ବ୍ୟବସାୟୀଙ୍କ ଠାରୁ ୨ ଲକ୍ଷ ୩୦ ହଜାର ଟଙ୍କା ଲୁଟି ନେଇ ୨ ଜଣ ଦୁର୍ବୃତ୍ତ ଫେରାର

Published: Sep 24, 2020, 2:45 pm IST

କେନ୍ଦୁଝର: କେନ୍ଦୁଝର ଥାନା ଜେଲ ଛକ ଡିସିବି ବ୍ୟାଙ୍କ ନିକଟରୁ ୨ ଲକ୍ଷ ୩୦ ହଜାର ଟଙ୍କା ଚୋରି ହୋଇଥିବା ଘଟଣା ଶୁଣିବାକୁ ମିଳୁଛି। ୨ ଜଣ ଦୁର୍ବୃତ୍ତ ଏତେ ବଡ ଚୋରି ଘଟଣାରେ ସାମିଲ ଥିବା ସୂଚନା ରହିଛି। ବ୍ୟାଙ୍କକୁ ଟଙ୍କା ଜମା କରିବାକୁ ଆସିଥିବା ବ୍ୟବସାୟୀଙ୍କ ଠାରୁ ୨ ଲକ୍ଷ ୩୦ ହଜାର ଟଙ୍କା ଏହି ଦୁର୍ବୃତ୍ତମାନେ ଲୁଟି ନେଇ ଫେରାର ହୋଇଯାଇଥିବା ସୂଚନା ରହିଛି। ଠିକଣା ପଚାରିବ ବାହନରେ ଦୁର୍ବୃତ୍ତ ମାନେ କାର ନିକଟକୁ ଆସିଥିଲେ ଏବଂ ସେଠାରୁ ଟଙ୍କା ଲୁଟିନେଇ ଫେରାର ହୋଇଯାଇଥିଲେ। କେନ୍ଦୁଝର ଟାଉନ ଥାନା ପୋଲିସ ସେଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୋଲିସ ସିସିଟିଭ ଫୁଟେଜକୁ ପୁଙ୍ଖାନୁପୁଙ୍ଖ ଭାବେ ଯାଞ୍ଚ କରିବା ସହ ଦୁର୍ବୃତ୍ତଙ୍କୁ ଚିହ୍ନଟ କରିପାରିବେ ବୋଲି ଆଶା କରାଯାଉଛି।

Related posts