ଅବୈଧ ସମ୍ପର୍କ ପାଇଁ ସ୍ତ୍ରୀ ଦେହରେ ତେଲ ଢାଳି ନିଆଁରେ ପୋଡିଲା ସ୍ବାମୀ : ସ୍ତ୍ରୀ ଗୁରୁତର

Published: Sep 20, 2020, 12:49 pm IST

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ସାଗର ଜିଲ୍ଲାର ସୁରଖୀ ଥାନା କ୍ଷେତ୍ରରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ନବବିବାହିତା ସ୍ତ୍ରୀ ନିଜ ସ୍ବାମୀ ଉପରେ ହତ୍ୟା କରିବାର ଅଭିଯୋଗ ଆଣିଛନ୍ତି । ମିଳିଥିବା ସୂଚନା ଅନୁସାରେ ମହିଳା ଜଣଙ୍କର ସ୍ବାମୀ ତେଲ ଢାଳି ସ୍ତ୍ରୀଙ୍କୁ ନିଆଁ ଲଗାଇଥିବା ଅଭିଯୋଗ ରହିଛି । ମହିଳା ଜଣକ 80 ପ୍ରତିଶତ ଜଳି ଯାଇଥିବାବେଳେ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି । ପୀଡ଼ିତା ମହିଳା ସୁରଭି ପଟେଲ୍‌ଙ୍କ ହସ୍ପିଟାଲରୁ ଏନେଇ ଏକ ଭିଡିଓ ଭାଇରାଲ୍‌ ହେବା ପରେ ଘଟଣାଟି ସାମ୍ନାକୁ ଆସିଛି । ଏହି ଭିଡିଓରେ ମହିଳା ଜଣକ ନିଜ ସ୍ବାମୀଙ୍କ ଉପରେ ହତ୍ୟା ଅଭିଯୋଗ କରିଛନ୍ତି । ଗୋଟିଏ ରୁମ୍‌ରେ ତାଙ୍କୁ ବନ୍ଦ କରି ତାଙ୍କ ସ୍ବାମୀ ପ୍ରଚୁର ମାଡ ମାରିବା ସହିତ ତେଲ ଢାଳି ନିଆଁ ଲଗାଇଦେଇଥିବାର ଅଭିଯୋଗ କରିଛନ୍ତି ମହିଳା ଜଣକ । ଏହା ସହିତ ତାଙ୍କ ସ୍ବାମୀ ତାଙ୍କ ସନ୍ତାନକୁ ମଧ୍ୟ ଜୀବନରୁ ମାରି ଦେବାର ଧମକ ମଧ୍ୟ ଦେଇଥିବାର କହିଛନ୍ତି ମହିଳା ଜଣକ ।

ମହିଳା ଜଣକ ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କ ସ୍ବାମୀଙ୍କର ଅନ୍ୟ ଏକ ମହିଳାଙ୍କ ସହିତ ପ୍ରେମ ସମ୍ପର୍କରେ ରହିଛନ୍ତି ।  ମିଳିଥିବା ସୂଚନା ଅନୁସାରେ ସାଗର ସହର ବିଜୟ ଟାକିଜ୍‌ଙ୍କ ବିବାହ 22ବର୍ଷୀୟା ସୁରଭିଙ୍କ ସହିତ 2018 ମସିହାରେ ହୋଇଥିଲା। ବିବାହ ପରେ ପ୍ରାୟ ସମୟରେ ବିଜୟ ନିଜ ସ୍ତ୍ରୀଙ୍କୁ ମାର୍‌ପିଟ୍‌ କରିଥିବାର ଅଭିଯୋଗ ମଧ୍ୟ ରହିଛି । ସ୍ତ୍ରୀଙ୍କୁ ମାଡ ମାରିବା ସହିତ  ବାପ ଘରୁ ପଇସା ଆଣିବା ପାଇଁ ମଧ୍ୟ ଦାବି କରିଥା’ନ୍ତି ତାଙ୍କ ସ୍ବାମୀ । ମହିଳାଙ୍କ ବୟାନ ଆଧାରରେ ପୋଲିସ୍‌ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଧରିବାକୁ ଚେଷ୍ଟା ଜାରି ରଖିଛି। (ଏଜେନ୍ସି)

Related posts