ଦଶ ମାସର ଶିଶୁ କନ୍ୟାକୁ ଦୁଷ୍କର୍ମ କଲା ପିତା, ଆଉ ତା’ପରେ କଲା ଏହି କାର୍ଯ୍ୟ

Published: Oct 8, 2020, 1:24 pm IST

ଆମେରିକା : ଆମେରିକାର ପେନ୍‌ସେ୍ଲଭିଆରୁ ଲଜ୍ୟାଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ପିତା ନିଜ 10 ମାସର ଝିଅକୁ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି। ଦୁଷ୍କର୍ମ ପରେ ଶିଶୁଟି ହଲଚଲ ନ ହେବାରୁ  ଗୁଗୁଲ୍‌ରେ ଜୀବିତ ଅଛି କି ନାହିଁ ତାହା ଜାଣିବା ପାଇଁ କନ୍ୟାର ପିତା ସର୍ଚ୍ଚ କରିଥିବାର ଜଣାପଡିଛି। ଦୁଷ୍କର୍ମ ପରେ ଶିଶୁଟିର ଆଭ୍ୟନ୍ତରୀଣ କ୍ଷତି ପହଞ୍ଚିଥିଲା। ଯାହାଫଳରେ ନାବାଳିକାର ମୃତ୍ୟୁ ହୋଇଯାଇଛି।

ମିଳିଥିବା ସୂଚନା ଅନୁସାରେ 29 ବର୍ଷୀୟ ଷ୍ଟିଭେନ୍‌ ଅଷ୍ଟିନ୍‌ ନାମକ ଜଣେ ବ୍ୟକ୍ତି ନିଜ 10 ମାସର କନ୍ୟାକୁ ଦୁଷ୍କର୍ମ କରିଛନ୍ତି। ଦୁଷ୍କର୍ମ ଅଭିଯୋଗରେ ଷ୍ଟିଭେନ୍‌ଙ୍କୁ ଗିରଫ ମଧ୍ୟ କରାଯାଇଛି। ଅଷ୍ଟିନ୍‌ ଜଣେ ଫୁଟବଲ୍‌ କୋଚ୍‌ ବୋଲି ଜଣାପଡିଛି। ଅଷ୍ଟିନ୍‌ଙ୍କ ବିରୋଧରେ ଯୌନ ନିର୍ଯାତନା, ନାବାଳିକାକୁ ଦୁଷ୍କର୍ମ ସମେତ ଅନ୍ୟାନ୍ୟ ବହୁ ଗମ୍ଭୀର ଆରୋପ ଲଗାଯାଇ ତାଙ୍କୁ ଗିରଫ କରାଯାଇଛି। ଅଷ୍ଟିନ୍‌ ପୋଲିସ୍‌କୁ ତାଙ୍କ ଝିଅ ନିଃଶ୍ବାସ ନେଉନଥିବାର ସୂଚନା ଦେଇଥିଲା। ଶିଶୁ କନ୍ୟାକୁ ହସ୍ପିଟାଲ ନେବା ପରେ ଘଟଣାର ସତ୍ୟ ବାହାରକୁ ଆସିଥିଲା।

ପୋଲିସ୍‌ର କହିବାନୁସାରେ ଅଷ୍ଟିନ୍‌ର ବ୍ରାଉଜର୍‌ ସର୍ଚ୍ଚ ହିଷ୍ଟ୍ରିରୁ ପୂରା ମାମଲା ପଦାକୁ ଆସିଥିଲା। ଅଷ୍ଟିନ୍‌ ପୋଲିସ୍‌କୁ ଫୋନ୍‌ କରିବାର ଏକ ଘଣ୍ଟା ପୂର୍ବରୁ ଗୁଗୁଲ୍‌ରେ ନାବାଳିକଟି ଜୀବିତ କିମ୍ବା ମୃତ୍ୟୁ ହୋଇଛି କିପରି ଜାଣିହେବ ବୋଲି ସର୍ଚ୍ଚ କରିଥିଲା। ସେହିପରି ଏହା ସମ୍ପର୍କରେ ଅଷ୍ଟିନ୍‌ ଦୁଇ ସାଙ୍ଗକୁ ମଧ୍ୟ ମେସେଜ୍‌ କରି ସାହାଯ୍ୟ ମାଗିଥିଲା। ନାବାଳିକା ଯାଞ୍ଚରୁ ଅଷ୍ଟିନ୍‌ଙ୍କ ରାଜ୍‌ ଖୋଲିଥିଲା। ନାବାଳିକାର ଡାଇପର୍‌ରେ ରକ୍ତ ସହିତ ଅଷ୍ଟିନ୍‌ଙ୍କ ସିମେନ୍‌ର ଅଂଶ ମିଳିଥିଲା। ନାବାଳିକାର ଆଭନ୍ତରୀଣ ଅଙ୍ଗରେ କ୍ଷତି ପହଞ୍ଚିଥିବାର ନାବାଳିକାର ମୃତ୍ୟୁହୋଇଥିବାର ସୂଚନା ରହିଛି। (ଏଜେନ୍ସି)

Related posts