖିଥିବା ଦେଖିବା ପରେ ତୁରନ୍ତ କଣ୍ଟେନର ଓ ଗଞ୍ଜେଇକୁ ସିଜ କରିବା ସହ ଡ୍ରାଇଭର ଓ ତାର ସହଯୋଗୀଙ୍କୁ ଅଟକ ରଖିଛି। ଡ୍ରାଇଭର ଜଣକ ଉତ୍ତର ପ୍ରଦେଶର ହୋଇଥିବା ବେଳେ ସହଯୋଗୀ କୋରାପୁଟ ଜିଲ୍ଲାର ବୋଲି ସୂଚନା ମିଳିଛି।

ବର୍ତ୍ତମାନ ଜଣେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସିଜ ହୋଇଥିବା ଗଞ୍ଜେଇ ଗୁଡିକ ଓଜନ କରାଯାଉଛି। କିନ୍ତୁ, ଜବତ ଗଞ୍ଜେଇ ଗୁଡିକର ଆନୁମାନିକ ମୂଲ୍ୟ ୨୫ ଲକ୍ଷରୁ ଉର୍ଦ୍ଧ୍ଵ ହେବ ବୋଲି ପ୍ରାଥମିକ ତଦନ୍ତ ପରେ ନବରଙ୍ଗପୁର ପୋଲିସ ସୂଚନା ଦେଇଛି।

ପ୍ରକାଶ ଥାଉଁ ଯେ କରୋନାରେ ଲକଡାଉନ ଓ ସଟଡାଉନ ଯୋଗୁଁ ଅଧିକାଂଶ ଗଞ୍ଜେଇ ଚାଲାଣ ହେଉଥିବାର ଖବର ଆସୁଥିଲା। କିନ୍ତୁ, ବର୍ତ୍ତମାନ ନବରଙ୍ଗପୁର ଥାନାରେ ନୂତନ ଭାବେ ଯୋଗ ଦେଇଥିବା ଥାନା ଅଧିକାରୀ ପ୍ରତ୍ୟୁଷ ମହାପାତ୍ର ଗଞ୍ଜେଇ ଚାଲାଣକୁ ରୋକିବାରେ ସଫଳ ହୋଇଛନ୍ତି।

ଗଞ୍ଜେଇ ଚାଲାଣ
Share. Facebook Twitter LinkedIn Email WhatsApp Copy Link

Related Posts

ରେଳପଥ ବଢ଼ିଲେ ବଦଳିବ ଅର୍ଥନୀତି! ମୟୂରଭଞ୍ଜରେ ନୂଆ ସଂଯୋଗକୁ ନେଇ ଆଶା

September 13, 2026

ପଥୁରିଆରେ ଦୁଇ ବାଇକ ମୁହାଁମୁହିଁ ଧକ୍କା: ୧ ମୃତ, ୧ ଗୁରୁତର

September 13, 2026

ରାଶିଫଳ: ସେପ୍ଟେମ୍ବର ୧୩ ତାରିଖରେ ପାଞ୍ଚୋଟି ରାଶିକୁ ମିଳିବ ଶକ୍ତିଶାଳୀ ସହଯୋଗ

September 13, 2026

BRICS ଘୋଷଣାନାମାକୁ ଖୁର୍ସିଦଙ୍କ ସବୁଜ ସଙ୍କେତ, ମୋଦୀ-ଜିନପିଙ୍ଗ ବୈଠକକୁ ନେଇ ବଡ଼ ଆଶା

September 12, 2026
Latest News

ବିଶ୍ୱ ବାଣିଜ୍ୟ ସଂଗଠନ (WTO) ମୁଖ୍ୟଙ୍କୁ ଭେଟିଲେ ପୀୟୁଷ ଗୋୟଲ 

September 13, 2026

ରେଳପଥ ବଢ଼ିଲେ ବଦଳିବ ଅର୍ଥନୀତି! ମୟୂରଭଞ୍ଜରେ ନୂଆ ସଂଯୋଗକୁ ନେଇ ଆଶା

September 13, 2026

ପଶ୍ଚିମବଙ୍ଗରେ ସ୍ଥାପନ ହେବ ଡିଆରଡିଓର ନୂଆ କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ର

September 13, 2026

ଚୀନ୍‌ର ଦ୍ୱିତୀୟ ସର୍ବାଧିକ ଶକ୍ତିଶାଳୀ ନେତା କାଇ କି’

September 13, 2026

ବ୍ରିକ୍ସ ସହଯୋଗର ଦୁଇ ଦଶନ୍ଧି ପୂର୍ତ୍ତି ଅବସରରେ ସ୍ମାରକ ଡାକ ଟିକଟ ଉନ୍ମୋଚନ

September 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.