ହାଥରସ୍ ଗଣଦୁଷ୍କର୍ମ ମାମଲାରେ ନିଲମ୍ବିତ ହେଲେ ଜିଲ୍ଲା ଏସ୍‌ପି ଓ ଡିଏସ୍‌ପି

Published: Oct 2, 2020, 10:24 pm IST

ଲକ୍ଷ୍ନୌ, ହାଥରସ୍ ଗଣଦୁଷ୍କର୍ମ ମାମଲାକୁ ନେଇ ସାରା ଦେଶରେ ଝଡ଼ ଆରମ୍ଭ ହେବା ପରେ ଉତ୍ତରପ୍ରଦେଶ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ହାଥରସ୍ ଜିଲା ଏସ୍‌ପି ଓ ଡିଏସ୍‌ପିଙ୍କୁ  ନିଲମ୍ବନ କରିଛନ୍ତି। ଏଥିସହିତ ସେହି ଥାନା ଇନ୍ସପେକ୍ଟର ସହ କେତେକ ପୋଲିସ ଅଧିକାରୀଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି।

କେବଳ ନିଳମ୍ବନ ନୁହେଁ ଉଭୟ ଏସ୍‌ପି ଓ ଡିଏସ୍‌ପିଙ୍କ ନାର୍କୋ ପଲିଗ୍ରାଫ୍ ଟେଷ୍ଟ କରାଯିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।  ଏସ୍‌ଆଇଟି (ସ୍ପେଶାଲ ଇନଭେଷ୍ଟିଗେଟିଂ ଟିମ୍)ର ପ୍ରାଥମିକ ତଦନ୍ତ ରିପୋର୍ଟ ଆଧାରରେ ଯୋଗୀ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ହାଥରସ୍ ଏସ୍‌ପିଙ୍କ ନିଲମ୍ବନ ପରେ ବିନୀତ ଜୟସ୍ୱାଲଙ୍କୁ ସେଠାକାର ନୂତନ ଏସ୍‌ପି ଦାୟିତ୍ୱ ଦିଆଯାଇଛି। ସେହି ଜିଲ୍ଲାରେ ଗୋଟିଏ ମାସ ପାଇଁ ୧୪୪ ଧାରା ଜାରି କରାଯାଇଛି।

Related posts