ନବରଙ୍ଗପୁର ପୋଲିସକୁ ବଡ଼ ସଫଳତା : ୧୫୨ କିଲୋ ଗଞ୍ଜେଇ ଜବତ, ୨ ଅଟକ

Published: Aug 29, 2020, 1:18 pm IST

କିଶୋର ପଟ୍ଟନାୟକ

ନବରଙ୍ଗପୁର: ନବରଙ୍ଗପୁର ପୋଲିସକୁ ମିଳିଛି ବଡ଼ ସଫଳତା। ଗତକାଲି ନବରଙ୍ଗପୁର ପୋଲିସ ୧୫୨ କିଲୋ ଗଞ୍ଜେଇ, ୯୦ହଜାର ଟଙ୍କା ସହ ୩ ଟି ଗାଡି ଜବତ ଓ ୬ ଜଣକୁ ଗିରଫ କରିଥିଲା। ଆଜି ପୁଣି ଏକ କଣ୍ଟେନରରେ ଜୟପୁରରୁ ଉତ୍ତର ପ୍ରଦେଶକୁ ପ୍ରାୟ ୨୫ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ଗଞ୍ଜେଇ ଚାଲାଣ ହେଉଥିବା ବେଳେ ନବରଙ୍ଗପୁର ପୋଲିସ ଚଢ଼ାଉ କରି ଡ୍ରାଇଭର ସମେତ ତାର ସହଯୋଗୀକୁ ଅଟକ ରଖିଛି।

ନବରଙ୍ଗପୁର ଏସ.ପି ନିତିନ କୁଶଳକରଙ୍କ ନିର୍ଦ୍ଦେଶକ୍ରମେ ନବରଙ୍ଗପୁର ଥାନା ଅଧିକାରୀ ପ୍ରତ୍ୟୁଷ ମହାପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ କୌଣସି ସୂତ୍ରରୁ ଖବର ପାଇଁ ନବରଙ୍ଗପୁର ପୋଲିସ ଇନ୍ଦ୍ରାବତୀ ନଦୀ ନିକଟରୁ କଣ୍ଟେନର କୁ ପିଛା କରି ନବରଙ୍ଗପୁର ଥାନା ପାଖରେ ଅଟକାଇ ତଦନ୍ତ କରିଥିଲେ। କଣ୍ଟେନର ର ବିଭିନ୍ନ ଜାଗାରେ ଗଞ୍ଜେଇ ଲୁଚାଇ ରଖିଥିବା ଦେଖିବା ପରେ ତୁରନ୍ତ କଣ୍ଟେନର ଓ ଗଞ୍ଜେଇକୁ ସିଜ କରିବା ସହ ଡ୍ରାଇଭର ଓ ତାର ସହଯୋଗୀଙ୍କୁ ଅଟକ ରଖିଛି। ଡ୍ରାଇଭର ଜଣକ ଉତ୍ତର ପ୍ରଦେଶର ହୋଇଥିବା ବେଳେ ସହଯୋଗୀ କୋରାପୁଟ ଜିଲ୍ଲାର ବୋଲି ସୂଚନା ମିଳିଛି।

ବର୍ତ୍ତମାନ ଜଣେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସିଜ ହୋଇଥିବା ଗଞ୍ଜେଇ ଗୁଡିକ ଓଜନ କରାଯାଉଛି। କିନ୍ତୁ, ଜବତ ଗଞ୍ଜେଇ ଗୁଡିକର ଆନୁମାନିକ ମୂଲ୍ୟ ୨୫ ଲକ୍ଷରୁ ଉର୍ଦ୍ଧ୍ଵ ହେବ ବୋଲି ପ୍ରାଥମିକ ତଦନ୍ତ ପରେ ନବରଙ୍ଗପୁର ପୋଲିସ ସୂଚନା ଦେଇଛି।

ପ୍ରକାଶ ଥାଉଁ ଯେ କରୋନାରେ ଲକଡାଉନ ଓ ସଟଡାଉନ ଯୋଗୁଁ ଅଧିକାଂଶ ଗଞ୍ଜେଇ ଚାଲାଣ ହେଉଥିବାର ଖବର ଆସୁଥିଲା। କିନ୍ତୁ, ବର୍ତ୍ତମାନ ନବରଙ୍ଗପୁର ଥାନାରେ ନୂତନ ଭାବେ ଯୋଗ ଦେଇଥିବା ଥାନା ଅଧିକାରୀ ପ୍ରତ୍ୟୁଷ ମହାପାତ୍ର ଗଞ୍ଜେଇ ଚାଲାଣକୁ ରୋକିବାରେ ସଫଳ ହୋଇଛନ୍ତି।

Related posts