ହାଥ୍ରାସ ଗଣଦୁଷ୍କର୍ମ ଘଟଣାର ଅନୁସନ୍ଧାନ ପାଇଁ ଏସଆଇଟି ଗଠନ କଲେ ଯୋଗୀ ସରକାର

Published: Sep 30, 2020, 11:09 am IST

ଲକ୍ଷ୍ନୌ: ଆଜି ଯୋଗୀ ଆଦିତ୍ୟନାଥ ସରକାର ହାଥ୍ରାସ ଘଟଣାର ଅନୁସନ୍ଧାନ ପାଇଁ ଏକ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି) ଗଠନ କରିଛନ୍ତି ଯେଉଁଥିରେ ଜଣେ ୧୯ ବର୍ଷର ଦଲିତ ଝିଅକୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା ଏବଂ ପରେ ସେ ମୃତ୍ୟୁବରଣ କରିଥିଲେ।

ସରକାରୀ ସୂତ୍ର ଅନୁଯାୟୀ ଏହି ଏସଆଇଟିରେ ଗୃହ ସଚିବ ଭଗବାନ୍ ସ୍ଵରୂପ, ଡିଜି ଚନ୍ଦ୍ର ପ୍ରକାଶ ଏବଂ ଆଇପିଏସ୍ ଅଧିକାରୀ ପୁନମ ରହିବେ। ଏସଆଇଟି ଶୀଘ୍ର ଏହାର ରିପୋର୍ଟ ଦାଖଲ କରିବ।

ପୀଡିତାଙ୍କୁ ନ୍ୟାୟ ସୁନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏହି ମାମଲାକୁ ଫାଷ୍ଟ ଟ୍ରାକ କୋର୍ଟକୁ ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ସୂତ୍ରରୁ ପ୍ରକାଶ। ସମସ୍ତ ଚାରି ଅଭିଯୁକ୍ତଙ୍କୁ ଗିରଫ କରାଯାଇ ସାରିଛି।

ସୂଚନା ଯୋଗ୍ୟ ଯେ, ସେପ୍ଟେମ୍ବର ୧୪ରେ କ୍ଷେତରୁ ଚାରା ସଂଗ୍ରହ କରିବାକୁ ଯାଇଥିବା ବେଳେ ଜଣେ ଦଲିତ ଝିଅକୁ ଗଣଦୁଷ୍କର୍ମ ଓ ହତ୍ୟା କରାଯାଇଥିବା ଅଭିଯୋଗରେ ରାଜ୍ୟ ସରକାର ସମାଲୋଚନାର ସମ୍ମୁଖୀନ ହୋଇଥିଲେ। ତାଙ୍କ ଅବସ୍ଥା ଖରାପ ହେବା ପରେ ମଙ୍ଗଳବାର ଦିନ ପୀଡିତାଙ୍କୁ ଦିଲ୍ଲୀ ସ୍ଥାନାନ୍ତର କରାଯାଇଥିଲା ଏବଂ ଶେଷରେ ଗତକାଲି ତାଙ୍କର ମୃତ୍ୟୁ ହୋଇଥିଲେ। କିନ୍ତୁ ପୀଡିତାଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବା ଅଭିଯୋଗକୁ ହାଥ୍ରାସ ପୋଲିସ ଅସ୍ୱୀକାର କରିଛି।

 

 

 

Related posts