ଶ୍ରୀନଗର ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ, ଅନ୍ୟମାନଙ୍କୁ ଖୋଜା ଚାଲଛି

Published: Sep 17, 2020, 10:06 am IST
ଶ୍ରୀନଗର, ଆଜି ଶ୍ରୀନଗରର ବାଟାମାଲୁ ଠାରେ ଚାଲିଥିବା ଏନକାଉଣ୍ଟରରେ ଜଣେ ଅଜ୍ଞାତ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଛି । ଏହି ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ଏକ ନିର୍ଦ୍ଦିଷ୍ଟ ସୂଚନା ଆଧାରରେ ପୋଲିସ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା। ଆତଙ୍କବାଦୀମାନେ ଲୁଚି ରହିଥିବା ସ୍ଥାନରେ ସୁରକ୍ଷା ବାହିନୀ ପ୍ରଥମେ ଲୋକଶୂନ୍ୟ କରିବା ପରେ ଏହି ଏନକାଉଣ୍ଟର କରିଥିଲେ।  ପୋଲିସ କହିଛି, “ଶ୍ରୀନଗରର ବାଟାମାଲୁ ଅଞ୍ଚଳରେ ହୋଇଥିବା ଏକ ଏନକାଉଣ୍ଟରରେ ଜଣେ ଅଜଣା ଆତଙ୍କବାଦୀ ନିହତ ହୋଇଛନ୍ତି। ଏବେବି ସେହି ସ୍ଥାନରେ ପୋଲିସ ଏବଂ ସିଆରପିଏଫ ଅନ୍ୟ ଆତଙ୍କବାଦୀଙ୍କୁ ମଧ୍ୟ ଖୋଜୁଛନ୍ତି ବୋଲି ଜଣାପଡିଛି।

Related posts