Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଅବୈଧ ସମ୍ପର୍କ ପାଇଁ ସ୍ତ୍ରୀ ଦେହରେ ତେଲ ଢାଳି ନିଆଁରେ ପୋଡିଲା ସ୍ବାମୀ : ସ୍ତ୍ରୀ ଗୁରୁତର
ଅପରାଧ

ଅବୈଧ ସମ୍ପର୍କ ପାଇଁ ସ୍ତ୍ରୀ ଦେହରେ ତେଲ ଢାଳି ନିଆଁରେ ପୋଡିଲା ସ୍ବାମୀ : ସ୍ତ୍ରୀ ଗୁରୁତର

September 20, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ସାଗର ଜିଲ୍ଲାର ସୁରଖୀ ଥାନା କ୍ଷେତ୍ରରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ନବବିବାହିତା ସ୍ତ୍ରୀ ନିଜ ସ୍ବାମୀ ଉପରେ ହତ୍ୟା କରିବାର ଅଭିଯୋଗ ଆଣିଛନ୍ତି । ମିଳିଥିବା ସୂଚନା ଅନୁସାରେ ମହିଳା ଜଣଙ୍କର ସ୍ବାମୀ ତେଲ ଢାଳି ସ୍ତ୍ରୀଙ୍କୁ ନିଆଁ ଲଗାଇଥିବା ଅଭିଯୋଗ ରହିଛି । ମହିଳା ଜଣକ 80 ପ୍ରତିଶତ ଜଳି ଯାଇଥିବାବେଳେ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି । ପୀଡ଼ିତା ମହିଳା ସୁରଭି ପଟେଲ୍‌ଙ୍କ ହସ୍ପିଟାଲରୁ ଏନେଇ ଏକ ଭିଡିଓ ଭାଇରାଲ୍‌ ହେବା ପରେ ଘଟଣାଟି ସାମ୍ନାକୁ ଆସିଛି । ଏହି ଭିଡିଓରେ ମହିଳା ଜଣକ ନିଜ ସ୍ବାମୀଙ୍କ ଉପରେ ହତ୍ୟା ଅଭିଯୋଗ କରିଛନ୍ତି । ଗୋଟିଏ ରୁମ୍‌ରେ ତାଙ୍କୁ ବନ୍ଦ କରି ତାଙ୍କ ସ୍ବାମୀ ପ୍ରଚୁର ମାଡ ମାରିବା ସହିତ ତେଲ ଢାଳି ନିଆଁ ଲଗାଇଦେଇଥିବାର ଅଭିଯୋଗ କରିଛନ୍ତି ମହିଳା ଜଣକ । ଏହା ସହିତ ତାଙ୍କ ସ୍ବାମୀ ତାଙ୍କ ସନ୍ତାନକୁ ମଧ୍ୟ ଜୀବନରୁ ମାରି ଦେବାର ଧମକ ମଧ୍ୟ ଦେଇଥିବାର କହିଛନ୍ତି ମହିଳା ଜଣକ ।

ମହିଳା ଜଣକ ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କ ସ୍ବାମୀଙ୍କର ଅନ୍ୟ ଏକ ମହିଳାଙ୍କ ସହିତ ପ୍ରେମ ସମ୍ପର୍କରେ ରହିଛନ୍ତି ।  ମିଳିଥିବା ସୂଚନା ଅନୁସାରେ ସାଗର ସହର ବିଜୟ ଟାକିଜ୍‌ଙ୍କ ବିବାହ 22ବର୍ଷୀୟା ସୁରଭିଙ୍କ ସହିତ 2018 ମସିହାରେ ହୋଇଥିଲା। ବିବାହ ପରେ ପ୍ରାୟ ସମୟରେ ବିଜୟ ନିଜ ସ୍ତ୍ରୀଙ୍କୁ ମାର୍‌ପିଟ୍‌ କରିଥିବାର ଅଭିଯୋଗ ମଧ୍ୟ ରହିଛି । ସ୍ତ୍ରୀଙ୍କୁ ମାଡ ମାରିବା ସହିତ  ବାପ ଘରୁ ପଇସା ଆଣିବା ପାଇଁ ମଧ୍ୟ ଦାବି କରିଥା’ନ୍ତି ତାଙ୍କ ସ୍ବାମୀ । ମହିଳାଙ୍କ ବୟାନ ଆଧାରରେ ପୋଲିସ୍‌ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଧରିବାକୁ ଚେଷ୍ଟା ଜାରି ରଖିଛି। (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ବୈଠକ: ଇନ୍ଧନ ଯୋଗାଣକୁ ସୁନିଶ୍ଚିତ କରିବା ଉପରେ ଗୁରୁତ୍ଵ

March 26, 2026

ସତରେ କ’ଣ ଖୁବ୍ ଶୀଘ୍ର ଆସିବ ଲକଡାଉନ୍?: ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି ପରେ ବଢିଲା ଚର୍ଚ୍ଚା

March 26, 2026

ଆଜି ପ୍ରଭୃ ଲିଙ୍ଗରାଜଙ୍କ ରଥଯାତ୍ରା: ଜାଣନ୍ତୁ କେଉଁ ସମୟରେ ଆରମ୍ଭ ହେବ ରଥଟଣା?

March 26, 2026

ସେହି ପାଞ୍ଚ “ବନ୍ଧୁ” ଦେଶ କିଏ?: ଯାହାଙ୍କ ପାଇଁ ଖୋଲାଅଛି ହରମୁଜ୍

March 26, 2026
Latest News

ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ବୈଠକ: ଇନ୍ଧନ ଯୋଗାଣକୁ ସୁନିଶ୍ଚିତ କରିବା ଉପରେ ଗୁରୁତ୍ଵ

March 26, 2026

ସତରେ କ’ଣ ଖୁବ୍ ଶୀଘ୍ର ଆସିବ ଲକଡାଉନ୍?: ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି ପରେ ବଢିଲା ଚର୍ଚ୍ଚା

March 26, 2026

ଆଜି ପ୍ରଭୃ ଲିଙ୍ଗରାଜଙ୍କ ରଥଯାତ୍ରା: ଜାଣନ୍ତୁ କେଉଁ ସମୟରେ ଆରମ୍ଭ ହେବ ରଥଟଣା?

March 26, 2026

ସେହି ପାଞ୍ଚ “ବନ୍ଧୁ” ଦେଶ କିଏ?: ଯାହାଙ୍କ ପାଇଁ ଖୋଲାଅଛି ହରମୁଜ୍

March 26, 2026

ସେକ୍ସ ରାକେଟ ଠାବ: ୫ ଯୁବକ ଓ ଯୁବତୀ ଅଟକ

March 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.